ଆପଣ ଜାଣନ୍ତି କି ଡକ୍ଟର ହାତୀଙ୍କ ହସ୍ପିଟାଲ୍‌ ଖର୍ଚ୍ଚ ଉଠାଉଥିଲେ ସଲୁ ମିଆଁ?

ଆପଣ ଜାଣନ୍ତି କି ଡକ୍ଟର ହାତୀଙ୍କ ହସ୍ପିଟାଲ୍‌ ଖର୍ଚ୍ଚ ଉଠାଉଥିଲେ ସଲୁ ମିଆଁ?

ମୁମ୍ବାଇ: ଲୋକପ୍ରିୟ ଟିଭି ଧାରାବାହିକ ‘ତାରକ ମେହେତା କା ଉଲ୍‌ଟା ଚଷମା’ରେ ଡକ୍ଟର ହଂସରାଜ ହାତୀଙ୍କ ଭୂମିକା ନିଭାଇଥିବା ଟେଲି ଅଭିନେତା କବି କୁମାର ଆଜାଦଙ୍କର ପରଲୋକ ଖବର ସାରା ଦେଶରେ ତାଙ୍କ ପ୍ରଶଂସକମାନଙ୍କୁ ଦୁଃଖିତ କରିଛି। ମାତ୍ର ଆପଣ ହୁଏତ ଏକଥା ଜାଣିନଥିବେ ଯେ ଏହି ଲୋକପ୍ରିୟ ଟେଲି ଅଭିନେତାଙ୍କର ହସ୍ପିଟାଲ୍‌ ଖର୍ଚ୍ଚ ବହନ କରୁଥିଲେ ସୁପର୍‌ଷ୍ଟାର୍‌ ସଲମାନ ଖାନ।

ଗରିବ ଓ ନିଶହାୟଙ୍କୁ ସାହାଯ୍ୟ କରିବା ପାଇଁ ସଲୁ ମିଆଁଙ୍କର ଏକ ସଂଗଠନ ଅଛି ବୋଲି ତ ଆପଣ ଜାଣିଥିବେ ନିଶ୍ଚୟ। ଏହି ସଂଗଠନ ଦ୍ୱାରା କିଛି ମାତ୍ରାରେ ଲାଭପ୍ରଦ ହୋଇଥିଲେ ଡକ୍ଟର ହାତୀ। କିଛି ମାସ ତଳେ ଡକ୍ଟର ହାତୀ ସଲମାନଙ୍କୁ ଭେଟି ଧନ୍ୟବାଦ୍‌ ମଧ୍ୟ ଜଣାଇଥିଲେ। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ସଲୁଙ୍କର ଏହି ସଂଗଠନକୁ ବହୁ ଲୋକ ଉପକୃତ ହୋଇ ସାରିଛନ୍ତି।

publive-image

ଉଲ୍ଲେଖଯୋଗ୍ୟ, ଏହି ଲୋକପ୍ରୟ ଅଭିନେତାଙ୍କର ହୃଦ୍‌ଘାତ ଘଟି ସୋମବାର ସକାଳୁ ମୃତ୍ୟୁ ଘଟିଯାଇଛି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ସୋ’ର ସଂପୂର୍ଣ୍ଣ ଷ୍ଟାର୍‌କାଷ୍ଟ୍‍ ଓ ପଯୋଜକଙ୍କ ସହ ଥିବା ଏକ ମିଟିଂରେ ଯୋଗ ଦେବା ପାଇଁ ଅଭିନେତା ଜଣକ ସକାଳୁ ପ୍ରସ୍ତୁତ ହେଉଥିଲେ। ମାତ୍ର ହଠାତ୍‌ ତାଙ୍କୁ ଅସହଜ ମନେ ହେବାରୁ ସେ ମିଟିଂରେ ଉପସ୍ଥିତ ରହିପାରିବେ ନାହିଁ ବୋଲି ଫୋନ୍‌ ଯୋଗେ ଜଣାଇଥିଲେ। ଜଣାଇବାର ଠିକ୍‌ ୩-୪ ଘଣ୍ଟା ଅନ୍ତରରେ ତାଙ୍କୁ ହୃଦ୍‌ଘାତ ଆସିଥିଲା। ପୂର୍ବାହ୍ନ ୧୧ରୁ ୧୨ ସମୟରେ ହୃଦ୍‌ଘାତ୍‌ ଘଟିବା ପରେ ତାଙ୍କ ପ୍ରାୟବାୟୁ ଉଡ଼ି ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe