ଅଯୋଧ୍ୟା ପହଞ୍ଚିବା ପରେ ‘ରାମାୟଣ’ ଧାରାବାହିକର ମା’ ସୀତା ମୋଦୀଙ୍କୁ ପ୍ରଶଂସା କରି କହିଲେ ଏଭଳି କଥା

Advertisment
ଅଯୋଧ୍ୟା ପହଞ୍ଚିବା ପରେ ‘ରାମାୟଣ’ ଧାରାବାହିକର ମା’ ସୀତା ମୋଦୀଙ୍କୁ ପ୍ରଶଂସା କରି କହିଲେ ଏଭଳି କଥା

ନୂଆଦିଲ୍ଲୀ: ‘ରାମାୟଣ’ ଧାରାବାହିକରେ ମା’ ସୀତାଙ୍କ ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖଲିୟା ରାମଲଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟ‌ାଗସ୍ତରେ ଯାଇଥିଲେ। ଦୀପିକା ‘ରାମାୟଣ’ରେ ସୀତା ଭୂମିକାରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃ‌ଷ୍ଟି କରିଥିଲେ। ଆଜି ବି ଲୋକେ ଦୀପିକାଙ୍କୁ ଦେଖିଲେ ସୀତା ମା’ ବୋଲି ସ୍ନେହ କରିବା ସହିତ ସମ୍ମାନ କରି ଥାଆନ୍ତି।

ଦୀପିକା ନିକଟରେ ଅଯୋଧ୍ୟା ପହଞ୍ଚି ରାମଲଲାଙ୍କ ଦର୍ଶନ କରିଛନ୍ତି। ଯାହାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏମିତି କି ଭଗବାନ ରାମଙ୍କ ଦର୍ଶନ କରିବା ପରେ ଦୀପିକା ନିଜର ଅନୁଭବକୁ ସମସ୍ତଙ୍କ ସହିତ ବ‌ାଣ୍ଟିଛନ୍ତି। ଦୀପିକା କହିଛନ୍ତି, ‘ମୋତେ ଅଯୋଧ୍ୟା ଆସିବ‌ାର ସୁଯୋଗ ମିଳିଲା। ମୁଁ ପ୍ରଭୂ ରାମଙ୍କ ଦର୍ଶନ କରିଛି। ଏମିତି ଲାଗୁଛି ଯେମିତି ମୋ ଜୀବନ ଧନ୍ୟ ହୋଇଗଲା। ଅଯୋଧ୍ୟା ଆସି ବହୁତ ଖୁସି ଲାଗୁଛି। ସେଠାରେ ଭଗବାନଙ୍କ ଯେଉଁ ପ୍ରତିମା ରହିଛି ତାହା ଜୀବନ୍ତ ଭଳି ଅନୁଭବ ହେଉଛି।

ଯେତେ ବି ଲୋକ ଏଠାକୁ ଆସିବେ ପ୍ରଭୁ ତାଙ୍କ ଦୁଃଖ ଓ କଷ୍ଟ ଦୂର କରନ୍ତୁ। ସର୍ବଦା ସେମାନଙ୍କ ଉପରେ ଆର୍ଶୀବାଦ ରଖିଥାଆନ୍ତୁ। ଏହା ହିଁ ମୋର ଭଗବାନଙ୍କ ନିକଟରେ ପ୍ରାର୍ଥନା। ‌ଏହି ମନ୍ଦିର ସମ୍ପୂର୍ଣ୍ଣ ଭାବେ ନିର୍ମିତ ହୋଇଗଲେ ମୁଁ ପୁଣିଥରେ ଏଠାକୁ ଆସିବି। ଅଯୋଧ୍ୟାରେ ପ୍ରଭୁ ରାମଙ୍କ ମନ୍ଦିର କେବଳ ମୋଦୀଙ୍କ ପାଇଁ ସମ୍ଭବ ହୋଇଛି ବୋଲି ମୁଁ କହିବି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe