ଜାଣନ୍ତି କି? ତିନିଟି ଛବିରେ ଏକାଠି

Advertisment

ଆପଣ ଜାଣନ୍ତି କି? ଓଲିଉଡ୍‌ର ଦୁଇ ଲୋକପ୍ରିୟ ନାୟିକା ଅନୁ ଚୌଧୁରୀ ଓ ବର୍ଷା ପ୍ରିୟଦର୍ଶିନୀ ଏଯାଏ ମାତ୍ର ତିନିଟି ଓଡ଼ିଆ ଛବିରେ ଏକାଠି ନଜର ଆସିଛନ୍ତି। ଦୁହେଁ ପ୍ରଥମେ ୨୦୦୩ରେ ମୁକ୍ତିଲାଭ କରିଥିବା ଶିଶିର ମିଶ୍ରଙ୍କ ନିର୍ଦ୍ଦେଶିତ ‘ସାବତ ମା’ରେ ଏକାଠି ଅଭିନୟ କରିଥିଲେ।

235roject (2)

ଆପଣ ଜାଣନ୍ତି କି? ଓଲିଉଡ୍‌ର ଦୁଇ ଲୋକପ୍ରିୟ ନାୟିକା ଅନୁ ଚୌଧୁରୀ ଓ ବର୍ଷା ପ୍ରିୟଦର୍ଶିନୀ ଏଯାଏ ମାତ୍ର ତିନିଟି ଓଡ଼ିଆ ଛବିରେ ଏକାଠି ନଜର ଆସିଛନ୍ତି। ଦୁହେଁ ପ୍ରଥମେ ୨୦୦୩ରେ ମୁକ୍ତିଲାଭ କରିଥିବା ଶିଶିର ମିଶ୍ରଙ୍କ ନିର୍ଦ୍ଦେଶିତ ‘ସାବତ ମା’ରେ ଏକାଠି ଅଭିନୟ କରିଥିଲେ। ଏଥିରେ ଅନୁ ଶ୍ରୀତମଙ୍କ ବିପକ୍ଷରେ ଏବଂ ବର୍ଷା ଦୀପକଙ୍କର ନାୟିକା ସାଜିଥିଲେ। ଏହାପରେ ନିର୍ଦ୍ଦେଶକ ଅଶୋକ ପତିଙ୍କ ପ୍ରଥମ ଛବି ‘ବାଜି’ରେ ଏ ଦୁଇ ନାମୀ ନାୟିକା ଏକାଠି ନଜର ଆସିଥିଲେ।

ଏଥିରେ ସିଦ୍ଧାନ୍ତ ଓ ଶ୍ରୀତମ୍ ଥିଲେ ନାୟକ ଭୂମିକାରେ। ଶେଷ ଥର ଲାଗି ଅନୁ ଚୌଧୁରୀ ଓ ବର୍ଷା ପ୍ରିୟଦର୍ଶିନୀ ‘ଟୋପାଏ ସିନ୍ଦୂର ଦି ଟୋପା ଲୁହ’ରେ ଏକାଠି ଅଭିନୟ କରିଥିଲେ। ବିଜୟ କାନ୍ଦୋଇ ଏହାର ପ୍ରଯୋଜନା କରିଥିବା ବେଳେ ବସନ୍ତ ସାହୁ ନିର୍ଦ୍ଦେଶନା ଦେଇଥିଲେ। ଏହି ସିନେମାରେ ଅନୁଙ୍କୁ ଅନୁଭବ ଓ ବର୍ଷାଙ୍କୁ ସିଦ୍ଧାନ୍ତଙ୍କ ସହ ଦେଖିବାକୁ ପାଇଥିଲେ ଦର୍ଶକ। ଏହାପରେ ଏହି ଦୁଇ ନାୟିକାଙ୍କୁ ଅନ୍ୟ କୌଣସି ଓଡ଼ିଆ ଛବିରେ ଏକାଠି ଦେଖିବାକୁ ମିଳିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe