ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ଇିଡି ଜେରା: ଆଇପିଏଲ୍‌ ବେଟିଂ ବିଜ୍ଞାପନ ମାମଲା

Advertisment

ମହାଦେବ ବେଟିଂ ଆପ୍‌ ଓ ଫେୟାର୍‌ ପ୍ଲେ ଆପ୍‌ରେ ବେଆଇନ ବିଜ୍ଞାପନରେ ଅଭିନୟ କରିବା ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଭିନେତ୍ରୀ ତମ୍ମନା ଭାଟିଆଙ୍କୁ ଦୀର୍ଘ ୫ ଘଣ୍ଟା ଜେରା କରିଛି।

ମହାଦେବ ବେଟିଂ ଆପ୍‌ ଓ ଫେୟାର୍‌ ପ୍ଲେ ଆପ୍‌ରେ ବେଆଇନ ବିଜ୍ଞାପନରେ ଅଭିନୟ କରିବା ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଭିନେତ୍ରୀ ତମ୍ମନା ଭାଟିଆଙ୍କୁ ଦୀର୍ଘ ୫ ଘଣ୍ଟା ଜେରା କରିଛି।

dhd

ଗୌହାଟୀ: ମହାଦେବ ବେଟିଂ ଆପ୍‌ ଓ ଫେୟାର୍‌ ପ୍ଲେ ଆପ୍‌ରେ ବେଆଇନ ବିଜ୍ଞାପନରେ ଅଭିନୟ କରିବା ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଭିନେତ୍ରୀ ତମ୍ମନା ଭାଟିଆଙ୍କୁ ଦୀର୍ଘ ୫ ଘଣ୍ଟା ଜେରା କରିଛି। ନିର୍ଦ୍ଦେଶାଳୟ ପକ୍ଷରୁ ସମନ ଜାରି କରାଯାଇ ଆଜି ଗୌହାଟୀ କାର୍ଯ୍ୟାଳୟରେ ହାଜର ହେବାକୁ ତମନ୍ନାଙ୍କୁ ସମନ କରାଯାଇଥିଲା।  ଆଜି ଅପରାହ୍‌ଣ ୧ଟା ୨୫ ମିନିଟିରେ ତମ୍ମନା ନିଜର ପିତାମାତାଙ୍କ ସହ ଇଡି କାର୍ଯ୍ୟାଳୟରେ  ଉପସ୍ଥିତ ହୋଇଥିଲେ। କାର୍ଯ୍ୟାଳୟ ଭିତରକୁ ତମ୍ମନା ଓ ତାଙ୍କ ପିତା ଯାଇଥିବା ବେଳେ ମା’ ବାହାରେ ଗାଡ଼ିରେ ଅପେକ୍ଷା କରିଥିଲେ। ତେବେ ପଚରାଉଚରା ସମ୍ପର୍କରେ ତମ୍ମନା କିମ୍ବା ତାଙ୍କ ପିତାମାତା, ଏପରିକି ଇଡି ପକ୍ଷରୁ ମଧ୍ୟ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ। 

ସୂଚନାଯୋଗ୍ୟ, ଏହି ମାମଲାରେ ରଣବୀର କପୁର, ଶ୍ରଦ୍ଧା କପୁର, କପିଲ ଶର୍ମା, ହୁମା କୁରେସି, ହିନା ଖାନ୍‌, ତମ୍ମନାଙ୍କ ସମେତ ୧୭ଜଣ ବଲିଉଡ୍‌ ତାରକାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ କରିଛି। ବେଆଇନ ଆଇପିଏଲ୍‌ ବିଜ୍ଞାପନରେ ଅଭିନୟ ମାମଲାରେ ତମନ୍ନାଙ୍କୁ ଜେରା ହୋଇଥିଲା। ଏହି ମାମଲାରେ ଅଭିନେତା ସାହିଲ ଖାନ୍‌ଙ୍କୁ ଚଳିତ ବର୍ଷ ଏପ୍ରିଲ୍‌ ମାସରେ ଗିରଫ କରାଯାଇଥିଲା। ତମ୍ମନାଙ୍କୁ ଏହି ମାମଲାରେ ଇଡି ଦୁଇ ଥର ସମନ ଜାରି କରିଛି। ପ୍ରଥମ ସମନରେ ମୁମ୍ବାଇ‌ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe