ଟେଲିଭିଜନର ଏହି କଳାକାର ଏବେ ପାଲଟିଛନ୍ତି କୃଷକ, ଅଭିନୟ ଛାଡ଼ି ଚାଷ କରିବା ପଛରେ ରହିଛି ଏହି କାରଣ

Advertisment
ଟେଲିଭିଜନର ଏହି କଳାକାର ଏବେ ପାଲଟିଛନ୍ତି କୃଷକ, ଅଭିନୟ ଛାଡ଼ି ଚାଷ କରିବା ପଛରେ ରହିଛି ଏହି କାରଣ

urbanasian.com

ମୁମ୍ବାଇ : ଷ୍ଟାର୍‌ ପ୍ଲସରେ ପ୍ରସାରିତ ହୋଇଥିବା ଧାରାବାହିକ ‘ଦିୟା ଔର ବାତି ହମ୍‌’ରେ ଅଭିନୟ କରି ସେ ଲୋକପ୍ରିୟ ହୋଇ ପାରିଥିଲେ । ସେଥିରେ ଥିବା ତାଙ୍କ ଚରିତ୍ର ତାଙ୍କୁ ଘରେ ଘରେ ପରିଚିତ କରାଇ ପାରିଥିଲା। ଏଠି ଆମେ ଯେଉଁ କଳାକାରଙ୍କ ବିଷୟରେ ଆମେ କହୁଛୁ ସେ ହେଉଛନ୍ତି ‘ଦିୟା ଔର ବାତି ହମ୍‌’ର ମୁଖ୍ୟ ଅଭିନେତା ସୁରଜ । ଏବେ ଏହି ଧାରାବାହିକର ପ୍ରସାରଣ ବନ୍ଦ ହୋଇ ସାରିଥିବା ବେଳେ ସୁରଜ ଓରଫ୍‌ ଅନସ ରଶିଦ୍‌ ଏବେ କେଉଁଠି ଅଛନ୍ତି ତାହା କାହାକୁ ଜଣା ନାହିଁ । ନିଜକୁ ଅଭିନୟଠାରୁ କହିଁକି ଦୂରେଇ ରଖିଛନ୍ତି ଏବଂ କେବେ ଫେରିବେ ତାହା କାହାକୁ ଜଣା ନଥିବା ବେଳେ ଅନସ ଏ ନେଇ ନିଜର ମତ ରଖିଛନ୍ତି ।

publive-image IMDb

କିଛି ଦିନ ତଳେ ତାଙ୍କ ବିବାହ ହୋଇଥିବା ବେଳେ ଏବେ ସେ ପୂରା ସମୟ ନିଜ ପରିବାରକୁ ଦେଉଥିବା ଜଣା ପଡ଼ିଛି । ଅନସଙ୍କ କହିବା ଅନୁଯାୟୀ, ମୁଁ ୫ବର୍ଷ ପର୍ଯ୍ୟନ୍ତ ଅଭିନୟରୁ ବିରତି ନେଇ ସାରିଛି । ୫ବର୍ଷ ପରେ ମୁଁ ପରଦାକୁ ଫେରିବି କି ନାହିଁ ତାହା ମଧ୍ୟ ଜାଣି ନାହିଁ । କାରଣ ଏବେ ମୁଁ ଅଭିନେତାରୁ କୃଷକ ବନି ସାରିଛି । ଯାହା ପାଇଁ ମୁଁ ବହୁତ ଖୁସି । କ୍ଷେତରେ ଟ୍ରାକ୍ଟର ଚଳାଇବାରେ ମୋତେ ଖୁବ୍‌ ଭଲ ଲାଗିବା ସହ ଏବେ ମୁଁ ମୋ ପରିବାର ସହ ସମୟ ବିତାଇ ପାରୁଛି ବୋଲି ସେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe