ଦେଶୀଗର୍ଲଙ୍କ ପତି ନିକ୍‌ଙ୍କ ଉପରେ ବନୁଛି ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ର

Advertisment
ଦେଶୀଗର୍ଲଙ୍କ ପତି ନିକ୍‌ଙ୍କ ଉପରେ ବନୁଛି ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ର

ମୁମ୍ବାଇ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ବିଦେଶୀ ସ୍ୱାମୀ ନିକ୍‌ ଜୋନ୍‌ସଙ୍କୁ କେବଳ ବିଦେଶରେ ନୁହେଁ, ଆମ ଦେଶରେ ବି ଲୋକେ ଭଲ ଭାବେ ଜାଣନ୍ତି। ଆମେରିକୀୟ କଣ୍ଠଶିଳ୍ପି ନିକ୍‌ ପ୍ରିୟଙ୍କାଙ୍କୁ ବିବାହ କରିବା ପୂର୍ବରୁ ହିଁ ଭାରତୀୟଙ୍କ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଏବେ ତାଙ୍କ ସଂପର୍କିତ ଯେଉଁ ଖବର ହସ୍ତଗତ ହୋଇଛି ତାହା ଉଭୟ ନିକ୍‌ ଓ ପ୍ରିୟଙ୍କାଙ୍କ ପ୍ରଶଂସକଙ୍କୁ ଖୁସି କରାଇ ଦେବ।

ଜାଣିବାକୁ ମିଳିଛି ଯେ ନିକ୍‌ଙ୍କ ଜୀବନୀକୁ ନେଇ ଏକ ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ର ନିର୍ମାଣ ଚାଲିଛି। ଏହାର କାମ ଆରମ୍ଭ ହୋଇଗଲାଣି। ଡକ୍ୟୁମେଣ୍ଟ୍ରି ଚଳଚ୍ଚିତ୍ରଟି ନିକ୍‌ ଜୋନ୍‌ସ ଓ ତାଙ୍କ ଭାଇ କେବିନ୍‌ ଜୋନ୍‌ସଙ୍କ ଉପରେ ଆଧାରିତ ହେବ। ଏଥିରେ ଜୋନସ୍‌ ବ୍ରଦର୍ସ କିପରି ଭାବେ ସଂଗୀତ ସହ ନିଜକୁ ଯୋଡ଼ି ପାରିଛନ୍ତି ତାହା ଦର୍ଶାଯିବ। ଏଥିରେ ସିଙ୍ଗ୍‌ଲ୍‌ ସକର ସଂପର୍କରେ ବି ଦର୍ଶାଯିବ।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ପ୍ରିୟଙ୍କା ଓ ନିକ୍‌ ପ୍ରଥମେ ସିଙ୍ଗ୍‌ଲ ସକର୍‌ ମ୍ୟୁଜିକ୍‌ ଭିଡିଓରେ ହିଁ ଏକତ୍ର ନଜର ଆସିଥିଲେ। ନିକ୍‌ ଅନେକ ବର୍ଷ ପରେ ପୁଣି ଥରେ ସକର୍‌ ମ୍ୟୁଜିକ୍‌ରେ ନଜର ଆସିବେ। ତାଙ୍କୁ ଏଥର ସାଥ୍‌ ଦେବେ ତାଙ୍କ ପତ୍ନୀ ପ୍ରିୟଙ୍କା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe