Divya's new heroin: ଦିବ୍ୟାଙ୍କ ନୂଆ ନାୟକ

Advertisment

ଓଲିଉଡ୍‌ ନାୟିକା ଦିବ୍ୟାଦିଶା ମହାନ୍ତି ଓରଫ୍‌ ଦିବ୍ୟାଙ୍କୁ ଦର୍ଶକ ଗତ ଆଠ ବର୍ଷଧରି ନିୟମିତ ଭାବେ ବଡ଼ ପରଦାରେ ଦେଖିବାକୁ ପାଉଛନ୍ତି। ସେ ‘ସୁନ୍ଦରଗଡ଼ର ସଲ୍‌ମାନ୍ ଖାନ୍’ଜରିଆରେ ଓଲିଉଡ୍‌ରେ ପଦାର୍ପଣ କରିଥଲେ।

ଓଲିଉଡ୍‌ ନାୟିକା ଦିବ୍ୟାଦିଶା ମହାନ୍ତି ଓରଫ୍‌ ଦିବ୍ୟାଙ୍କୁ ଦର୍ଶକ ଗତ ଆଠ ବର୍ଷଧରି ନିୟମିତ ଭାବେ ବଡ଼ ପରଦାରେ ଦେଖିବାକୁ ପାଉଛନ୍ତି। ସେ ‘ସୁନ୍ଦରଗଡ଼ର ସଲ୍‌ମାନ୍ ଖାନ୍’ଜରିଆରେ ଓଲିଉଡ୍‌ରେ ପଦାର୍ପଣ କରିଥଲେ।

dagdagzvcvc

ଓଲିଉଡ୍‌ ନାୟିକା ଦିବ୍ୟାଦିଶା ମହାନ୍ତି ଓରଫ୍‌ ଦିବ୍ୟାଙ୍କୁ ଦର୍ଶକ ଗତ ଆଠ ବର୍ଷଧରି ନିୟମିତ ଭାବେ ବଡ଼ ପରଦାରେ ଦେଖିବାକୁ ପାଉଛନ୍ତି। ସେ ‘ସୁନ୍ଦରଗଡ଼ର ସଲ୍‌ମାନ୍ ଖାନ୍’ଜରିଆରେ ଓଲିଉଡ୍‌ରେ ପଦାର୍ପଣ କରିଥଲେ। ଏଥିରେ ତାଙ୍କର ନାୟକ ଥିଲେ ଲୋକପ୍ରିୟ ଅଭନେତା ବାବୁସାନ୍। ଦିବ୍ୟାଙ୍କୁ ଦର୍ଶକ ଏହାପରେ  ‘ତୁ କହିଦେ ଆଇ ଲଭ୍ ୟୁ’, ‘ବାଳ-ଦ ରିଦିମ୍ ଅଫ୍ ଲାଇଫ୍ ’, ‘ମିଷ୍ଟର୍‌ ମଜ୍‌ନୁ’,‘ଧୋରେ ବାବୁ ଧୋ’, ‘ପ୍ରେମରେ ରିସ୍କ ହେଲା ମତେ ଇସ୍କ’, ‘ଶଙ୍କର’, ‘ପ୍ରେମ ଏଟିଏମ୍’, ‘କର୍ମ’ ଓ ‘ମାଇଁ ଫାର୍ଷ୍ଟ ଲଭ୍’ ଆଦି ଓଡ଼ିଆ ଛବିରେ ନାୟିକା ଭୂମିକାରେ ଦେଖିବାକୁ ପାଇଛନ୍ତି। ସେ ନିଜର ଅଭିନୟ ଜରିଆରେ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏସବୁ ଛବିରେ ରାକେଶ, ଶୈଳେନ୍ଦ୍ର, ସମୀର ଶତପଥୀ, ଦେବାନନ୍ଦ, ପ୍ରଦୀପ ଓ ମନ୍ମୟଙ୍କ ପରି ନାୟକଙ୍କ ବିପକ୍ଷରେ ନଜର ଆସିଛନ୍ତି ଦିବ୍ୟା।

ଏବେ ପ୍ରଥମଥର ଲାଗି ତାଙ୍କୁ ଅନ୍ୟ ଜଣେ ନାୟକଙ୍କ ସାଥ୍ ମିଳିଛି, ଯାହାଙ୍କ ସହ ଆଗରୁ କୌଣସି ସିନେମାରେ ସେ କାମ କରିନାହାନ୍ତି। ଏହି ନାୟକ ହେଲେ ଅଭିଷେକ ପଣ୍ଡା। ମାନସ ପଢ଼ିଆରୀଙ୍କ ନିର୍ଦ୍ଦେଶିତ ‘ଛକିଶୂନ’ରେ ଅଭିଷେକଙ୍କୁ ଜଣେ ସହରୀ ଯୁବକ ଭୂମିକାରେ ଦେଖିବାକୁ ମିଳିବ, ଯିଏ କି ଗାଁକୁ ଫେରୁଛି। ସେଠି ଗାଁର ଯୁବତୀ (ଦିବ୍ୟା)ଙ୍କ ସହ ତା’ର ପ୍ରେମ ସଂପର୍କ ଗଢ଼ିଉଠିଛି। ପ୍ରଥମଥର ପାଇଁ ପରଦାକୁ ଆସୁଥିବା ଅଭିଷେକ-ଦିବ୍ୟା ଯୋଡ଼ିକୁ ଦର୍ଶକ କେତେଦୂର ପସନ୍ଦ କରୁଛନ୍ତି, ତାହା ‘ଛକିଶୂନ’ ମୁକ୍ତିଲାଭ କରିବା ପରେ ଜଣାପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe