ଏହି ୱେବ୍ ସିରିଜ୍‌ରେ ଆସୁଛନ୍ତି ଓଡ଼ିଆ ନାୟିକା ଦିବ୍ୟାଦିଶା

Advertisment
ଏହି ୱେବ୍ ସିରିଜ୍‌ରେ ଆସୁଛନ୍ତି ଓଡ଼ିଆ ନାୟିକା ଦିବ୍ୟାଦିଶା

ଭୁବନେଶ୍ବର: ଓଲିଉଡର ଜଣାଶୁଣା ନାୟିକା ଦିବ୍ୟାଦିଶାଙ୍କ ଏକ ୱେବ୍ ସିରିଜ୍‌ ରିଲିଜ୍ ହେବାକୁ ଯାଉଛି। ଏହାର ଶୀର୍ଷକ ହେଲା ‘ଚୁମ୍ବକ’। ଏଥିରେ ତାଙ୍କ ସହ ତମନ୍ନା, ଆର୍ଯ୍ୟନ୍ ଏବଂ ସାନୁ ମୁଖ୍ୟ ଭୂମିକାରେ ଅଛନ୍ତି। ଏହାର ନିର୍ଦେଶକ ହେଲେ ସୁଶାନ୍ତ ମଣି। ଏଥିରେ ଦିବ୍ୟାଦିଶା ପ୍ରଥମ ଥର ଲାଗି ନିର୍ଦେଶକ ସୁଶାନ୍ତ ମଣିଙ୍କ ସହ କାମ କରିବାର ସୁଯୋଗ ପାଇଛନ୍ତି।

publive-image
ସୂଚନାଯୋଗ୍ୟ, ଦିବ୍ୟାଦିଶାଙ୍କୁ ଦର୍ଶକ  ଚାରିଟି ଓଡ଼ିଆ ସିନେମା ‘ସୁନ୍ଦରଗଡ଼ର ସଲମାନ୍ ଖାନ୍’, ‘ତୁ କହିଦେ ଆଇ ଲଭ ୟୁ’, ବାଳ –ଦ ରିଦିମ୍ ଅଫ୍ ଲାଇଫ୍ ’ ଏବଂ ‘ମିଷ୍ଟର ମଜନୁ’ରେ ଦେଖିବାକୁ ପାଇଥିଲେ। ଏଥିମଧ୍ୟରୁ ‘ସୁନ୍ଦରଗଡ଼ର ସଲମାନ୍ ଖାନ୍’ ଓ ‘ମିଷ୍ଟର ମଜନୁ’ରେ ସେ ନାୟକ ବାବୁସାନ୍, ‘ତୁ କହିଦେ ଆଇ ଲଭ ୟୁ’ରେ ରାକେଶ ଏବଂ ‘ବାଳ –ଦ ରିଦିମ୍ ଅଫ୍ ଲାଇଫ୍’ରେ ସମୀରଙ୍କ ସହ ନଜର ଆସିଥିଲେ।

କିନ୍ତୁ ଦିବ୍ୟାଦିଶାଙ୍କ ହାତରେ ଏବେ କୌଣସି ନୂଆ ସିନେମା ନଥିବା କୁହାଯାଉଛି। ନିକଟରେ ତାଙ୍କର କୌଣସି ସିନେମାର ସୁଟିଂ ବି ଆରମ୍ଭ ହୋଇନାହିଁ। ତେବେ ତାଙ୍କର ଦୁଇଟି ଓଡ଼ିଆ ସିନେମା କୌଣସି କାରଣରୁ ଅଧାରେ ଅଟକି ରହିଛି। ଏଦୁଇଟି ଛବି ହେଲା ‘ପ୍ରେମ ଏଟିଏମ୍’ ଏବଂ ‘ଫିଲ୍ ମାଇଁ ଦିଲ୍’।
ଏଥିମଧ୍ୟରୁ ‘ପ୍ରେମ ଏଟିଏମ୍’ରେ ପ୍ରଦୀପ ନାୟକ ଭୂମିକାରେ ଅଛନ୍ତି। ଜଣାଶୁଣା ନିର୍ଦେଶକ ସୁଧାଂଶୁ ମୋହନ ସାହୁ ଏହାର ନିର୍ଦେଶନା ଦାୟିତ୍ବରେ ଅଛନ୍ତି। ଅପରପକ୍ଷରେ ‘ଫିଲ୍ ମାଇଁ ଦିଲ୍’ରେ ସମ୍ବିତ ଅଛନ୍ତି ଲିଡ୍ ରୋଲରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe