ଓଡ଼ିଆ ଚଳଚ୍ଚିତ୍ର ଜଗତରେ ସିନେମାଟୋଗ୍ରାଫର ଧ୍ରୁବାନନ୍ଦ ପଣ୍ଡା ବେଶ୍ ଜଣାଶୁଣା। ନିର୍ମାତା, ନିର୍ଦ୍ଦେଶକ, କଳାକାର ଓ ଟେକ୍ନିସିଆନ୍ ମହଲରେ ଲିଟୁ ନାଁରେ ଅଧିକ ପରିଚିତ ଧ୍ରୁବାନନ୍ଦ ଇତିମଧ୍ୟରେ ୫୦ରୁ ଅଧିକ ଚଳଚ୍ଚିତ୍ରର ଚିତ୍ରୋତ୍ତୋଳନ କରିସାରିଛନ୍ତି। ଚଣ୍ଡୀ ପରିଜାଙ୍କ ନିର୍ଦ୍ଦେଶିତ ‘ଆଲୋ ମୋର କଣ୍ଢେଇ’ ଚଳଚ୍ଚିତ୍ରରୁ ସ୍ୱାଧୀନ କ୍ୟାମେରାମ୍ୟାନ ଭାବେ ସେ ନିଜର କ୍ୟାରିୟର ଆରମ୍ଭ କରି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ।
ପରେ ପରେ ‘ତୋର ମୋର ଯୋଡ଼ି ସୁନ୍ଦର’, ‘ମୁଁ ପ୍ରେମୀ ମୁଁ ପାଗଳ’, ‘ଶିବା ନଟ୍ ଆଉଟ୍’, ‘ଲଭ ମାଷ୍ଟର’, ‘ଅଭୟ’, ‘ସ୍ମାଇଲ୍ ପ୍ଲିଜ୍’, ‘ବଜରଙ୍ଗୀ’, ‘ଝିଅଟା ବିଗିଡ଼ି ଗଲା’ ଓ ‘ସନାତନୀ’ ଆଦି ଚଳଚ୍ଚିତ୍ର ପାଇଁ ତାଙ୍କୁ ଚର୍ଚ୍ଚା ଓ ପ୍ରଶଂସା ମିଳିଛି। କେବଳ ସେତିକି ନୁହେଁ, ଦୁଇ ଦୁଇ ଥର ରାଜ୍ୟ ଚଳଚ୍ଚିତ୍ର ସମ୍ମାନରେ ମଧ୍ୟ ସେ ସମ୍ମାନିତ ହୋଇଛନ୍ତି। କୁହାଯାଏ, ଜଣେ ସିନେମାଟୋଗ୍ରାଫର ଜଣେ ଭଲ ନିର୍ଦ୍ଦେଶକ ହୋଇ ପାରନ୍ତି। ‘ମନ ମ୍ୟୁଜିୟମ’ ଓ ‘ସିକ୍ସ’ ପରି ଦୁଇଟି ଚଳଚ୍ଚିତ୍ରର ସେ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ସଂପ୍ରତି ସେ ଚିତ୍ରୋତ୍ତୋଳନ କରିଥିବା ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ ମୁକ୍ତି ପ୍ରତୀକ୍ଷାରେ ରହିଛି।
Follow Us