ନୂଆଦିଲ୍ଲୀ: ଆଜିର ଯୁଗ ସୋସିଆଲ ମିଡିଆର ଯୁଗ କହିଲେ କିଛି ଭୁଲ ହେବ ନାହିଁ। ଛୋଟ ଠାରୁ ବଡ଼ ସମସ୍ତଙ୍କ ହାତରେ ରହିଛି ଗୋଟିଏ ଗୋଟିଏ ସ୍ମାର୍ଟଫୋନ। ତେବେ ସୋସିଆଲ ମିଡିଆରେ ଲାଇକ, କମେଣ୍ଟ ଓ ଭ୍ୟୁ ପାଇବା ପରେ ଅନେକ ବ୍ୟବହାରକାରୀ ପ୍ରତିଦିନ ବିଭିନ୍ନ ପ୍ରକାରର କଣ୍ଟେଣ୍ଟ ସହିତ ନିଜନିଜର ଜୀବନଚର୍ଯ୍ୟାକୁ ପୋଷ୍ଟ କରିଥାଆନ୍ତି। ଏହି ପ୍ଲାଟଫର୍ମ ଅନେକଙ୍କ ପାଇଁ ରୋଜଗାରର ମାଧ୍ୟମ ବି ପାଲିଟି ଯାଇଛି। 

Advertisment

ସମ୍ପୂର୍ଣ୍ଣ ଭିନ୍ନ ହୋଇଥାଏ  ଅନଲାଇନ ଓ ଅଫଲାଇନ ଜୀବନ

ସମୟରେ ସମୟରେ ଅନଲାଇନରେ ଆମେ ଲୋକଙ୍କର ଯେଭଳି ଜୀବନଚର୍ଯ୍ୟା, ଯେଉଁ ଖୁସି ଦେଖିଥାଉ ତାହା ବାସ୍ତବଜୀବନରେ ଅର୍ଥାତ ଅଫଲାଇନ ଜୀବନରେ ନଥାଏ। ଏମିତି କିଛି ପ୍ରତିକ୍ରିୟା ଦେଇଛନ୍ତି ଇଂଲଣ୍ଡର ବାସିନ୍ଦା କେଟି ବୁଲ୍ସ। କେଟି ସୋସିଆଲ ମିଡିଆରେ ଖୁବ ସ୍କ୍ରିୟ। ତାଙ୍କର ଅନେକ ଫଲୋୟୋର୍ସ ବି ଅଛନ୍ତି। 

ଅଧିକପଢ଼ନ୍ତୁ:ଭୁବନେଶ୍ୱରରେ ରାଷ୍ଟ୍ରପତି

ଉଚ୍ଚତା ପାଇଁ ପ୍ରତି ମୂହୂର୍ତ୍ତ ଚ୍ୟାଲେଞ୍ଜିଂ

କେଟି କହିଛନ୍ତି, ‘ମୋର ଉଚ୍ଚତା ୬ ଫୁଟ ୯ ଇଞ୍ଚ । ମୋତେ ବିଶ୍ୱର ସବୁଠାରୁ ଉଚ୍ଚ ମହିଳାମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ଅନଲାଇନରେ ମୋର ଲୋକପ୍ରିୟତା ଖୁବ ଅଧିକ, କିନ୍ତୁ ବାସ୍ତବ ଜୀବନରେ ମୋତେ ପ୍ରତି ମୁହୂର୍ତ୍ତରେ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିଥାଏ। ଅନଲାଇନରେ ଲୋକେ ମୋତେ ଖୁବ ପସନ୍ଦ କରନ୍ତି ଭଲପାଇବା ବି ଦିଅନ୍ତି। କିନ୍ତୁ ବାସ୍ତବ ଜୀବନରେ ମୋ ସହିତ ଏହାର ଓଲଟା ଘଟଣା ଘଟେ। ମୁଁ ଯଦି କୌଣସି କାମରେ ବାହାରକୁ ବାହାରେ ଲୋକେ ମୋତେ ଏମିତି ନଜରରେ ଦେଖନ୍ତି ଯେମିତି ମୁଁ ଅନ୍ୟ ଏକ ଗ୍ରହରୁ ଓହ୍ଲାଇ ଆସିଛି।

ଉଚ୍ଚତା ପାଇଁ ମିଳୁ ନାହାନ୍ତି ଜୀବନସାଥୀ

ମୋର ଉଚ୍ଚତା ପାଇଁ ଆଜି ପର୍ଯ୍ୟନ୍ତ ମୋର ବିବାହ ହୋଇ ପାରିନାହିଁ। ଅନେକ ପୁରୁଷ ଅନଲାଇନରେ ମୋର ଉଚ୍ଚତାକୁ ବହୁତ ଆଗ୍ରହର ସହିତ ଦେଖନ୍ତି, କିନ୍ତୁ ବାସ୍ତବ ଜୀବନରେ ମୋ ଉଚ୍ଚତା ପାଇଁ କୌଣସି ପୁରୁଷ ବିବାହ ପାଇଁ ରାଜି ହେଉ ନାହାନ୍ତି। ମୋର ଅସୁବିଧା ଏତିକିରେ ଶେଷ ହୋଇନାହିଁ। ମୋର ଗୋଡ଼ ସାଧାରଣ ବ୍ୟକ୍ତିଙ୍କ ତୁଳନାରେ ପ୍ରାୟ ଦୁଇଗୁଣ ଲମ୍ବା, ଯାହା ଫଳରେ ମୋର ସାଇଜର ପୋଷାକ ସହଜରେ ମିଳି ନଥାଏ। ପ୍ରତି ମାସରେ ମୋ ସାଇଜର ପୋଷାକ ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ। 

ଅନଲାଇନରେ ବହୁତ ପ୍ରଶଂସା ବାସ୍ତବ ଜୀବନରେ ନାହାନ୍ତି ପ୍ରକୃତ ସାଥୀ 

ଅନେକ ପୁରୁଷ ମୋର ଉଚ୍ଚତା ପ୍ରତି ଏତେ ଆକର୍ଷିତ ହୋଇଯାଆନ୍ତି ଯେ ସେମାନେ କେବଳ କିଛି ସମୟ ପାଇଁ ମୋତେ ଡେଟରେ ଡାକିଥାଆନ୍ତି। ତା’ପରେ ମୁହଁ ବୁଲାଇ ଚାଲି ଯାଇଥାଆନ୍ତି। ମୋର ବିଶ୍ବାସ ନିଶ୍ଚୟ ଦିନେ ଏପରି ଜୀବନସାଥୀଟିଏ ପାଇବି ଯିଏ ମୋର ଉଚ୍ଚତାକୁ ନୁହେଁ ବରଂ ମୋର ହୃଦୟ ଏବଂ ମାନବିକତାକୁ ଚିହ୍ନି ପାରିବ। ମୋ ସହିତ ସାରା ଜୀବନ ସାଥୀ ହୋଇଚାଲି ପାରିବ।’

ଅଧିକପଢ଼ନ୍ତୁ:ମାଗଣାରେ ସିଗାରେଟ ନ ଦେବାରୁ ପାନଦୋକାନୀଙ୍କୁ ଛୁରୀ ଭୁସି ହତ୍ୟା