ମୁମ୍ବାଇ: ଦୀର୍ଘଦିନ ଧରି ଛୋଟପରଦାରୁ ଦୂରେଇ ରହିଥିବା ଅଭିନେତ୍ରୀ ଦୀପିକା କକ୍କର ଦ୍ୱିତୀୟ ପର୍ଯ୍ୟାୟ ଯକୃତ କର୍କଟ ରୋଗରେ ପୀଡ଼ିତ ଅଛନ୍ତି। 

Advertisment

ଦୀପିକା କକ୍କରଙ୍କ ଏହି କର୍କଟ ଚିକିତ୍ସା ଦେଢ଼ବର୍ଷ ଧରି ଚାଲିବ। ଏହାରି ଭିତରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି। ଏଭଳି ସମୟରେ ଦୀପିକା ସ୍ବାସ୍ଥ୍ୟର ନିୟମିତ ଯାଞ୍ଚ କରିବା ସହିତ ତାଙ୍କ ବ୍ଲଗ୍ ମାଧ୍ୟମରେ ପ୍ରଶଂସକମାନଙ୍କୁ ନିଜର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅପଡେଟ୍ ମଧ୍ୟ ପ୍ରଦାନ କରିଛନ୍ତି।

ଅଧିକପଢ଼ନ୍ତୁ:ଭୁବନେଶ୍ବର ୧ ନମ୍ବର ହାଟରେ ଅଗ୍ନିକାଣ୍ଡ, ନିଆଁ ଗିଳିଦେଲା ୪୦ ଦୋକାନ

ଦୀପିକା ନିଜର ସ୍ବାସ୍ଥ୍ୟକୁ ନେଇ କହିଛନ୍ତି, ‘ନିୟମିତ ରକ୍ତ ପରୀକ୍ଷା ପରେ ମୋର ଥାଇରଏଡ୍ ସ୍ତର ବୃଦ୍ଧି ପାଇଛି। ଯାହା କି ମୋ କର୍କଟ ଚିକିତ୍ସା ଉପରେ ପ୍ରଭାବ ପକାଇଛି। ମୁହଁରେ ଘା ହେବା ସହ କେଶ ଝଡ଼ିବା ଆରମ୍ଭ ହୋଇଯାଇଛି। ମୋର କର୍କଟ ଥେରାପି ଆରମ୍ଭ ସମୟରେ ଚିକିତ୍ସା କରୁଥିବା ଡାକ୍ତର ଡାକ୍ତର ମୋତେ ମୋର ଥାଇରଏଡ୍ ସ୍ତର ବିଷୟରେ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ। 

ଚାରି ସପ୍ତାହ ପରେ ମୋତେ ଆଉ ଏକ ପରୀକ୍ଷା କରିବାକୁ ପଡିବ। ଗତ କିଛି ମାସ ଧରି ଅନେକ ସମସ୍ୟା ସହିତ  ମୁଁ ସଂଘର୍ଷ କରୁଛି। ଜୀବନ ଅନିଶ୍ଚିତ, ଏହା କେଉଁ ମୁହୂର୍ତ୍ତରେ ଚାଲିଯିବ ତାହା କେହି ବି କହି ପାରିବେ ନାହିଁ। ତେଣୁ ଆମେ ସର୍ବଦା ଖୁସି ଏବଂ ସୁସ୍ଥ ରହିବା ଉଚିତ। ଭଲ ସ୍ମୃତି ତିଆରି କରିବା ହେଉଛି ଜୀବନର ମୂଳ ଉଦ୍ଦେଶ୍ୟ।’

ଅଧିକପଢ଼ନ୍ତୁ:ଆସନ୍ତୁ ଜାଣିବା ନିର୍ବାଚନ ସମୟରେ ଜବତ ହେଉଥିବା ଟଙ୍କା ରୁହେ କେଉଁଠି ଓ ହୁଏ କ’ଣ....

Dipika Kakkar