ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କଠୁ ସମ୍ବର୍ଧିତ ହେବା କଥା ମନେ ପକାଇଲେ ଦୀପିକା ଚିଖ୍‌ଲିଆ

Advertisment
ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କଠୁ ସମ୍ବର୍ଧିତ ହେବା କଥା ମନେ ପକାଇଲେ ଦୀପିକା ଚିଖ୍‌ଲିଆ

Times of India

ରାମାୟଣରେ ସୀତା ଚରିତ୍ର ନିଭାଇଥିବା ଦୀପିକା ଚିଖ୍‌ଲିଆ ଇନଷ୍ଟାଗ୍ରାମରେ ଏକ ପୁରୁଣା ଫଟୋ ସେୟାର କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି। ୫୪ ବର୍ଷୀୟା ଏହି ଅଭିନେତ୍ରୀ ପୁରୁଣା ଦିନର ସ୍ମୃତିକୁ ମନେ ପକାଇଛନ୍ତି। ଦୂରଦର୍ଶନରେ ପ୍ରସାରିତ ଧାରାବାହିକ ରାମାୟଣର ବିପୁଳ ସଫଳତା ପରେ ପ୍ରମୁଖ କଳାକାରମାନଙ୍କୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ସମ୍ବର୍ଧିତ କରିଥିଲେ। ୧୯୮୭ ମସିହା ଜାନୁଆରି ମାସରେ ଦୂରଦର୍ଶନରେ ରାମାୟଣର ପ୍ରସାରଣ ଆରମ୍ଭ ହୋଇଥିବା ‌ବେଳେ ରାଜୀବ ଗାନ୍ଧୀ ୬ଷ୍ଠ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରୁଥିଲେ। ସେଇ ସମୟରେ ରାମାନନ୍ଦ ସାଗର, ଅରୁଣ ଗୋଭିଲ୍‌, ଦୀପିକାଙ୍କୁ ସମ୍ବର୍ଧିତ କରାଯାଇଥିଲା। ଯେତେବେଳେ ସେମାନଙ୍କୁ ସମ୍ବର୍ଧିତ କରାଗଲା, ସେମାନେ ରାମାୟଣରେ ଅଭିନୟ କରୁଥିବା ଚରିତ୍ରଙ୍କୁ ନ୍ୟାୟ ଦେଇଛନ୍ତି ବୋଲି ଅନୁଭବ ହୋଇଥିଲା ବୋଲି ଦୀପିକା କହିଛନ୍ତି। ଦିଲ୍ଲୀରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏହି ସମ୍ବର୍ଧନା ପାଇଁ ଫୋନ୍‌ ଆସିବା ପରର ଅନୁଭବକୁ ସେ ବୟାନ କରିଛନ୍ତି। ସଂପ୍ରତି ରାମାୟଣ ଶେଷ ହୋଇଯାଇଥିବା ବ‌େଳେ ଦୂରଦର୍ଶନ ପକ୍ଷରୁ ରାମାନନ୍ଦ ସାଗରଙ୍କ ଶ୍ରୀକ୍ରିଷ୍ଣା ଧାରାବାହିକର ପୁନଃ ପ୍ରସାରଣ ହେବା ନେଇ ପ୍ରସ୍ତୁତି ଚାଲିଛି। ଦୀପିକା ଲେଖିଛନ୍ତି ଯେ, ରାମାୟଣ କେବେ ଶେଷ ହୁଏ ନାହିଁ। ଏହା ଶିକ୍ଷା ଦିଏ ଯେ ଜୀବନ ଏମିତି ଚାଲିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe