ରଣଧୀର କପୁର ଗୁରୁତର ରୋଗ‌ରେ ପୀଡିତ: ରଣବୀର କପୁର

Advertisment
ରଣଧୀର କପୁର ଗୁରୁତର ରୋଗ‌ରେ ପୀଡିତ: ରଣବୀର କପୁର

ମୁମ୍ବାଇ: ବଲିଉଡ ଅଭିନେତା ତଥା କରୀନା କପୁରଙ୍କ ବାପା ରଣଧୀର କପୁର କିଛି ଦିନ ହେବ ଏକ ମସ୍ତିଷ୍କ ରୋଗର ଶିକାର ହୋଇଥିବା ରଣବୀର କପୁର ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି।

ଫିଲ୍ମ 'ଶର୍ମାଜୀ ନମକିନ୍'ର ପ୍ରମୋସନ ସମୟରେ ରଣବୀର ଏହି ସୂଚନା ଦେଇଛନ୍ତି। ଏହି ଚଳଚ୍ଚିତ୍ରଟି ରଣବୀରଙ୍କ ସ୍ୱର୍ଗତଃ ପିତା ଋଷି କପୁରଙ୍କ ଶେଷ ଚଳଚ୍ଚିତ୍ର ରହିଛି। ‘ଶର୍ମାଜୀ ନମକିନ୍’ ପ୍ରଥମ ହିନ୍ଦୀ ଫିଲ୍ମ ଯେଉଁଥିରେ ଦୁଇ ବରିଷ୍ଠ ଅଭିନେତା ଋଷି କପୁର ଓ ପରେଶ ରାୱାଲ ଏକାଠି ଗୋଟିଏ ପରଦାରେ ନଜର ଆସିବେ। ହିତେଶ ଭାଟିଆଙ୍କ ଦ୍ୱାରା ନିର୍ଦ୍ଦେଶିତ ତଥା ଏକ୍ସେଲ ଏଣ୍ଟରଟେନ୍‌ମେଣ୍ଟ ବ୍ୟାନ୍‌ରରେ ନିର୍ମିତ ଏହି ଫିଲ୍ମର ଅନ୍ୟ ପ୍ରମୁଖ ଭୂମିକାରେ ଜୁହି ଚାୱାଲ, ସୁହେଲ ନାୟର, ତାରୁକ ରେନା, ସତୀଶ କୌଶିକ, ଶିବା ଚଡ୍ଡା ଏବଂ ଇଶା ତଲୱାର ଜନର ଆସିବେ।

ନିକଟରେ ହୋଇଥିବା ଏକ ସାକ୍ଷାତକାରେ ରଣବୀର କପୁର କହିଛନ୍ତି ଯେ ତାଙ୍କ ପିତାଙ୍କ ବଡ ଭାଇ ଏବଂ ତାଙ୍କ ବଡ଼ ବାପା ରଣଧୀର କପୁର ଡିମେନ୍ସିଆ ରୋଗର ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛନ୍ତି।

ଡିମେନ୍ସିଆ ଏକ ଗୁରୁତର ମସ୍ତିଷ୍କ ରୋଗ ଯାହା ଦୀର୍ଘକାଳ ଧରି ଧିରେ ଧିରେ ଚିନ୍ତା ଓ ସ୍ମରଣ ଶକ୍ତି କମେଇ ଦେଇଥାଏ। ଏହା ଯୋଗୁ ଦୈନନ୍ଦିନ କାର୍ଯ୍ୟ ପ୍ରଭାବିତ ମଧ୍ୟ ହୋଇଥାଏ। ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଭାବନା ସମସ୍ୟା, ଭାଷା ସମସ୍ୟା ହୁଏ ଓ ଅଭିପ୍ରେରଣ କମିଯିବା ବି ଦେଖିବାକୁ ମିଳିଥାଏ। ବ୍ୟକ୍ତି ବୃଦ୍ଧ ହେବା ସହିତ ଡିମେନ୍ସିଆ ହେବାର ଆଶଙ୍କା ମଧ୍ୟ ବଢ଼ି ଯାଇଥାଏ।

ଏହି ରୋଗର ଶିକାର ହେଲେ ବ୍ୟକ୍ତି ନିଜ ଘର ଠିକଣା ମଧ୍ୟ ହଠାତ ଭୁଲି ଯାଇଥାଆନ୍ତି। ଗୋଟିଏ ପ୍ରଶ୍ନକୁ ବାରମ୍ବାର ଦୋହରାଇ ହେଉ ଥାଆନ୍ତି। ସାଧାରଣ କାମ କରିବାରେ ବି ତାଙ୍କୁ ସମସ୍ୟା ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe