ଏହି ଲୋକପ୍ରିୟ ପ୍ରଯୋଜକଙ୍କର ନିର୍ଦ୍ଦେଶକ ହେବାର ଥିଲା ସ୍ୱପ୍ନ

ଏହି ଲୋକପ୍ରିୟ ପ୍ରଯୋଜକଙ୍କର ନିର୍ଦ୍ଦେଶକ ହେବାର ଥିଲା ସ୍ୱପ୍ନ

ସିନେମାର ଶୀର୍ଷକ ‘କଟକ ୱେଡ୍‌ସ ସମ୍ବଲପୁର’। ଏଥିରେ ପ୍ରେମିକ ସମୀର ଭୂମିକାରେ ସମ୍ବିତ ଥିବାବେଳେ ପ୍ରେମିକା ଭୂମିକାରେ ଅଛନ୍ତି ସୁସ୍ମିତା। ଏ ଦୁହିଁଙ୍କ ବ୍ୟତୀତ ଏଥିରେ ପିଣ୍ଟୁ ନନ୍ଦ, ଗୁଡ୍ଡୁ, ରାଜା, ଏବଂ ପ୍ରଦୀପ ଦେବତାଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ। ଏଇ ଚଳଚ୍ଚିତ୍ରର ପ୍ରଯୋଜନା ରମେଶ ବାରିକ ଓ କେ. ତମନ୍ନା କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ‌ବୈଦ୍ୟନାଥ ଦାସ ଓ କମଳେଶ ଚକ୍ରବର୍ତ୍ତୀ। ନିର୍ଦ୍ଦେଶନା ଦେଇଛନ୍ତି ବାପି ଡେଭିଡ୍। ଓଡ଼ିଆ ଓ ବଙ୍ଗଳା ଏଇ ଦ୍ୱିଭାଷୀ ଚଳଚ୍ଚିତ୍ରଟି ଖୁବଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି।

ରମେଶ ବାରିକ ପ୍ରଥମେ ଏକ ବ୍ୟୟବହୁଳ ସିନେମା ‘ଟାଇଗର’ର ପ୍ରଯୋଜନା କରି ଇଣ୍ଡଷ୍ଟ୍ରିର ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ରୋମିଓ ଜୁଲିଏଟ, ଜଷ୍ଟ ମୋହବତ, ଇଏ ବି ଗୋଟେ ଲଭ୍ ଷ୍ଟୋରି, ପାରୋ ହ୍ୟାଟସ ଦେବଦାସ, ଦିଲରେ ଅଛି ତୋରି ନାଁ, ଗୋଟେ ରାଜା ଥିଲା, ଇନ୍ଦ୍ରଜାଲ, ଚକ୍ରବିହ୍ବ, ଆଉ ଗୋଟେ ଲଭ୍ ଷ୍ଟୋରି, ମହାବାହୁ, ଜିନା ଜରୁରୀ ହୈ, ଭୋଜପୁରିଆ ଟାଇଗର ଆଦି ଚଳଚ୍ଚିତ୍ରର ସେ ପ୍ରଯୋଜନା କରିଛନ୍ତି। ତାଙ୍କ ପ୍ରଯୋଜିତ ଚଳଚ୍ଚିତ୍ର ‘ଦେଖା ହେଲା ପ୍ରେମ ହେଲା’ର ଗୀତ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛି। ହେ ଈଶ୍ବର, କିଛି ଲୁହ ପିଇଯାଏ ଓଠ, ଫେରିଆସ, ତୁ ଏତେ ଭଲ ହେଲୁ କାଇଁ ପରି ମ୍ୟୁଜିକ୍ ଭିଡିଓର ଭେଟି ଦେଇ ସେ ଦର୍ଶକ ମହଲରେ ମଧ୍ୟ ଚର୍ଚ୍ଚିତ ହେଇଛନ୍ତି। ଦିନେ ନିର୍ଦ୍ଦେଶକ ହେବାର ଇଚ୍ଛା ନେଇ ସିନେମା ଜଗତରେ ପ୍ରବେଶ କରିଥିବା ରମେଶ ବାରିକ କିନ୍ତୁ ସମୟ ଚକ୍ରରେ ଜଣେ ପ୍ରଯୋଜକ ସାଜିଲେ। ତେବେ ବି ସେ ପ୍ରଯୋଜକ ଭାବେ ଇଣ୍ଡଷ୍ଟ୍ରିକୁ ଗୋଟିଏ ପରେ ଗୋଟିଏ ସଫଳ ସିନେମା ଦେଉଥିବାରୁ ବେଶ୍ ଖୁସି ଅଛନ୍ତି ବୋଲି ପ୍ରକାଶ କରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe