’ମୋ ବିରୋଧରେ କରାଯାଉଥିବା ଅଭିଯୋଗ ସତ ଦେଲେ ମୁଁ ସିନେମା ଶିଳ୍ପ ଛାଡ଼ିଦେବି’

ସନୋଜ ମିଶ୍ର ପ୍ରତିକ୍ରିୟା ଦେଇ କହିଛନ୍ତି, ‘ମୋର ଲୋକଙ୍କୁ ଅନୁରୋଧ ଏଭଳି ଗୁଜବ ଉପରେ ଧ୍ୟାନ ଦିଅନ୍ତୁ ନାହିଁ। ମୁଁ ମୋନାଲିସାଙ୍କୁ କାମ ଦେବି କି ନାହିଁ ଏହା ସମୟ କହିବ। ଆଗକୁ ଆପଣ ବି ଅଛନ୍ତି ମୁଁ ବି  ଅଛି। କ୍’ଣ ହେଉଛି କେବଳ ଅପେକ୍ଷା କରି ରୁହନ୍ତି।

435

435

ମୁମ୍ବାଇ: ମହାକୁମ୍ଭ ମେଳାର ଭାଇରାଲ୍ ଗର୍ଲ ମୋନାଲିସାଙ୍କୁ ନେଇ ପ୍ରତିଦିନ ନୂଆନୂଆ ଖବର ସାମ୍ନାକୁ ଆସୁଛି।ନିକଟରେ ନିର୍ଦ୍ଦେଶକ ସନୋଜ ମିଶ୍ର ମୋନାଲିସାଙ୍କୁ "ଦି ଡାଏରୀ ଅଫ୍ ମଣିପୁର" ଫିଲ୍ମର ଅଫର୍ କରିଥିଲେ। ଏହି ଅଫର ପରେ ଅନେକ ଗୁଜବ ଖବର ଗଣମାଧ୍ୟମରେ ଘୁରି ବୁଲୁଛି।

ମୋନାଲିସାଙ୍କୁ ସିନେମା ଅଫର ମିଳିବା ଘଟଣାକୁ ନେଇ ପ୍ରଯୋଜକ ଜିତେନ୍ଦ୍ର ନାରାୟଣ ସିଂହ ସନୋଜ ମିଶ୍ରଙ୍କ ନାମରେ ଅଭିଯୋଗ ଆଣି କହିଛନ୍ତି, ‘ସନୋଜ ମିଶ୍ର ଏସବୁ ମୋନାଲିସା ଏବଂ ତାଙ୍କ ପରିବାରର ନୀରିହତାର ଫାଇଦା ଉଠାଇବାକୁ କରିଛନ୍ତି। ସିନେମା ଦେବା ବାହାନାରେ ‌ମୋନାଲିସାଙ୍କୁ ଧରି ବୁଲୁଛନ୍ତି। ମୋନାଲିସା ଏବେ ଚର୍ଚ୍ଚାରେ ଅଛନ୍ତି। ସେ ଏପରି କରି ଏବେ ଲୋକପ୍ରିୟତା ସାଉଁଟିବାକୁ ଚାହୁଁଛନ୍ତି।’

ନିଜ ନାମରେ ଏଭଳି ଅଭିଯୋଗ ଶୁଣି ସନୋଜ ମିଶ୍ର ପ୍ରତିକ୍ରିୟା ଦେଇ କହିଛନ୍ତି, ‘ମୋର ଲୋକଙ୍କୁ ଅନୁରୋଧ ଏଭଳି ଗୁଜବ ଉପରେ ଧ୍ୟାନ ଦିଅନ୍ତୁ ନାହିଁ। ମୁଁ ମୋନାଲିସାଙ୍କୁ କାମ ଦେବି କି ନାହିଁ ଏହା ସମୟ କହିବ। ଆଗକୁ ଆପଣ ବି ଅଛନ୍ତି ମୁଁ ବି  ଅଛି। କ୍’ଣ ହେଉଛି କେବଳ ଅପେକ୍ଷା କରି ରୁହନ୍ତି।

ମୁଁ ମୋନାଲିସାକୁ ମୋର ଲୋକପ୍ରିୟତା ପାଇଁ ନୁହେଁ ଜଣେ ଗରିବ ଝିଅର ସାହାଯ୍ୟ ପାଇଁ କରୁଛନ୍ତି। ଯଦି ମୋ ସାହାଯ୍ୟ ଦ୍ବାରା ତାଙ୍କୁ ଆଗକୁ ଧୀରେଧୀରେ ଅନ୍ୟ କୌଣସି ସିନେମାର ଅଫର ଆସିବ ତେବେ ତାଙ୍କର ଆର୍ଥିକସ୍ଥିତିରେ ସୁଧାର ଆସିବ ବୋଲି ମୁଁ ଭାବୁଛି। ମୋନାଲିସା ଏବେ ୧୫ବର୍ଷର ବାଳିକା। ମୋର ଲୋକଙ୍କୁ ଅନୁରୋଧ ନିଜର ବିକୃତ ମାନସିକତା ନିଜ ପାଖରେ ରଖନ୍ତୁ। ଦୟାକରନ୍ତୁ ତାଙ୍କ ନାମରେ ଖରାପ ଆଲୋଚନା କରନ୍ତୁ ନାହିଁ।

ସମ୍ପୂର୍ଣ୍ଣ ଦେଶ ମୋ ସହିତ ଛିଡ଼ା ହୋଇଛି ସନାତନ ଧର୍ମ ମୋ ସହିତ ଅଛି। ମୋର ବିରୋଧରେ କରୁଥିବା ଅଭିଯୋଗ ଯଦି ସତ ପ୍ରମାଣ ହୁଏ ମୁଁ ସିନେମା ଇଣ୍ଡଷ୍ଟ୍ରି ଛାଡ଼ି ଦେବି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe