କିଡନୀ ରୋଗରେ ପୀଡ଼ିତ ଶାହରୁଖଙ୍କ ସହ-କଳାକାର, ଉଠାଇ ପାରୁନାହାନ୍ତି ଚିକିତ୍ସା ଖର୍ଚ୍ଚ

୨୦୨୩ରେ ରିଲିଜ୍ ହୋଇଥିବା ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ଫିଲ୍ମ 'ଡଙ୍କି'ରେ ନଜର ଆସିଥିବା ଅଭିନେତା ବରୁଣ କୁଲକର୍ଣ୍ଣି ଏବେ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି। ବରୁଣ କୁଲକର୍ଣ୍ଣିଙ୍କୁ କିଡନୀ ସମ୍ବନ୍ଧୀୟ ଏକ ଗମ୍ଭୀର ରୋଗ ହୋଇଥିବା ଖବର ଆସିଛି।

tshaj

ମୁମ୍ବାଇ: ୨୦୨୩ରେ ରିଲିଜ୍ ହୋଇଥିବା ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ଫିଲ୍ମ 'ଡଙ୍କି'ରେ ନଜର ଆସିଥିବା ଅଭିନେତା ବରୁଣ କୁଲକର୍ଣ୍ଣି ଏବେ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି। ବରୁଣ କୁଲକର୍ଣ୍ଣିଙ୍କୁ କିଡନୀ ସମ୍ବନ୍ଧୀୟ ଏକ ଗମ୍ଭୀର ରୋଗ ହୋଇଥିବା ଖବର ଆସିଛି। ତାଙ୍କୁ ସପ୍ତାହରେ ଅତି କମରେ ଦୁଇଥର ଡାଏଲିସିସ୍ କରିବାକୁ ପଡ଼ୁଥିବା ଦାବି କରିଛନ୍ତି ତାଙ୍କ ବନ୍ଧୁ ରୋଶନ ସେଟ୍ଟୀ।ସେ ଏହା ମଧ୍ୟ କହିଛନ୍ତି ଯେ, ସପ୍ତାହକୁ ୨ଥର ଡାଏଲିସିସ ପାଇଁ ବରୁଣଙ୍କ ପାଖରେ ଟଙ୍କା ନାହିଁ। ସେ ସାହାଯ୍ୟ ପାଇଁ ଅନ୍ୟ ଆଗରେ ହାତ ପତାଉଛନ୍ତି।

ରୋଶନ ଇନଷ୍ଟାଗ୍ରାମରେ ଅଭିନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଚିକିତ୍ସା ଯୋଗୁଁ ଅଭିନେତା ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ଏବଂ ତାଙ୍କୁ ହସ୍ପିଟାଲ ବିଲ୍ ଦେବାରେ ମଧ୍ୟ ଅସୁବିଧା ହେଉଛି। ନିଜ ପୋଷ୍ଟ ମାଧ୍ୟମରେ ସେ ଅନୁରୋଧ କରିଛନ୍ତି ଯେ, "ଏହି କଷ୍ଟକର ସମୟରେ ବରୁଣଙ୍କୁ ସାହାଯ୍ୟ କରନ୍ତୁ। ମୋର ପ୍ରିୟ ବନ୍ଧୁ ଏବଂ ଥିଏଟର ସହ-କଳାକାର ବରୁଣ ବର୍ତ୍ତମାନ ଗମ୍ଭୀର କିଡନୀ ସମସ୍ୟାରେ ପୀଡିତ। ଆମେ ପୂର୍ବରୁ ଟଙ୍କା ସଂଗ୍ରହ କରିବା ପାଇଁ କରିଥିବା ପ୍ରୟାସ ସତ୍ତ୍ୱେ, ତାଙ୍କ ଚିକିତ୍ସାର ଖର୍ଚ୍ଚ ବଢ଼ିବାରେ ଲାଗିଛି। ବରୁଣ କେବଳ ଜଣେ ଚମତ୍କାର କଳାକାର ନୁହଁନ୍ତି ବରଂ ଜଣେ ଦୟାଳୁ ଏବଂ ନିସ୍ୱାର୍ଥପର ମଣିଷ ମଧ୍ୟ। ସେ ବହୁତ କମ୍ ବୟସରେ ତାଙ୍କ ପିତାମାତାଙ୍କୁ ହରାଇଥିଲେ ଏବଂ ସେବେଠାରୁ ସେ ନିଜର ପରିଚୟ ନିଜେ ତିଆରି କରିଛନ୍ତି। ଏଭଳି ପରିସ୍ଥିତିରେ ତାଙ୍କୁ ଆର୍ଥିକ ସହାୟତା ଦେବାକୁ ଅନୁରୋଧ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe