ଓଲିଉଡ୍ର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ‘କାଶିଆ କପିଳା’(୨୦୦୦)ରୁ ସିନେ କ୍ୟାରିଅର୍ ଆରମ୍ଭ କରିଥିଲେ। ବାସୁଦେବ ତ୍ରିପାଠୀଙ୍କ ପ୍ରଯୋଜିତ ଏହି ସିନେମାର ନିର୍ଦ୍ଦେଶନା ଦେଇଥିଲେ ଜିତେନ୍ଦ୍ର ମହାପାତ୍ର। ଏହାପରେ ଅଭିଜିତ ଆଉ ପଛକୁ ଫେରି ଚାହିଁନାହାନ୍ତି। ୨୬ ବର୍ଷର ସିନେ କ୍ୟାରିଅର୍ ଭିତରେ ସେ ହିମାଂଶୁ ପରିଜା, ସୁଧାଂଶୁମୋହନ ସାହୁ, ଜ୍ୟୋତି ପ୍ରକାଶ, ଏନ୍ ପାଢ଼ୀ, ସଞ୍ଜୟ ନାୟକ, ଅଶୋକ ପତି, ଏସ୍ କେ ମୁରଲୀଧରନ୍, ସୁଧାକର ବସନ୍ତ, ଜ୍ୟୋତି ଦାସ, ମୁରଲୀକ୍ରିଷ୍ଣା, ଶ୍ରୀତମ୍ ଦାସ, ଦିଲୀପ ପଣ୍ଡା, ମୃତ୍ୟୁଞ୍ଜୟ ସାହୁ, ତାପସ ସରଘରିଆ, ନିରଞ୍ଜନ ବେହେରା ଓ ରମେଶ ରାଉତଙ୍କ ପରି ଲୋକପ୍ରିୟ ନିର୍ଦ୍ଦେଶକଙ୍କ ବିଭିନ୍ନ ଓଡ଼ିଆ ଛବିରେ ସ୍ବର ସଂଯୋଜନା କରିବାର ସୁଯୋଗ ପାଇଛନ୍ତି।
PMAY: ଗରିବ ଅସହାୟଙ୍କ ପାଇଁ ଆବାସ ଯୋଜନା ସାତସପନ
ଓଲିଉଡ୍ର ଦୁଇ ଚର୍ଚ୍ଚିତ ଚେହେରା ନିର୍ଦ୍ଦେଶକ ସୁଶାନ୍ତ ମଣି ଓ ସଙ୍ଗୀତକାର ଅଭିଜିତ ମଜୁମଦାର। ବହୁ ସିନେମାରେ କାମ କରିଛନ୍ତି। ଉଭୟେ ଏକାଧିକ ବାର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବି ପାଇଛନ୍ତି। କିନ୍ତୁ ଏଯାଏ ଏକାଠି କାମ କରିନାହାନ୍ତି।
Business : ବଢ଼ୁଛି ବାଣିଜ୍ୟିକ ନିଅଣ୍ଟ: ଡିସେମ୍ବରରେ ଆମଦାନି ୮.୮% ବୃଦ୍ଧି, ରପ୍ତାନିରେ ମାତ୍ର ୧.୮୬
ହେଲେ ଏହି ତାଲିକା ଭିତରେ ଏକ ବଡ଼ ନାଆଁ ନାହିଁ। ସେ ହେଲେ ଓଡ଼ିଆ ସିନେଜଗତର ଅନ୍ୟତମ ଚର୍ଚ୍ଚିତ ନିର୍ଦ୍ଦେଶକ ସୁଶାନ୍ତ ମଣି। ସୁଶାନ୍ତଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ ସିନେମା ହେଲା ବିରଞ୍ଚି ନାରାୟଣ ପଣ୍ଡାଙ୍କ ପ୍ରଯୋଜିତ ‘ଆ ଜହ୍ନରେ ଲେଖିବା ନାଆଁ’। ଏହାର ସଙ୍ଗୀତକାର ଥିଲେ ଶରତ ନାୟକ। ଏହାପରେ ସୁଶାନ୍ତ ମଣିଙ୍କ ଭିନ୍ନ ଭିନ୍ନ ଛବିରେ ମଳୟ ମିଶ୍ର, ବିକାଶ ଦାସ, ପ୍ରେମ ଆନନ୍ଦ, ଗୁଡଲୀ ରଥ, ବୈଦ୍ୟନାଥ ଦାଶ ଓ ଅସଦ୍ ନିଜାମଙ୍କ ପରି ସ୍ବରକାରମାନେ ସଂଗୀତ ଦେଇଛନ୍ତି। ହେଲେ ଆଜି ଯାଏ ସୁଶାନ୍ତ ମଣି ଓ ଅଭିଜିତ୍ ମଜୁମଦାର କୌଣସି ଫିଲ୍ମରେ ଏକାଠି କାମ କରିନାହାନ୍ତି।
-ଶିବଶଙ୍କର ଓଝା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/17/ddagdadgcv-2026-01-17-01-37-40.jpg)