ବଲିଉଡ୍‌ର ହାଇ ପ୍ରୋଫାଇଲ୍‌ ପାର୍ଟିରେ ଡ୍ରଗ୍ସ ସେବନ ହୁଏ: ଅଧ୍ୟୟନ ସୁମନ

Advertisment
ବଲିଉଡ୍‌ର ହାଇ ପ୍ରୋଫାଇଲ୍‌ ପାର୍ଟିରେ ଡ୍ରଗ୍ସ ସେବନ ହୁଏ: ଅଧ୍ୟୟନ ସୁମନ

Hindustan Times

ମୁମ୍ବାଇ:  ଅଭିନେତା ଶେଖର ସୁମନଙ୍କ ପୁତ୍ର ଅଧ୍ୟୟନ ସୁମନ କହିଛନ୍ତି, ବଲିଉଡ୍‌ର ହାଇ ପ୍ରୋଫାଇଲ୍‌ ପାର୍ଟିମାନଙ୍କରେ ଡ୍ରଗ୍ସ ସେବନ ହୁଏ। ଏପରିକି ସେ ମଧ୍ୟ ଥରେ ଦୁଇଥର ଡ୍ରଗ୍ସ ନେଇଥିଲେ, କିନ୍ତୁ ଏବେ ସେସବୁଠୁ ଦୂରରେ ଅଛନ୍ତି। ସେ ଏକଥା ମଧ୍ୟ କହିଛନ୍ତି, ଯେବେ ମୁଁ କ୍ୟାରିୟର ଆରମ୍ଭ କରୁଥିଲି ସେତେବେଳେ ମୁଁ ନିଜେ ସେଇ ହାଇ‌ ପ୍ରୋଫାଇଲ୍‌ ପାର୍ଟିକୁ ଯାଉଥିଲି। ସେଠାରେ କେତେକ କଳାକାର ଡ୍ରଗ୍ସ ନେବା ଦେଖିଛି। ଏହା ଦେଖିବା ପରେ ମୁଁ ସେ ସବୁ ପାର୍ଟିରେ ଆଉ ଯୋଗ ଦେଲିନି। ପୁଣି କହିଛନ୍ତି, ସେତେବେଳେ କୁହାଯାଉଥିଲା ଯଦି ତୁମେ ବଲିଉଡ୍‌ର ବଡ଼ ପାର୍ଟିକୁ ଯାଉଛ, ବଡ଼ ଲୋକଙ୍କୁ ଭେଟୁଛ, ପାର୍ଟି କରୁଛ, ଡ୍ରଗ୍ସ ନେଉଛ ତେବେ ଲୋକଙ୍କୁ ଲାଗୁଥିଲା ତୁମ‌େ ଥଣ୍ଡା ମିଜାଜ୍‌ର। ତେଣୁ ତୁମକୁ କାମ ବି ମିଳିଯିବ। କିନ୍ତୁ ମୁଁ କହିବି, କାମ କେବଳ ଦକ୍ଷତାର ଦମ୍‌ରେ ମିଳେ।

ଅନ୍ୟ ପକ୍ଷରେ ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ଡଗ୍ସ କାରବାର ସାମ୍ନାକୁ ଆସିଛି। ଡ୍ରଗ୍ସ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଧିରେ ଧିରେ ଫସୁଥିବା ଦେଖାଯାଉଛି।  ଏହି ମାମଲାରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଓ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କୁ ଗିରଫ କରିଛି।

ତେଣେ ରିୟା ଚକ୍ରବର୍ତ୍ତୀଙ୍କ ହ୍ବାଟସଆପ୍ ଚାଟରୁ ଜଣାପଡ଼ିଛି ଯେ, ସେ ଡ୍ରଗ୍ସ କିଣିଛନ୍ତି, ବିକ୍ରି କରିଛନ୍ତି ଏବଂ ବ୍ୟବହାର କରିଛନ୍ତି, ଯାହା ନାର୍କୋଟିକ୍ ଡ୍ରଗ୍ ଏବଂ ସାଇକୋଟ୍ରୋପିକ୍ ପଦାର୍ଥ ଅଧିନିୟମ, (ଏନଡିପିଏସ) ୧୯୮୫ ଅଧୀନରେ ଆସିଥାଏ | ଏହି ଖୁଲାସା ହେବା ପରେ ରିୟା ଚକ୍ରବର୍ତ୍ତୀଙ୍କ ଅସୁବିଧା ଆଗାମୀ ସମୟରେ ଆହୁରି ବଢ଼ିପାରେ ବୋଲି ଆଶା କରାଯାଉଛି | ଆରମ୍ଭରୁ ରିୟାଙ୍କୁ ସନ୍ଦେହ କରାଯାଉଛି। ଏଭଳି ପରିସ୍ଥିତିରେ, ତାଙ୍କ କଥା ଏବଂ କାର୍ଯ୍ୟରେ ସମାନତାର ଅଭାବ ଥିବାରୁ ଆଗାମୀ ସମୟରେ ତାଙ୍କ ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି ହୋଇପାରେ ବୋଲି ଆଶା କରାଯାଉଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe