ସାମ୍ବାଦିକତାରୁ ନିର୍ଦ୍ଦେଶନା

Advertisment

ନୂଆଦିଲ୍ଲୀସ୍ଥିତ ଭାରତୀୟ ବିଦ୍ୟାଭବନରୁ ୨୦୦୨ ମସିହାରେ ସାମ୍ବାଦିକତା ପାଠ୍ୟକ୍ରମ ଶେଷ କରିବା ପରେ ସ୍ନେହାଶିଷ ଦାସ ‘ଡାଉନ୍ ଟୁ ଆର୍ଥ’ ପତ୍ରିକାରେ ସାମ୍ବାଦିକ ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ। ତା’ପରେ ସେ ଘଟଣାକ୍ରମେ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣରେ ମନୋନିବେଶ କଲେ।

ନୂଆଦିଲ୍ଲୀସ୍ଥିତ ଭାରତୀୟ ବିଦ୍ୟାଭବନରୁ ୨୦୦୨ ମସିହାରେ ସାମ୍ବାଦିକତା ପାଠ୍ୟକ୍ରମ ଶେଷ କରିବା ପରେ ସ୍ନେହାଶିଷ ଦାସ ‘ଡାଉନ୍ ଟୁ ଆର୍ଥ’ ପତ୍ରିକାରେ ସାମ୍ବାଦିକ ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ। ତା’ପରେ ସେ ଘଟଣାକ୍ରମେ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣରେ ମନୋନିବେଶ କଲେ।

00

ନୂଆଦିଲ୍ଲୀସ୍ଥିତ ଭାରତୀୟ ବିଦ୍ୟାଭବନରୁ ୨୦୦୨ ମସିହାରେ ସାମ୍ବାଦିକତା ପାଠ୍ୟକ୍ରମ ଶେଷ କରିବା ପରେ ସ୍ନେହାଶିଷ ଦାସ ‘ଡାଉନ୍ ଟୁ ଆର୍ଥ’ ପତ୍ରିକାରେ ସାମ୍ବାଦିକ ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ। ତା’ପରେ ସେ ଘଟଣାକ୍ରମେ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣରେ ମନୋନିବେଶ କଲେ। ତାଙ୍କ ନିର୍ଦ୍ଦେଶିତ ପ୍ରଥମ ପ୍ରାମାଣିକ ଚଳଚ୍ଚିତ୍ର ଥିଲା କାଶ୍ମୀରର ଡାଲ୍ ହ୍ରଦ ଉପରେ ପର୍ଯ୍ୟବସିତ ‘ଦ ଲେକ୍ ଡେସ୍ପେଆର୍’। ଏହାପରେ ସ୍ନେହାଶିଷ ପ୍ରସାରଭାରତୀ ଲାଗି ମାତୃ ମୃତ୍ୟୁ ପ୍ରସଙ୍ଗ ଉପରେ ‘ନେମିସିସ୍ ଅଫ୍ ମଦର୍‌ହୁଡ୍’ ଶୀର୍ଷକ ଆଉ ଏକ ପ୍ରାମାଣିକ ଛବି ନିର୍ମାଣ କରିଥିଲେ, ଯାହାର ସୁଟିଂ ମାଲକାନାଗିରିରେ କରାଯାଇଥିଲା। ପ୍ରାମାଣିକ ଚିତ୍ରର ନିର୍ମାଣ ଲାଗି ସେ ଲଣ୍ଡନ୍, ଇଣ୍ଡୋନେସିଆ, ନେପାଳ, ଭୁଟାନ୍ ଆଦି ଦେଶ ଗସ୍ତ କରିଛନ୍ତି। କିନ୍ତୁ ସ୍ନେହାଶିଷ ଅନୁଭବ କଲେ ଯେ ସାଧାରଣ ଦର୍ଶକଙ୍କ ନିକଟତର ହେବା ଲାଗି ମ୍ୟୁଜିକ୍ ଭିଡିଓ ଓ ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ର ବା ୱେବ୍ ସିରିଜ୍ ନିର୍ମାଣ କରିବାକୁ ପଡ଼ିବ। ଏଣୁ ସେ କଣ୍ଟାବାଞ୍ଜିର ମରୁଡ଼ି ଓ ଦାଦନ ସମସ୍ୟା ଉପରେ ଏକ ହିନ୍ଦୀ ମ୍ୟୁଜିକ୍ ଭିଡିଓ ନିର୍ମାଣ କଲେ। ତା’ପରେ ୧୯୯୯ ମହାବାତ୍ୟା ପରେ ମହିଳାମାନେ ଝାଉଁବଣ ସୃଷ୍ଟି କରି କିପରି ପରିବେଶକୁ ସୁରକ୍ଷା ପ୍ରଦାନ କରୁଛନ୍ତି ତାହା ଉପରେ ମଧ୍ୟ ଏକ ମ୍ୟୁଜିକ୍ ଭିଡିଓ ପ୍ରସ୍ତୁତ କଲେ। 

