ପ୍ରଥମ ଥର ପାଇଁ ବଲିଉଡ୍‌ରେ ନଜର ଆସିବେ ଅଲ୍ଲୁ ଅର୍ଜୁନ

ପ୍ରଥମ ଥର ପାଇଁ ବଲିଉଡ୍‌ରେ ନଜର ଆସିବେ ଅଲ୍ଲୁ ଅର୍ଜୁନ

ମୁମ୍ବାଇ: ତେଲୁଗୁ ସିନେ ଜଗତର ସୁପର୍‌ଷ୍ଟାର୍‌ ଅଲ୍ଲୁ ଅର୍ଜୁନ ପ୍ରଥମ ଥର ପାଇଁ ବଲିଉଡ୍‌ ଚଳଚ୍ଚିତ୍ରରେ ନଜର ଆସିବେ। ଅଲ୍ଳୁ ଅର୍ଜୁନଙ୍କୁ ହିନ୍ଦୀ ସିନେମାରେ ପ୍ରଥମ ଥର ପାଇଁ ଲଞ୍ଚ୍‌ କରିବାକୁ ଯାଉଛନ୍ତି ନିର୍ଦ୍ଦେଶକ କରଣ ଜୋହର। କରଣଙ୍କ ପ୍ରଯୋଜନା ସଂସ୍ଥା ଏହି ସିନେମା ପାଇଁ ଅଂଶୀଦାର ଭାବେ କାମ କରିବ। ଅଲ୍ଳୁ ଅର୍ଜୁନ ତାଙ୍କ ଚଳଚ୍ଚିତ୍ର ନିଜ ପ୍ରଯୋଜନା ସଂସ୍ଥା ଗୀତା ଆର୍ଟସ ବ୍ୟାନ୍‌ରରେ କରିବାକୁ ଯାଉଛନ୍ତି ବ‌ୋଲି ସୂଚନା ରହିଛି।

ଚଳଚ୍ଚିତ୍ରଟିରେ ତାମିଲ୍‌, କନ୍ନଡ, ମାଲାୟାଲାମ ବ୍ୟତୀତ ହିନ୍ଦୀର କିଛି ବରିଷ୍ଠ କଳାକାର ବି ଦେଖିବାକୁ ମିଳିବେ। ଅଲୁ ଅର୍ଜୁନଙ୍କ ବାପା ଅଲୁ ଅରବିନ୍ଦ ଏହି ଚଳଚ୍ଚିତ୍ରର ଅସଲ କ୍ୟାପ୍‌ଟେନ୍‌। ସେ ‌ଏହି ଚଳଚ୍ଚିତ୍ର ପାଇଁ ଦେଶର ଭିନ୍ନ ଭିନ୍ନ ଭାଷାର ସିନେ ନିର୍ମାଣକାରୀ ସଂସ୍ଥା ସହ ବି କଥା ହେଉଛନ୍ତି।

ଅଲ୍ଲୁ ଅର୍ଜୁନଙ୍କ ଚଳଚ୍ଚିତ୍ର ‘ପୁଷ୍ପା ଦ ରାଇଜ୍‌’ ସିନେମା ହଲ୍‌ରେ ହଲ୍ଲା ମଚାଇବା ପରେ ଦର୍ଶକଙ୍କ ମନରେ ଛାଇରହିିଛି ପୁଷ୍ପାରାଜ୍‌। ପୁଷ୍ପାର ହିନ୍ଦୀ ଭର୍ସନ ସଫଳ ହେବା ପରେ ଅଲ୍ଲୁ ଅଜୁର୍ନ ଦର୍ଶକଙ୍କୁ ଏକ ହିନ୍ଦୀ ଚଳଚ୍ଚିତ୍ର ଭେଟି ଦେବାର ଯୋଜନା ରଖିଛନ୍ତି।

ଗତ ମାର୍ଚ୍ଚରେ ଏହି ଚଳଚ୍ଚିତ୍ର ସଂକ୍ରାନ୍ତରେ କଥା ହେବାକୁ ଅଲ୍ଲୁ ଅର୍ଜୁନ ମୁମ୍ବାଇ ଯାଇ କିଛି ବରିଷ୍ଠ ନିର୍ଦ୍ଦେଶଙ୍କ ସହ ଭେଟ ହୋଇ କଥା ହୋଇଥିଲେ। ଧର୍ମା ପ୍ରଡକ୍ସନର ହର୍ତ୍ତାକର୍ତ୍ତା କରଣ ଜୋହରଙ୍କ ବ୍ୟତୀତ ଅଲ୍ଲୁ ଅର୍ଜୁନ ସଞ୍ଜୟ ଲୀଲା ଭଂସାଲୀଙ୍କ ସହ ବି ଦେଖା ହୋଇଥିଲେ। କରଣ ଅଲ୍ଲୁଙ୍କୁ ଏକ ପ୍ରୋଜେକ୍ଟ ଅଫ୍‌ର କରିଥିଲେ, ଯେଉଁଥିରେ ସେ ଅଲ୍ଲୁଙ୍କୁ କେବଳ ଜଣେ ଅଭିନେତା ଭାବେ ନେବାକୁ ଚାହୁଁଥିଲେ। ମାତ୍ର ଅଲ୍ଲୁ ମନା କରି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe