ରୋମାଣ୍ଟିକ୍‌ ହୋଇଗଲେ ରାସ୍ତା ମଝିରେ: ସ୍ୱାମୀଙ୍କୁ ଲିପ୍‌-ଲକ୍‌ ଚୁମ୍ବନ ଦେଲେ ଏହି ଅଭିନେତ୍ରୀ

Advertisment
ରୋମାଣ୍ଟିକ୍‌ ହୋଇଗଲେ ରାସ୍ତା ମଝିରେ: ସ୍ୱାମୀଙ୍କୁ ଲିପ୍‌-ଲକ୍‌ ଚୁମ୍ବନ ଦେଲେ ଏହି ଅଭିନେତ୍ରୀ

ମୁମ୍ବାଇ: ମୁମ୍ବାଇରେ ବସବାସ କରୁଥିବା ଟେଲିଭିଜନ୍‌ର ଜଣାଶୁଣା ମଡେଲ ତଥା ଅଭିନେତ୍ରୀ ଦ୍ରାଷ୍ଟି ଧାମିଙ୍କ ଅଭିନୟ ଆମେ ଅନେକ ମେଗା ଧାରାବାହିକରେ ଦେଖିବାକୁ ପାଇଛେ। ନିକଟରେ ତାଙ୍କର ବିବାହକୁ ୫ବର୍ଷ ପୂରିଛି। ଏହି ଅବସରରେ ସେ ଏକ ଫଟୋ ପୋଷ୍ଟ କରିଛନ୍ତି। ଏହି ଫଟୋ ପୋଷ୍ଟ ପରେ ଦ୍ରାଷ୍ଟି ଦର୍ଶକ ଓ ପ୍ରଶଂସକଙ୍କ ମହଲରେ ଚର୍ଚ୍ଚାର ପରିସରରେ ରହିଛନ୍ତି।

Drashti Dhami with husband zeenews.india

ବିବାହକୁ ୫ବର୍ଷ ପୂରିବା ଅବସରରେ ଦ୍ରାଷ୍ଟି ନିଜ ସ୍ୱାମୀଙ୍କୁ ଏକ ସ୍ୱତନ୍ତ୍ର ଶୈଳୀରେ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ସାଇଟ୍‌ରେ ଦ୍ରାଷ୍ଟି ତାଙ୍କ ସ୍ୱାମୀଙ୍କ ସହିତ ଲିପ୍‌-ଲକ୍‌ ଚୁମ୍ବନ କରୁଥିବାର ପୋଷ୍ଟକୁ ସେୟାର କରିଛନ୍ତି। ଫଟୋ ସହିତ ଦ୍ରାଷ୍ଟି ଏକ ସ୍ନେହଭରା ବାର୍ତ୍ତା ବି ଲେଖିଛନ୍ତି। ସେ ଲେଖିଛନ୍ତି, ‘ତୁମକୁ ସେବେ ବି ଭଲ ପାଉ ଥିଲି, ଆଉ ଏବେ ବି ଭଲ ପାଉପାଉଛି। ସବୁଦିନ ଏମିତି ଭଲ ପାଉଥିବି।’

ଦ୍ରାଷ୍ଟି ପୋଷ୍ଟ କରିଥିବା ଏହି ଫଟୋ ସେ ବିଦେଶ ଭ୍ରମଣରେ ଯାଇଥିବା ସମୟରେ ଉଠାଇ ଥିବା କୁହାଯାଉଛି। ଦ୍ରାଷ୍ଟ୍ରି ଧାମି ୨୦୦୯ରେ ଟେଲିଭିଜନ୍‌ ସୋ’ ‘ଦିଲ୍‌ ମିଲ୍‌ ଗେୟା’ ଜରିଆରେ ଛୋଟ ପରଦାରେ ଡେବ୍ୟୁ କରିଥିଲେ। ଏଥିସହିତ ତାଙ୍କୁ ଅନେକ ମ୍ୟୁଜିକ୍‌ ଭିଡିଓରେ ବି ତାଙ୍କୁ ଦେଖିବାକୁ ମିଳିଛି। ଦ୍ରାଷ୍ଟିଙ୍କ ଅଭିନୀତ ମ୍ୟୁଜିକ୍‌ ଭିଡିଓ ମଧ୍ୟରେ ‘ସଇଁୟା ଦିଲ୍‌ ମେ ଆନା ରେ‘, ‘ହାମ୍‌ କୋ ଆଜ କାଲ୍‌ ହୈ’, ‘ତୈରୀ ମେରୀ ନଜର କି ଡୋରି’ ଓ ‘ନାଚଲେ ସୋନିଓ ତୁୁ’ ଆଦି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe