ଏହି ନିର୍ଦ୍ଦେଶକଙ୍କ ସହ ନିୟମିତ କାମ କରୁଥିଲେ ରାଇମୋହନ

Advertisment
ଏହି ନିର୍ଦ୍ଦେଶକଙ୍କ ସହ ନିୟମିତ କାମ କରୁଥିଲେ ରାଇମୋହନ

ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ରାଇମୋହନ ପରିଡ଼ା ଓଡ଼ିଆ ସିନେଜଗତର ଅଧିକାଂଶ ଆଗଧାଡ଼ିର ନିର୍ଦ୍ଦେଶକଙ୍କ ସହ କାମ କରିଛନ୍ତି। ସେ ପ୍ରଶାନ୍ତ ନନ୍ଦ, ଶିଶିର ମିଶ୍ର, ଡି ବିଜୟ ଭାସ୍କର, ମହମ୍ମଦ ମହସୀନ, ରାଜୁ ମିଶ୍ର, ପ୍ରଣବ ଦାସ, ହର ପଟ୍ଟନାୟକ, ରବି କିନ୍ନାଗୀ, ଅବତାର ସିଂହ, ସଂଗ୍ରାମ ବିଶ୍ବାଳ, ଅଶୋକ ପତି, ସଞ୍ଜୟ ନାୟକ ଓ ଦିଲୀପ ପଣ୍ଡା ପ୍ରମୁଖଙ୍କ ଫିଲ୍ମରେ ନଜର ଆସିଥିଲେ। ହେଲେ ଆପଣ କ’ଣ ଜାଣନ୍ତି କି ଦିଲୀପ ପଣ୍ଡାଙ୍କ ନିର୍ଦ୍ଦେଶିତ ପ୍ରଥମ ସିନେମା ରେ ରାଇମୋହନ ଖଳନାୟକ ଭୂମିକାରେ ନଜର ଆସିଥିଲେ। ଖାଲି ସେତିକି ନୁହେଁ ଏହି ନିର୍ଦ୍ଦେଶକଙ୍କ ଅଧିକାଂଶ ଫିଲ୍ମରେ କାମ କରିଥିଲେ ରାଇମୋହନ।
ଦିଲୀପ ପଣ୍ଡାଙ୍କ ନିର୍ଦ୍ଦେଶିତ ପ୍ରଥମ ସିନେମା ଥିଲା ‘ରସିକନଗର’, ଯାହା ୨୦୦୭ରେ ମୁକ୍ତିଲାଭ କରିଥିଲା। ଏଥିରେ ସିଦ୍ଧାନ୍ତ ଓ ନମ୍ରତା ନାୟକ ନାୟିକା ଭୂମିକାରେ ଅଭିନୟ କରିଥିବା ବେଳେ ଖଳନାୟକ ଚରିତ୍ରରେ ଦେଖା ଦେଇଥିଲେ ରାଇମୋହନ ପରିଡ଼ା। ଏହାପରେ ଦିଲୀପ ତାଙ୍କ ନିର୍ଦ୍ଦେଶିତ ‘ତୁ ଥିଲେ ମୋ’ ଡର କାହାକୁ’, ଧର୍ମ-ଦି ଫାଇଟର୍’, ‘ମେଣ୍ଟାଲ୍’ ଓ ‘ତୁ ମୋ’ ସୁନାଚଢେଇ’ ଆଦି ସିନେମାରେ ରାଇମୋହନଙ୍କୁ ନେଇଥିଲେ। ଯାତ୍ରଜଗତରେ ବ୍ୟସ୍ତ ରହିବି କେବେ ବି ଦିଲୀପଙ୍କୁ ‘ନା’ କରି ନଥିଲେ ରାଇ। ଏସବୁ ସିନେମା ରିଲିଜ୍ ହୋଇଛି। ଏଣେ ଦିଲୀପ- ରାଇମୋହନ ଯୋଡ଼ିଙ୍କର କେତୋଟି ସିନେମା ରିଲିଜ୍ ଅପେକ୍ଷାରେ ରହିଛି। ଏଥିମଧ୍ୟରେ ରହିଛି ‘ଓମ୍ ସ୍ବାହା’ ଓ ‘ରକ୍ଷକ’ ଭଳି ସିନେମା।

publive-image

କୁହାଯାଉଛି ଯେ ଦେହାନ୍ତ ପୂର୍ବରୁ ରାଇମୋହନ ‘ଓମ୍ ସ୍ବାହା’ର ସୁଟିଂ ଶେଷ କରିଥିଲେ।ଏଥିରେ ଦର୍ଶକ ତାଙ୍କୁ ଏକ ଭିନ୍ନ ଗେଟଅପରେ ଦେଖିବାକୁ ପାଇବେ।
ସୂଚନାଯୋଗ୍ୟ, ‘ଓମ୍ ସ୍ୱାହା’ରେ ଜ୍ୟୋତି, ଦିବ୍ୟା ଓ ସସ୍ମିତା ମୁଖ୍ୟ ଭୂମିକାରେ ଅଛନ୍ତି। ଏହାର ଅନ୍ୟ ପ୍ରମୁଖ କଳାକାରମାନେ ହେଲେ ରାଇମୋହନ ପରିଡ଼ା, ଅସିତ ପତି, ପ୍ରଭାତୀ ସାହୁ, ପ୍ରତିଭା ପଣ୍ଡା, ବାବୁ ପ୍ରଧାନ, ସରୋଜ ଦାସ, କେ.କେ, ଚିନ୍ତାମଣି, ଜୀବନ ପଣ୍ଡା । ଭାଇ ଭଉଣୀଙ୍କ ନିବିଡ଼ ପ୍ରେମ ଓ ତ୍ୟାଗ ଉପରେ ଚଳଚ୍ଚିତ୍ରର କାହାଣୀ ଗତିଶୀଳ ହୋଇଛି।
‘ଓମ୍ ସ୍ୱାହା’ର ସଂଳାପକାର ହେଲେ ହର ବାରିକ ଏହାର ସଂଗୀତ ନିର୍ଦେଶକ ହେଲେ ମଳୟ ମିଶ୍ର, ଚିତ୍ରୋତ୍ତୋଳକ ହେଲେ ଦିଲ୍ଲୀପ ବାରିକ ଓ ନୃତ୍ୟ ନିର୍ଦେଶକ ଲୁବୁନ୍-ଟୁବୁନ୍। ଚନ୍ଦ୍ରଶେଖର ମିଶ୍ର ଏହାର ସଂପାଦକ। ଗୀତ ରଚନା କରିଛନ୍ତି ନିର୍ମଳ ନାୟକ ଓ ହର ବାରିକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe