ମୋର ଅଡିସନ ନିଅ ପଛେ ମୋତେ କାମ ଦିଅ, ଦିନକୁ ୫୦ଟି ଅଡିସନ ଦେବାକୁ ମୁଁ ରାଜି: ଦିବ୍ୟା

ମୋର ଅଡିସନ ନିଅ ପଛେ ମୋତେ କାମ ଦିଅ, ଦିନକୁ ୫୦ଟି ଅଡିସନ ଦେବାକୁ ମୁଁ ରାଜି: ଦିବ୍ୟା

ମୁମ୍ବାଇ: ସବୁବେଳେ ନିଜ ରିୟାଲିଟି‌ ସୋ’ ଓ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ଦିବ୍ୟା ଅଗ୍ରୱାଲ। ନିକଟରେ ସେ ପ୍ରେମିକ ବରୁଣ ସୁଦଙ୍କଠାରୁ ଅଲଗା ହୋଇ ବ୍ୟବସାୟୀ ଅପୂର୍ବ ପଡଗାଓଁକରଙ୍କ ସହ ନିର୍ବନ୍ଧ କରିଥିଲେ। ଏହାକୁ ନେଇ ତାଙ୍କୁ ଟ୍ରୋଲ କରାଯାଇଥିବା ବେଳେ ଏବେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଦିବ୍ୟା।

ଦିବ୍ୟା ଅଗ୍ରୱାଲ ନିଜ ଇନଷ୍ଟାଗ୍ରାମକୁ ଯାଇ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ସେ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କୁ କାମ ମାଗିଥିବା ଦେଖାଯାଇଛି। କାମ ପାଇବା ପାଇଁ ସେ ଅଡିସନ ଦେବାକୁ ବି ରାଜିଥିବା କହିଛନ୍ତି। ଭିଡିଓ ସେୟାର କରି ସେ କହିଛନ୍ତି ଯେ, ଅନୁରାଗ ସାର୍, ଏହା ଆପଣଙ୍କ ପାଇଁ ଏକ ଖୋଲା ଚିଠି। ୧୫ବର୍ଷ ହେଲାଣି ଏହି ଇଣ୍ଡଷ୍ଟ୍ରିରେ ଅଛି। ବହୁତ କାମ କରିଛି, କରୁଛି ଏବଂ ଆଗକୁ କରିବି ମଧ୍ୟ। ବହୁତ ଅଫର ମୋତେ ମିଳୁଛି। କିନ୍ତୁ ମୁଁ ଆପଣଙ୍କ ସହ କାମ କରିବାକୁ ଚାହ‌େଁ। ମୁଁ ‌ମୋ ସୋସିଆଲ ମିଡିଆ ଫଲୋୱର୍ସଙ୍କ ଜରିଆରେ ଆପଣଙ୍କ ପାଖକୁ ଏ ଭିଡିଓ ପହଞ୍ଚାଇବାକୁ ଚାହେଁ। ମୋ ଉପରେ ଦୟା କରି ମୋତେ କାମ ଦିଅନ୍ତୁ ବୋଲି ମୁଁ କହୁନି। ଆପଣ ମୋର ଅଡିସନ ନିଅନ୍ତୁ। ଦିନକୁ ଯେତେ ଅଡିସନ ଦେବାକୁ କହିଲେ ଦେବି। ମୋତେ ଏଭଳି କାମ ମାଗିବାକୁ ଜମା ବି ଲାଜ ଲାଗୁନାହିଁ। ମୁଁ ଆପଣଙ୍କ ସହ କାମ କରିବାକୁ ଚାହ‌େଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe