ରଣବୀର କପୁରଙ୍କ ଡୁପ୍ଲିକେଟ୍‌ଙ୍କୁ ଦେଖିଛନ୍ତି ! ବାପା ଋଷି କପୁର ବି ବିସ୍ମିତ ହେଲେ

Advertisment
ରଣବୀର କପୁରଙ୍କ ଡୁପ୍ଲିକେଟ୍‌ଙ୍କୁ ଦେଖିଛନ୍ତି ! ବାପା ଋଷି କପୁର ବି ବିସ୍ମିତ ହେଲେ

ମୁମ୍ବାଇ: ବଲିଉଡରେ ଅନେକ କଳାକାରଙ୍କର ଡୁପ୍ଲିକେଟ୍‌ ଚର୍ଚ୍ଚାରେ ଅଛନ୍ତି। ଆଗରୁ ଅମିତାଭ ବଚ୍ଚନ, ଶତ୍ରୁଘ୍ନ ସିହ୍ନାଙ୍କର ଡୁପ୍ଲିକେଟ୍‌ ଖୁବ୍‌ ଚଚ୍ଚ୍‌ର୍ିତ ହୋଇଥିଲେ । ଏହା ଅବଶ୍ୟ ଭିନ୍ନ କଥା ଯେ ସେମାନେ ନିଜ କ୍ୟାରିଅରରେ ବିଶେଷ ଫାଇଦା ପାଇ ନଥିଲେ। ଏବେ ହାର୍ଟଥ୍ରୋବ୍‌ ରଣବୀର କପୁରଙ୍କ ଜଣେ ଡୁପ୍ଲିକେଟ୍‌ ବେଶ ଚର୍ଚ୍ଚାରେ ଅଛନ୍ତି। ତାଙ୍କୁ ଦେଖିବାପରେ ରଣବୀରଙ୍କ ପିତା ଋଷି କପୁର ବି ନିଜ ଆଖିକୁ ବିଶ୍ୱାସ କରି ପାରିଲେନି।

ରଣବୀର କପୁରଙ୍କ ଏହି ଡୁପ୍ଲିକେଟ୍‌ଙ୍କ ନାଆଁ ହେଲା ଜୁନୈଦ୍‌ ଶାହା।ଜୁନୈଦ୍‌ ହେଉଛନ୍ତି କାଶ୍ମୀରର ବାସିନ୍ଦା। ଯେତେବେଳେ ରଣବୀର କପୁରଙ୍କ ସହିତ ତାଙ୍କ ଫଟୋ ସୋସିଆଲ୍‌ ମିଡିଆରେ ଘୁରି ବୁଲିଲା,ସେତେବେଳେ ଜୁନୈଦ୍‌ ଙ୍କୁ ଲୋକେ ଜାଣିଲେ । ସମସ୍ତେ ତାଙ୍କୁ ରଣବୀର କପୁରଙ୍କ ଡୁପ୍ଲିକେଟ୍‌ ବୋଲି ମନେ କଲେ । ଏହାପରେ ସେ ଲୋକପ୍ରିୟ ହେଲେ।

publive-image

୨୪ ବର୍ଷୀୟ ଜୁନୈଦ୍‌ଙ୍କ ଚେହେରା ଅବିକଳ ରଣବୀର କପୁରଙ୍କ ପରି। ସେ ଜି ଟିଭିରେ ପ୍ରସାରିତ ଏକ ସୋ’ରେ କାମ କରିଛନ୍ତି।ଜୁନୈଦ ଚାହୁଁଛନ୍ତି ବଲିଉଡରେ କ୍ୟାରିଅର୍‌ କରିବାକୁ । ଏଥିପାଇଁ ସେ ପ୍ରସ୍ତୁତ ହେଲେଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe