YouTube
୧୯୨୯ରେ ପ୍ରଥମ କରି ଚଳଚ୍ଚିତ୍ର ମଧ୍ୟରେ ଶ୍ରେଷ୍ଠ ଓସ୍କାର୍ ପୁରସ୍କାର ଆରମ୍ଭ ହୋଇଥିଲା। ଜର୍ମାନିର ଅଭିନେତା ଏମିଲ୍ ଜାନିଙ୍ଗ୍ସ ଏହି ପୁରସ୍କାର ହାତେଇଥିଲେ। ମାତ୍ର ଏମିଲ୍ଙ୍କ ପରିବର୍ତ୍ତେ ଏହି ପୁରସ୍କାର ପ୍ରଥମେ ଏକ କୁକୁରକୁ ମିଳିବ ବୋଲି ଚୟନ ହୋଇଥିଲ। ଭଲ ଅଭିନୟ ପାଇଁ ପ୍ରାରମ୍ଭରୁ କୁକୁରକୁ ପୁରସ୍କାର ମିଳିଲେ ସମାଜକୁ ଏକ ଖରାପ ବାର୍ତ୍ତା ଯିବ ବୋଲି ଭାବି ଏକାଡେମିର ପ୍ରଥମ ସଭାପତି ଲୁଇସ୍ ମେୟର୍ କୁକୁରର ନାଁ କାଟିଥିଲେ। ପରେ କିଛି ଅଭିନେତାଙ୍କ ନାଁ ଚୟନ କରି ଭୋଟିଂ କରାଯାଇଥିଲା। ତେବେ ଓସ୍କାର୍ ଜିତିବାକୁ ଥିବା କୁକୁରଟି ଜର୍ମାନ ସେଫର୍ଡ ପ୍ରଜାତିର ହୋଇଥିବା ବେଳେ ତା’ ନାଁ ରିନ୍ ଟିନ୍ ଟିନ୍ ଥିଲା। ସେ ପ୍ରାୟ ୨୭ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲା। ଗୋଟିଏ ବର୍ଷରେ ରିନ୍ ଟିନ୍ ଟିନ୍ର ୪ଟି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା।
Follow Us