ମୁମ୍ବାଇ: ପ୍ରଶଂସକମାନଙ୍କ ହୃଦୟରେ ରାଜ୍ କରିବା ସହିତ ରୋମାଣ୍ଟିକ ହିରୋ ଭାବେ ବଲିଉଡରେ ବେଶ୍ ପରିଚିତ ଥିବା ଅନନ୍ୟ ଅଭିନେତା ଶାହାରୁଖଙ୍କ ଆଜି ଜନ୍ମ ଦିନ । ସେ ୫୫ ବର୍ଷରେ ପଦାର୍ପଣ କରିଛନ୍ତି ।
ପିଲାଠାରୁ ବଡ଼ ପର୍ଯ୍ୟନ୍ତ ସବୁ ବର୍ଗର ଲୋକ ତାଙ୍କ ପ୍ରଶଂସକ ତାଲିକାରେ ସାମିଲ ଅଛନ୍ତି । ଶାହରୁଖ ଖାନଙ୍କ ଜନ୍ମଦିନକୁ ତାଙ୍କ ପ୍ରଶଂସକ ନିଜ ନିଜ ଅନ୍ଦାଜରେ ପାଳନ କରିଛନ୍ତି। ଏକ ଫ୍ୟାନ୍ ଗ୍ରୁପ୍ ତାଙ୍କ ପ୍ରିୟ ଅଭିନେତାଙ୍କ ଜନ୍ମଦିନରେ ୫୫୫୫ କୋଭିଡ କିଟ୍ ଗରିବ ଲୋକଙ୍କୁ ଦାନ କରିବାକୁ ଘୋଷଣା କରିଛନ୍ତି।

ଶାହରୁଖଙ୍କ ଫ୍ୟାନକ୍ଲବ୍ ଏହି ଡୋନେସନ୍ ବିଷୟରେ ଟ୍ବିଟ୍ କରିଛନ୍ତି। ଟ୍ବିଟ୍ ଅନୁସାରେ ଶାହରୁଖଙ୍କ ପ୍ରଶଂସକ ଅଭାବୀଙ୍କ ପାଇଁ କୋଭିଡ କିଟ୍ ପ୍ରସ୍ତୁତ କରିଛନ୍ତି। ଏଥିରେ ୫୫୫୫ମାସ୍କ, ସାନିଟାଇଜର ଏବଂ ଖାଦ୍ୟ ରହିଛି। ଫ୍ୟାନକ୍ଲବ୍ ଏହାର ଫଟୋ ମଧ୍ୟ ସେୟାର କରିଛି। ଏପରି ପରିସ୍ଥିତିରେ ପ୍ରଶଂସକଙ୍କ ଏହି କାମ ବାସ୍ତବରେ ପ୍ରଶଂସାଯୋଗ୍ୟ।
ସେହିପରି ପେରୁରୁ ଜଣେ ପ୍ରଶଂସକ ଶାହରୁଖ ଖାନଙ୍କ ଜନ୍ମଦିନ କେକ୍ କାଟି ଭର୍ଚୁଆଲି ସେଲିବ୍ରେଟ୍ କରିଛନ୍ତି। ଆଉ ଜଣେ ପ୍ରଶଂସକ ଅଙ୍ଗଦାନ କରିବାକୁ ପ୍ରତିଜ୍ଞାବଦ୍ଧ ହୋଇଛନ୍ତି। ଶାହରୁଖଙ୍କ ଜନ୍ମଦିନରେ ଉଦୟପୁରରେ ଏକ ଫ୍ୟାନଗ୍ରୁପ ବୁଲା ପଶୁଙ୍କୁ ଖୁଆଇଥିବା ବି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2020/11/Untitled-1-copy-3.jpg)