ଅଭିନେତ୍ରୀ ଦିଶା ପାଟନିଙ୍କ ଏହି ଫଟୋକୁ ୫ଘଣ୍ଟାରେ ୧୦ଲକ୍ଷରୁ ଊର୍ଧ୍ୱ ଲୋକ ପସନ୍ଦ କରିଛନ୍ତି!

Advertisment
ଅଭିନେତ୍ରୀ ଦିଶା ପାଟନିଙ୍କ ଏହି ଫଟୋକୁ ୫ଘଣ୍ଟାରେ ୧୦ଲକ୍ଷରୁ ଊର୍ଧ୍ୱ ଲୋକ ପସନ୍ଦ କରିଛନ୍ତି!

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦିଶା ପାଟନି ଖୁବ୍‌ ଶୀଘ୍ର ସିନେମା ଭାରତରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏହି ସିନେମାର ସୁଟିଂ ନିକଟରେ ଶେଷ ହୋଇ ଯାଇଛି। ସୁଟିଂ ଶେଷ ହେବା ପରେ ଦିଶା ନିଜର ଭେରିଫାଇଡ୍‌ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି, ଏହି ଫଟୋ ପୋଷ୍ଟ କରିବାର କିଛି ସମୟ ମଧ୍ୟରେ ଭାଇରାଲ ହୋଇଯାଇଛି। ଦିଶା ପାଟନି ଏକ ବିକିନି ଫଟୋକୁ ସେୟାର କରିଥିଲେ, ଯାହାକି ୫ଘଣ୍ଟାରେ ୧୦ଲକ୍ଷରୁ ଅଧିକ ଲୋକ ଲାଇକ୍‌ କରି ସାରିଲେଣି।

publive-image

ତେବେ ଏହା ପ୍ରଥମ ଘଟଣା ନୁହେଁ କି ଦିଶା ନିଜର ବିକିନି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ସେ ଏହା ପୂର୍ବରୁ ଏଭଳି ଅନେକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ବ୍ୟବହାରକାରୀ ଦିଶାଙ୍କ ଏଭଳି ଫଟୋ ସେୟାର କରିବାକୁ ନେଇ ଅନେକ ଥର ଟ୍ରୋଲ ମଧ୍ୟ କରିଛନ୍ତି। ଦିଶା ଖୁବ୍‌ ଶୀଘ୍ର ବଲିଉଡ୍‌ରେ ନିଜର ସ୍ଥାନ ବନାଇବା ସହିତ ଏବେ ସିନେମା ଭାରତରେ ସଲମାନ୍‌ ଖାନ୍‌ ସହିତ ନଜର ଆସିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe