ମୁମ୍ବାଇ: ଟେଲି ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ ପ୍ରାୟତଃ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ଥାଆନ୍ତି। ସେ ଅଭିନେତା ବିବେକ ଦହିଆଙ୍କୁ ବିବାହ କରିଥିଲେ। ଉଭୟ ୮ ଜୁଲାଇ ୨୦୧୬ରେ ସାତ୍ ଫେରା ନେଇଥିଲେ । ଏବେ ବିବାହର ୯ବର୍ଷ ପରେ ଦୁହେଁ ଅଲଗା ହେବାକୁ ଯାଉଥିବା ଚର୍ଚ୍ଚା ହେଉଛି। ଦୁହେଁ ଖୁବଶୀଘ୍ର ଛାଡ଼ପତ୍ର ନେବେ ବୋଲି କୁହାଯାଉଥିବା ବେଳେ ଏବେ ବିବେକ ଏହି ଖବର ଉପରେ ପ୍ରତିକ୍ରିୟା ଦେଇଛନ୍ତି।
ସେ କହିଛନ୍ତି ଯେ, "ବହୁତ ମଜା ଲାଗୁଛି। ଦିବ୍ୟାଙ୍କା ଏବଂ ମୁଁ ଏହି ଖବର ପାଇ ବହୁତ ହସୁିଥିଲୁ। ଆମେ ଆଇସ୍କ୍ରିମ୍ ଖାଉଥିବା ସମୟରେ ଆମ ଛାଡ଼ପତ୍ରକୁ ନେଇ ଆସିଥିବା ଖବର ପଢ଼ୁଥିଲୁ। ଯଦି ଖବରଟି ଆଉ ଟିକିଏ ବଡ଼ ହୋଇଥାନ୍ତା, ତେବେ ଆମେ ପପକର୍ନ ଅର୍ଡର କରିଥାନ୍ତୁ। ଏସବୁ ମନୋରଞ୍ଜନ ପାଇଁ କରାଯାଉଛି। ମୁଁ ମଧ୍ୟ ୟୁଟ୍ୟୁବ୍ ବ୍ଲଗିଂ କରେ। ମୁଁ ଜାଣିଛି କ୍ଲିକବେଟ୍ କ'ଣ। ତେଣୁ ମୁଁ ଏହି ବ୍ୟବସାୟ ମଡେଲକୁ ବହୁତ ଭଲ ଭାବରେ ବୁଝିପାରୁଛି। ଯଦି ତୁମେ ଚାଞ୍ଚଲ୍ୟକର ଥମ୍ବନେଲ୍ ରଖିବ, ତେବେ ଲୋକମାନେ ତୁମ କଣ୍ଟେଣ୍ଟ ଦେଖିବେ। କିନ୍ତୁ ଏଥିରେ କିଛି ଲାଭ ନାହିଁ। ଏଭଳି ଭିତ୍ତିହୀନ ଖବର ପ୍ରଚାର କରନ୍ତୁ ନାହିଁ।"
Follow Us