Advertisment

ଓଢ଼ଣାକୁ ପରଦା କରି ଟାଙ୍ଗୁଥିଲେ: ଆଜି ବିଳାସମୟ ୫ବିଏଚ୍‌କେ ଘରର ମାଲିକାଣୀ ଦୀପିକା

Advertisment
ଓଢ଼ଣାକୁ ପରଦା କରି ଟାଙ୍ଗୁଥିଲେ: ଆଜି ବିଳାସମୟ ୫ବିଏଚ୍‌କେ ଘରର ମାଲିକାଣୀ ଦୀପିକା

ମୁମ୍ବାଇ: କୁହାଯାଏ ଗୋଟ‌ାଏ ପ୍ରକାରର ଦିନ ସବୁବେଳେ ରୁହେନାହିଁ। ସମସ୍ତଙ୍କ ଜୀବନରେ ଭଲ ଓ ମନ୍ଦ ଦିନ ମିଶିକରି ଆସେ। ଦୁଃଖ ପରେ ସୁଖ ଓ ସୁଖ ପରେ ଦୁଃଖ ହେଉଛି ସଂସାରର ରୀତି। ଆପଣ ବିଗ୍‌ବସ୍‌ ଫେମ୍‌ ତଥା ‘ଶଶୁରାଲ୍‌ ସିମର୍‌ କା’ର ଅଭିନେତ୍ରୀ ଦୀପିକା କକ୍କରଙ୍କୁ ତ ଜାଣିଥିବେ ନିଶ୍ଚୟ। ତାଙ୍କ ବିଳାସମୟ ଘର ବିଷୟରେ ବି ଜାଣିଥିବେ।

ଦୀପିକା ଏବେ ୫ବିଏଚ୍‌କେର ଏକ ବିଳାସମୟ ଘରର ମାଲିକାଣୀ। ସେ ଆଜି ସିନା ବିଳାସପୂର୍ଣ୍ଣ ଜୀବନ ବତାଉଛନ୍ତି ମାତ୍ର ଦିନ ଥିଲା ତାଙ୍କ ପାଖରେ ଆବଶ୍ୟକୀୟ ଜିନିଷ ବି ନଥିଲା। ଦୀପିକାଙ୍କ ଘରେ ଦିନେ ଫ୍ରିଜ୍‌ ଓ ରନ୍ଧଣା ଗ୍ୟ‌ାସ୍‌ ପରି ଅତ୍ୟାବଶ୍ୟକୀୟ ସମାଗ୍ରୀ ବି ନଥିଲା। ଏପରିକି ତାଙ୍କ ଘରେ ଏକ ପରଦା ବି ନଥିଲା।

ନିକଟରେ ଏକ ସାକ୍ଷାତ୍‌କାରେ ଦୀପିକା କହିଛନ୍ତି କି ଆରମ୍ଭରୁ ଯେବେ ସେ ମୁମ୍ବାଇ ଆସିଥିଲେ ତାଙ୍କ ପାଖରେ କିଛି ବି ନଥିଲା। ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା। ସେ ପ୍ରଥମେ ପିଜିରେ ରହୁଥିଲେ। ତାଙ୍କ ସହ ଗୋଟାଏ ରୁମ୍‌‌ରେ ୩-୪ ଜଣ ଯୁବତୀ ରହୁଥିଲେ। ତାଙ୍କୁ ବେଶି ଅସୁବିଧା ହେବା ପରେ ସେ ନିଜ ମାଆଙ୍କୁ ତାଙ୍କ ପାଖକୁ ନେଇ ଆସିଥିଲେ।

ଦୀପିକା ଆହୁରି ବି କହିଛନ୍ତି ଯେ ସେ ୬.୫ ହଜାର ଟଙ୍କାରେ ଏକ ଘର ଭଡ଼ାରେ ନେଇଥିଲେ। ଏପରିକି କିଛି ଦିନ ପର୍ଯ୍ୟନ୍ତ ତାଙ୍କୁ ବିନା ଗଦି‌ରେ ବି ଶୋଇବାକୁ ପଡ଼ିଥିଲା। ତାଙ୍କ ପାଖରେ ସେତେ ଟଙ୍କା ନଥିବାରୁ ସେ ନିଜର ଓଢ଼ଣୀକୁ ପରଦା ଭାବେ ବ୍ୟବହାର କରୁଥିଲେ।

ରୋଷେଇ କରିବା ପାଇଁ ସେ ଏକ ଛୋଟ ଗ୍ୟାସ୍‌ ଷ୍ଟୋଭ୍‌ ନେଇଥିଲେ। ଯାହାକି ମାତ୍ର ୩-୪ ଦିନ ଭିତରେ ସରି ଯାଉଥିଲା। ମାତ୍ର ଆଜି ସେ ଜଣେ ଟପ୍‌ ଅଭ‌ିନେତ୍ରୀ। ତାଙ୍କ ପାଖରେ ଆଜି ବିଳାସମୟ ଘର, ଗାଡ଼ି ସବୁ କିଛି ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe