‘ଦୋସ୍ତାନା-୨’ରେ କାର୍ତ୍ତିକ ଆର୍ଯ୍ୟନ ଓ ଜାହ୍ନବୀ, ଜାଣନ୍ତୁ ଆର ନାୟକ ଜଣକ କିଏ?

Advertisment
‘ଦୋସ୍ତାନା-୨’ରେ କାର୍ତ୍ତିକ ଆର୍ଯ୍ୟନ ଓ ଜାହ୍ନବୀ, ଜାଣନ୍ତୁ ଆର ନାୟକ ଜଣକ କିଏ?

photo-amarujala

ମୁମ୍ବାଇ: ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ କରଣ ଜୋହରଙ୍କ ପିତା ୟଶ ଜୋହର ୧୯୮୦ରେ ନିର୍ମାଣ କରିଥିଲେ ‘ଦୋସ୍ତାନା’। ଏହି ସମାନ ଟାଇଟଲରେ ପ୍ରାୟ ଏଗାର ବର୍ଷ ତଳେ କରଣ ଜୋହର ଆଉ ଏକ ଫିଲ୍ମ ନିର୍ମାଣ କରିଥିଲେ,ଯାହା ସୁପରହିଟ୍‌ ବି ହୋଇଥିଲା। ଏବେ ସେ ‘ଦୋସ୍ତାନା-୨’ର ନିର୍ମାଣ କରାଯାଉଛି। ଏଥିରେ ନାୟକ ଭୂମିକାରେ କାର୍ତ୍ତିକ ଆର୍ଯ୍ୟନ ଓ ନାୟିକା ଭୂମିକାରେ ଜାହ୍ନବୀ କପୁରଙ୍କୁ ନିଆଯାଉଛି।

ହେଲେ କାର୍ତ୍ତିକଙ୍କୁ ଏହି ଫିଲ୍ମ ପାଇଁ ଅଫର ଦେବା ଆଗରୁ ଦୁଇଟି ସିନେମା ଲାଗି ଅନୁରୋଧ କରିଥିଲେ କରଣ ଜୋହର। ତେବେ କାର୍ତ୍ତିକ ସେଥିପାଇଁ ଆଗ୍ରହ ଦେଖାଇନଥିଲେ। କାର୍ତ୍ତିକଙ୍କ ଫିଲ୍ମ ‘ସୋନୁକି ଟିଟୁ ସ୍ୱିଟି’ ସୁପରହିଟ୍‌ ହେବା ପରେ କରଣ ଜୋହର କାର୍ତ୍ତିକ ଆର୍ଯ୍ୟନଙ୍କୁ ନେଇ ଏକ ଫିଲ୍ମ ନିର୍ମାଣ କରିବାକୁ ଚାହିଁଥିଲେ , ମାତ୍ର କାର୍ତ୍ତିକ ଯେଉଁ ସବୁ ସର୍ତ୍ତ ରଖିଲେ,ସେଥିରେ ରାଜି ହେଲେନି କରଣ। ଫଳତଃ ଦୁହେଁ ସାଙ୍ଗ ହୋଇ କାମ କରିପାରିଲେନି।

publive-image photo--amarujala.

ଏହା ପରେ କାର୍ତ୍ତିକ ନିର୍ଦ୍ଦେଶକ ଇମତିଆଜ ଅଲ୍ଲୀ ଓ ମୁଦସର  ଅଜିଜ୍‌ଙ୍କ ଫିଲ୍ମ ପାଇଁ ଚୁକ୍ତିବଦ୍ଧ ହେଲେ। କାର୍ତ୍ତିକଙ୍କ ଫିଲ୍ମ ‘ଲୁକା ଛିପି’ ସୁପରହିଟ୍‌ ହେବା ପରେ ପୁଣି କରଣ ଜୋହର ଅଫର ଦେଇଥିଲେ,ହେଲେ ସେତେବେଳେ ବି କାର୍ତ୍ତିକ ପ୍ରତ୍ୟାଖ୍ୟାନ କରିଥିଲେ। ‘ଦୋସ୍ତାନା-୨’ ପାଇଁ କିନ୍ତୁ କାର୍ତ୍ତିକ ରାଜି ହେଲେ। ଏଥିରେ ରାଜ କୁମାର ରାଓ ଅନ୍ୟତମ ନାୟକ ବନିବେ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe