ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସେଲିନା ଜେଟଲିଙ୍କ ବୈବାହିକ ଜୀବନରେ ସୃଷ୍ଟି ହୋଇଛି ଝଡ଼। ହାଟରେ ପଡି ଦାଣ୍ଡରେ ଗଡିଲାଣି ଅଭିନେତ୍ରୀଙ୍କ ଘରୋଇ ବିବାଦ। ସ୍ବାମୀ ପିଟର ହାଗଙ୍କ ବିରୋଧରେ ସେ ଘରୋଇ ହିଂସା ମାମଲା ଦାଏର କରିଛନ୍ତି। ମୁମ୍ବାଇର ଫ୍ୟାମିଲି କୋର୍ଟରେ ସେଲିନା ବିଭିନ୍ନ ସମୟରେ ସ୍ବାମୀ ତାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଥିବାର କଥାକୁ ଉଲ୍ଲେଖ କରିଛନ୍ତି।
ତାଙ୍କ ଆବେଦନ ପରେ ମୁମ୍ବାଇର କୋର୍ଟ ହାଗଙ୍କୁ ଏକ ନୋଟିସ୍ ଜାରି କରିଛନ୍ତି। ସେଲିନା ନୋ ଏଣ୍ଟ୍ରି, ଗୋଲମାଲ ରିଟର୍ଣ୍ଣସ୍, ଥାଙ୍କ୍ ୟୁ, ଅପନା ସପନା ମନି ମନି ପରି ଚଳଚିତ୍ରରେ ନିଜର ଅଭିନୟର ଯାଦୁକୁ ପ୍ରଦର୍ଶିତ କରିଛନ୍ତି ।
ଆହୁରି ପଢ଼ନ୍ତୁ:Series Accidents on Panposa Road: ଦ୍ରୁତଗାମୀ ଯାତ୍ରୀବାହୀ ବସ୍ ଯୋଗୁ ବ୍ୟାପକ କ୍ଷୟକ୍ଷତି
ସେ ୨୦୧୧ ମସିହାରେ ଆନୁଷ୍ଠାନିକ ଭାବରେ ବିଶିଷ୍ଟ ଉଦ୍ୟୋଗପତି ପିଟର ହାଗଙ୍କୁ ବିବାହ କରିଥିଲେ। ପାରିବାରିକ ଜୀବନ ସୁରୁଖୁରୁରେ ଚାଲୁଥିବା ବେଳେ ସେ ୨ ଥର ଦୁଇ ଯମଜ ସନ୍ତାନଙ୍କୁ ଜନ୍ମ ମଧ୍ୟ ଦେଇଥିଲେ। କିନ୍ତୁ ଶିଶୁମାନଙ୍କ ମଧ୍ୟରୁ ଜଣେ ହାଇପୋପ୍ଲାଷ୍ଟିକ୍ ନାମକ ହୃଦରୋଗ ଯୋଗୁ ମୃତ୍ୟୁବରଣ କରିବା ପରେ ପରିବାର ସଦସ୍ୟ ଦୁଃଖରେ ଭାଙ୍ଗିପଡିଥିଲେ ।
୫୦ କୋଟି ଟଙ୍କାର ଭରଣପୋଷଣ ଦାବି
ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହୁଥିବା ସେଲିନା ଜେଟଲି, ନିଜ ପରିବାର ସହ ବିଭିନ୍ନ ଫଟୋ ସେସିଆଲ ମିଡିଆରେ ଅପଲୋଡ କରିଥାନ୍ତି। କିନ୍ତୁ ହଠାତ ସବୁବେଳେ ଖୁସିରେ ରହୁଥିବା ଦମ୍ପତିଙ୍କ ଭିତରେ ବିବାଦ ଦେଖାଦେଇଥିଲା ।ବିବାଦର ପରିଣାମ ଅନୁଯାୟୀ ଅଭିନେତ୍ରୀ ସେଲିନା ଜେଟଲି କୋର୍ଟରେ ଛାଡପତ୍ର ଆବେଦନ କରିଥିଲେ।
ଆହୁରି ପଢ଼ନ୍ତୁ:England Woman Strugglesବାସ୍ତବଜୀବନର ଯନ୍ତ୍ରଣା ବଖାଣିଲେ ୬ ଫୁଟ ୯ ଇଞ୍ଚ ଉଚ୍ଚତା ଥିବା ମହିଳା
ଯେଉଁଥିରେ ସେ ତାଙ୍କ ସ୍ବାମୀ ପିଟର ତାଙ୍କୁ ସବୁ ସମୟରେ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଥିବାର କଥାକୁ ଉଲ୍ଲେଖ କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି,ଯେ ସ୍ବାମୀଙ୍କ ଅତ୍ୟାତାର କାରଣରୁ ତାଙ୍କୁ ଆଟ୍ରିୟା ଛାଡି ଭାରତ ଆସିବାକୁ ପଡିଥିଲା। ଏପରିକି ବାହାଘର ପରେ ସ୍ମାମୀ ପିଟର ତାଙ୍କୁ ଚାକିରି କରିବା ପାଇଁ ବାରଣ ମଧ୍ୟ କରୁଥିଲେ। ରିପୋର୍ଟ ମୁତାବକ ସେଲିନା ତାଙ୍କ ସ୍ୱାମୀଙ୍କ ଠାରୁ ମାନସିକ ଏବଂ ଶାରୀରିକ ନିର୍ଯାତନା ପାଇଁ , ୫୦ କୋଟି ଟଙ୍କାର ଭରଣପୋଷଣ ଦାବି କରିଥିବା ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/11/27/domestic-dispute-actress-celina-jaitley-faces-court-2025-11-27-15-09-32.jpg)