ସାମ୍ବାଦିକତାରୁ ଚଳଚ୍ଚିତ୍ର ନିର୍ଦ୍ଦେଶନା କ୍ଷେତ୍ରକୁ ଆସିଥିବା ସ୍ନେହାଶିଷ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି। ପ୍ରାମାଣିକ ଚଳଚ୍ଚିତ୍ର, କ୍ଷୁଦ୍ରଫିଲ୍ମରୁ ନେଇ ୱେବ୍ ସିରିଜ୍ ଓ ମ୍ୟୁଜିକ୍ ଭିଡିଓ ପର୍ଯ୍ୟନ୍ତ  ଭିନ୍ନଭିନ୍ନ ପରିସରରେ ସେ ସଫଳତା ସାଉଁଟିବାର ପ୍ରୟାସ କରୁଛନ୍ତି।

ସର୍ବଦା ସାମାଜିକ ସଚେତନତାଧର୍ମୀ କାମରେ ବିଶ୍ବାସ ରଖୁଥିବା ସ୍ନେହାଶିଷ ୨୦୧୬ରେ ସେ ଅଙ୍ଗଦାନ (ଅର୍ଗାନ୍ ଡୋନେସନ୍) ଉପରେ ‘ସ୍ପନ୍ଦନ’ ଶୀର୍ଷକରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ଏଥିରେ ଉଚ୍ଚକୋଟିର ଅଭିନୟ ଲାଗି ଅଭିନେତ୍ରୀ ଗାର୍ଗୀ ମହାନ୍ତି ଲାଭ କରିଥିଲେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ଏହାପରେ ୨୦୧୮ରେ ‘କୋକୋଲି’ ଶୀର୍ଷକ ଏକ ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ର ନିର୍ମାଣ କଲେ। ଜଳବାୟୁ ପରିବର୍ତ୍ତନ ଯୋଗୁଁ ପ୍ରାକୃତିକ ବିପର୍ଯ୍ୟୟ ଆସିଲେ କିପରି ମତ୍ସ୍ୟଜୀବୀମାନେ କ୍ଷତିଗ୍ରସ୍ତ ହୁଅନ୍ତି, ତାହାକୁ ନିଖୁଣ ଭାବେ ‘କୋକୋଲି’ରେ ସେ ଦର୍ଶାଇଥିଲେ। ଏହି ସିନେମାଟି ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହୋଇ ପୁରସ୍କାର ମଧ୍ୟ ଲାଭ କରିଥିଲା। ୨୦୨୦ରେ ସ୍ନେହାଶିଷ ‘ଶୁକ ଭାଇର ଶୋଲେ’ ଶୀର୍ଷକରେ ଆଉ ଏକ ସିନେମାର ନିର୍ଦ୍ଦେଶନା ଦେଇଥିଲେ, ଯାହା ସେନ୍‌ସର୍‌ ହୋଇଥିଲା। ମାତ୍ର ତାକୁ ପ୍ରଯୋଜନା ସଂସ୍ଥା ପ୍ରେକ୍ଷାଳୟରେ ରିଲିଜ୍ ନ କରି ‘ଆଓ ନେକ୍ସଟ୍ ଓଟିଟି’ରେ ରିଲିଜ୍ କରିଥିଲେ। ଏହା ମଧ୍ୟ ଦର୍ଶକଙ୍କ ଦ୍ବାରା ଆଦୃତି ଲାଭ କରିଥିଲା। ସଂପ୍ରତି ସ୍ନେହାଶିଷ ‘ନାଲି ଚା’- ଦ ଟେଷ୍ଟ ଅଫ୍ ଲାଇଫ୍’ ଶୀର୍ଷକରେ ଏକ ୱେବ୍ ସିରିଜ୍‌ର ନିର୍ଦ୍ଦେଶନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମର କୁପ୍ରଭାବ କିପରି ଜଣେ ଯୁବତୀ ଉପରେ ପଡ଼ିଛି, ତାହା ଏଥିରେ ଚିତ୍ରିତ କରିଛନ୍ତି ନିର୍ଦ୍ଦେଶକ ସ୍ନେହାଶିଷ। ଆଗକୁ ତାଙ୍କ ଆଖିରେ ଓଡ଼ିଆ ମନୋରଞ୍ଜନ ଜଗତକୁ ନେଇ ଅନେକ ସ୍ବପ୍ନ ରହିଛି।
- ଶିବଶଙ୍କର ଓଝା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe