ଦିଶା ପଟାନିଙ୍କ ସହ ଏହି ଅଜଣା ଯୁବକ କିଏ ?

Advertisment
ଦିଶା ପଟାନିଙ୍କ ସହ ଏହି ଅଜଣା ଯୁବକ କିଏ ?

ମୁମ୍ବାଇ: ବଲିଉଡର ହଟଗର୍ଲ ଦିଶା ପଟାନି ଜଣାଶୁଣା ନାୟକ ଟାଇଗର୍‌ ଶ୍ରଫଙ୍କ ସହ ରିଲେସନରେ ଅଛନ୍ତି । ଏଥିଲାଗି ଟାଇଗର୍‌ ଶ୍ରଫ ଏବଂ ଦିଶା ପଟାନି ପ୍ରେମୀ ଯୁଗଳଭାବେ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ଯଦିଓ ଏ ଦୁହେଁ ଏଯାବତ ଖୋଲାଖୋଲି ପ୍ରେମ କଥାକୁ ସ୍ୱୀକାର କରି ନାହାନ୍ତି,ତଥାପି ମନା କରି ନାହାନ୍ତି।ମଝିରେ ଅବଶ୍ୟ ଦୁହିଁଙ୍କର ବ୍ରେକ୍‌ ଅପର ଖବର ଆସିଥିଲା । ହେଲେ ସେମିତି କିଛି ଘଟି ନଥିବା ପରେ ଜଣାପଡ଼ିଲା।

ଏବେ ଆଉ ଏକ ଘଟଣାକୁ ନେଇ ଚର୍ଚ୍ଚାରେ ରହିଛନ୍ତି ଦିଶା ପଟାନି । ତାହା ହେଲା ଯେ ଦିଶା ଜଣେ ଯୁବକଙ୍କ ସହ ଏକ ହୋଟେଲରେ ଲଞ୍ଚ କରିବାକୁ ଆସିଥିଲେ। ସେ କିନ୍ତୁ ଟାଇଗର୍‌ ନୁହନ୍ତି। ପୁଣି ବିନା ମେକ ଅପରେ ତାଙ୍କୁ ସେଠାରେ ଦେଖିବାକୁ ମିଳିଥିଲା। କିଏ ଏହି ଯୁବକ ତାକୁ ନେଇ ଚର୍ଚ୍ଚା ଚାଲିଛି ବଲିଉଡରେ।  ସେ ଦୁହିଁଙ୍କର ଏକ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି।

publive-image photo--indiatvnews.com

ଏଠାରେ ସୂଚନାଯୋଗ୍ୟ ଯେ କିଛି ଦିନତଳେ ଉଭୟ ଟାଇଗର୍‌ ଶ୍ରଫ୍‌ ଏବଂ ଦିଶା ପଟାନି ପରସ୍ପରର ବେକରେ ମାଳା ପିନ୍ଧାଉଥିବାର ଏକ ଫଟୋ ଭାଇରାଲ୍‌ ହୋଇଥିଲା। ସେଥିରୁ ଅନୁମାନ କରା ଯାଉଥିଲା କି ବୋଧହୁଏ ଏହି ପ୍ରେମୀ ଯୁଗଳ ଗୁପ୍ତରେ ବିବାହ କରିଛନ୍ତି। ଏଦୁହେଁ ଗୋଆରେ ଫିଲ୍ମ ‘ବାଗୀ-୨’ର ସୁଟିଂ ସମୟରେ ଏପରି କରିଥିବା କୁହାଗଲା । ଏଠାରେ ସୂଚନାଯୋଗ୍ୟ ଯେ ପ୍ରଖ୍ୟାତ ଅଭିନେତା ଜ୍ୟାକି ଶ୍ରଫଙ୍କ ସୁପୁତ୍ର ଟାଇଗର୍‌ ଶ୍ରଫ୍‌‘ହିରୋପନ୍ତି’ରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ । ଅପରପକ୍ଷରେ ଦିଶା ‘ଏମ୍‌ ଏସ୍‌ ଧୋନି’ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ। ସେ ନିଜର ହଟ୍‌ ଫଟୋ ସୋସିଆଲ ମିଡିଆରେ ସେଆର୍‌ କରି ଚର୍ଚ୍ଚିତା ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe