‘ଦୃଶ୍ୟମ’ ଚଳଚ୍ଚିତ୍ର ନିର୍ଦ୍ଦେଶକ ନିଶିକାନ୍ତ କାମତଙ୍କ ପରଲୋକ, ଟ୍ବିଟ୍‌ କରି ସୂଚନା ଦେଲେ ରିତେଶ ଦେଶମୁଖ୍‌

Advertisment
‘ଦୃଶ୍ୟମ’ ଚଳଚ୍ଚିତ୍ର ନିର୍ଦ୍ଦେଶକ ନିଶିକାନ୍ତ କାମତଙ୍କ ପରଲୋକ, ଟ୍ବିଟ୍‌ କରି ସୂଚନା ଦେଲେ ରିତେଶ ଦେଶମୁଖ୍‌

DAILYNEWS2020

ମୁମ୍ବାଇ: ବଲିଉଡ୍‌ ନିର୍ଦ୍ଦେଶକ ନିଶିକାନ୍ତ କାମତ ସୋମବାର ହାଇଦ୍ରାବାଦର ଏଆଇଜି ହସ୍ପିଟାଲରେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ବୟସ ହୋଇଥିଲା। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ସେ ଅତୀତରେ ଲିଭର୍ ସିରୋସିସ୍ ରୋଗରେ ପୀଡିତ ହୋଇଥିଲେ। ତାଙ୍କ ଅବସ୍ଥା ବିଗିଡିଯିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗତ ୧୧ ତାରିଖରେ ତାଙ୍କୁ ହାଇଦ୍ରାବାଦସ୍ଥିତ ଏଆଇଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହା ପରେ ହସ୍ପିଟାଲ୍‌ ପକ୍ଷରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ଏକ ବିବୃତି ଜାରି କରାଯାଇଥିଲା। ତାଙ୍କୁ ଜଣ୍ଡିସ୍‌ ମଧ୍ୟ ହୋଇଥିଲା।

ନିର୍ଦ୍ଦେଶକଙ୍କ ମୃତ୍ୟୁ ଖବରକୁ ପ୍ରଥମେ ଅଭିନେତା ରିତେଶ ଦେଶମୁଖ ତାଙ୍କ ଟ୍ବିଟର୍ ଆକାଉଣ୍ଟ୍‌ରେ ପୋଷ୍ଟ୍‌ କରିବା ପରେ ଖବରଟି ସଙ୍ଗେ ସଙ୍ଗେ ଚାରିଆଡ଼େ ବ୍ୟାପୀ ଯାଇଥିଲା। ରିତେଶ ଲେଖିଛନ୍ତି, "ମୋର ବନ୍ଧୁ, ମୁଁ ତୁମକୁ ଖୁବ୍ ମନେ ପକାଇବି। # ନିଶିକାନ୍ତ ତୁମ ଆତ୍ମାର ସଦ୍‌ଗତି ହେଉ।"

ଅଭିନେତା ଅଜୟ ଦେବଗନ ମଧ୍ୟ ଟ୍ୱିଟରରେ ନିର୍ଦ୍ଦେଶକଙ୍କୁ ହରାଇବାରେ ଶୋକ ବ୍ୟକ୍ତ କରିଛନ୍ତି। ଆପଣ ଜାଣିଥିବେ ନିଶ୍ଚୟ ଯେ ବଲିଉଡର ବହୁର୍ଚ୍ଚିତ ଚଳଚ୍ଚିତ୍ର  ‘ଦୃଶ୍ୟମ’ରେ ଅଜୟ ଦେବଗନ୍‌ଙ୍କୁ ମୁଖ୍ୟ ଚରିତ୍ର ଭାବେ ନେଇ କାମ କରିଥିଲେ ନିର୍ଦ୍ଦେଶକ ନିଶିକାନ୍ତ।

ଉଲ୍ଲେଖଯୋଗ୍ୟ, ଦୃଶ୍ୟମ, ମଦାର ଓ ମୁମ୍ବାଇ ମେରି ଜାନ୍‌ ଆଦି ଚଳଚ୍ଚିତ୍ର ପାଇଁ ବେଶ୍‌ ପରିଚିତ ଥିଲେ ନିଶିକାନ୍ତ। ସେ କେତୋଟି ମରାଠୀ ଚଳଚ୍ଚିତ୍ରରେ ଅଭିନୟ ମଧ୍ୟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe