କମାଲ କରୁଛି ‘ଦୃଶ୍ୟମ୍-୨’, ଫିଲ୍ମ ପାଇଁ ଏତେ କୋଟି ପାରିଶ୍ରମିକ ନେଇଛନ୍ତି ଅଜୟ

Advertisment
କମାଲ କରୁଛି ‘ଦୃଶ୍ୟମ୍-୨’, ଫିଲ୍ମ ପାଇଁ ଏତେ କୋଟି ପାରିଶ୍ରମିକ ନେଇଛନ୍ତି ଅଜୟ

ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଆଗାମୀ ଫିଲ୍ମ ‘ଦୃଶ୍ୟମ୍-୨’କୁ ଦର୍ଶକ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିଲେ। ପ୍ରଥମେ ଅଜୟ ଦେବଗନ ଫିଲ୍ମର ଟିଜର ସେୟାର କରିବା ସହ ପରେ ଫିଲ୍ମର ଟ୍ରେଲର ରିଲିଜ କରାଯାଇଥିଲା। ଟ୍ରେଲର ରିଲିଜ ପରେ ଫିଲ୍ମକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ବଢ଼ିଥିବା ଦେଖାଯାଇଥିଲା। ରିଲିଜ୍ ପୂର୍ବରୁ ଆଗୁଆ ଟିକେଟ ବୁକିଂ ଆରମ୍ଭ ହୋଇଥିବା ବେଳେ ରିଲିଜ୍ ପରେ ଫିଲ୍ମକୁ ନେଇ ଦର୍ଶକ କେ‌ତେ ଉତ୍ସାହିତ ଥିଲେ ତାହା ଜଣାପଡ଼ିଛି।

ଫିଲ୍ମ ‘ଦୃଶ୍ୟମ୍-୨’ ପ୍ରଥମ ଦିନରେ ୧୫.୩୮କୋଟି ଟଙ୍କା ଆୟ କରିଥିବା ବେଳେ ଦ୍ବିତୀୟ ଦିନରେ ୨୧.୫୯କୋଟି ଟଙ୍କା ଆୟ କରିଛି। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଥିବା ଅଜୟ ଦେବଗନଙ୍କ ଚରିତ୍ରର ନାଁ ବିଜୟ ସଲଗାଓଁକର ଥିବା ବେଳେ ଫିଲ୍ମ ପାଇଁ ଅଜୟ ୩୦କୋଟି ନେଇଥିବା କୁହାଯାଉଛି। ଅନ୍ୟପକ୍ଷରେ ଅଭିନେତ୍ରୀ ତବୁ ଆଇଜି ମୀରା ଦେଶମୁଖ ଚରିତ୍ରରେ ନଜର ଆସିଥିବା ବେଳେ ସେ ଫିଲ୍ମ ପାଇଁ ୩.୫କୋଟି ନେଇଥିବା ସାମ୍ନାକୁ ଆସିଛି। ଫିଲ୍ମରେ ପ୍ରମୁଖ ଭୂମିକାରେ ନଜର ଆସିଥିବା ଅକ୍ଷୟ ଖନ୍ନା ଫିଲ୍ମ ପାଇଁ ୨.୫କୋଟି ଟଙ୍କା ନେଇଥିବା ଜଣାପଡ଼ିଛି।

ତେବେ ଅଜୟ ଦେବଗନଙ୍କ ‘ଦୃଶ୍ୟମ୍-୨’ ଅଭିନେତ୍ରୀ ଆଲିଆ ଭଟ୍ଟ, ଅକ୍ଷୟ କୁମାର, କାର୍ତ୍ତିକ ଆରୟନ, ରଣବୀର କପୁର ଏବଂ ରିତିକ ରୋଶନଙ୍କ ଚଳିତ ବର୍ଷ ରିଲିଜ ‌ହୋଇଥିବା ଫିଲ୍ମକୁ ପଛରେ ପକାଇଛି। ଫିଲ୍ମର ପ୍ରଥମ ଦିନର ଆୟ ଅନୁଯାୟୀ ଅକ୍ଷୟ କୁମାରଙ୍କ ‘ରାମ ସେତୁ’-‘ପୃଥ୍ବୀରାଜ ଚୌହାନ’-‘ବଚ୍ଚନ ପାଣ୍ଡେ’-‘ରକ୍ଷା ବନ୍ଧନ’, ସୈଫ୍ ଅଲୀ ଖାନ ଓ ରିତିକ ରୋଶନଙ୍କ ‘ବିକ୍ରମ ବେଦା’, ଆଲିଆ ଭଟ୍ଟଙ୍କ ‘ଗଙ୍ଗୁବାଇ କାଠିଆବାଡି’, କାର୍ତ୍ତିକ ଆରୟନଙ୍କ ‘ଭୁଲ ଭୁଲ‌ୈଆ-୨’ ଓ ରଣବୀର କପୁରଙ୍କ ‘ଶମଶେରା’କୁ ପଛରେ ପକାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe