ଡ୍ରଗ୍ସ କାରବାର ନେଇ ରିୟା ଏକାଧିକ ହ୍ବାଟ୍‌ସଆପ୍‌ ଗ୍ରୁପ୍‌ରେ କଥା ହୋଇଛନ୍ତି : ଇଡି

Advertisment
ଡ୍ରଗ୍ସ କାରବାର ନେଇ ରିୟା ଏକାଧିକ ହ୍ବାଟ୍‌ସଆପ୍‌ ଗ୍ରୁପ୍‌ରେ କଥା ହୋଇଛନ୍ତି : ଇଡି

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତା ରିୟା ଚକ୍ରବର୍ତ୍ତୀ ଏବେ ଡ୍ରଗ୍ସ କାରବାରରେ ସଂପୃକ୍ତି ଅଭିଯୋଗରେ ଛନ୍ଦି ହୋଇ ପଡ଼ିଛନ୍ତି। ଏହି ଡ୍ରଗ୍ସ ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ରିୟାଙ୍କ ସଂପର୍କରେ ଏକ ଗୁରତ୍ବପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛି। ଇଡି ତଦନ୍ତ କରି ସୂଚନା ଦେଇଛି ଯେ ଏପରି ଏକାଧିକ ହ୍ବାଟ୍‌ସଆପ୍‌ ଗ୍ରୁପ୍‌ ରହିଛି ଯେଉଁଠାରେ ରିୟା ଡ୍ରଗ୍ସ କାରବାର ବିଷୟରେ ଚାଟ କରିଛନ୍ତି। ଜାଣିବାକୁ ମିଳିଛି ଯେ ଏହି ଗ୍ରୁପ୍‌ରେ ଡ୍ରଗ୍ସ କିଣାବିକା ସଂପର୍କରେ ବିଭିନ୍ନ ପ୍ରକାରର ଆଲୋଚନା ହେଉଥିଲା।

ଆପଣ ଜାଣିଥିବେ ନିଶ୍ଚୟ ଯେ ନିକଟରେ ରିୟାଙ୍କ ସହ ଏହି ଡ୍ରଗ୍ସ କାରବାର ମାମଲାରେ ସାମୁଏଲ୍ ମିରାଣ୍ଡା, ଜୟା ସାହା, ଶ୍ରୁତି ମୋଦୀ, ଶୋଭିକ୍‌, ଗୌରବ ଆର୍ଯ୍ୟ ଆଦି ମଧ୍ୟ ଛନ୍ଦି ହୋଇ ପଡ଼ିଛନ୍ତି। ରିୟା ଡ୍ରଗ୍ସ କାରବାର କରୁଥିଲେ ବୋଲି ଇଡି ତଥ୍ୟ ହାତେଇବା ପରେ ଏହି ମାମଲାର ଏବେ ତଦନ୍ତ ଆରମ୍ଭ ହୋଇଛି।

publive-image
UP Varta News

ଅନ୍ୟପକ୍ଷରେ ଡ୍ରଗ୍ସ କାରବାରରେ ତାଙ୍କର ସଂପୃକ୍ତି ନାହିଁ ବୋଲି ସିବିଆଇ ଜେରା କାଳରେ ଅଭିଯୁକ୍ତା ରିୟା ସଫେଇ ଦେଇଛନ୍ତିି। ଖାଲି ସେତିକି ନୁହେଁ, ସେ କେବେ ବି ଡ୍ରଗ୍ସ ଖାଇନାହାନ୍ତି ବୋଲି ସିବିଆଇ ଆଗରେ ପ୍ରକାଶ କରିଛନ୍ତି। ଗୌରବ‌ଙ୍କ ସହ ରିୟା ଡ୍ରଗ୍ସ କାରବାର ନେଇ କରିଥିବା ଚାଟ ସଂପର୍କରେ ସିବିଆଇ ପଚାରିବା ପରେ ସେ ସନ୍ତୋଷଜନକ ଉତ୍ତର ରଖିପାରିନାହାନ୍ତି। ରିୟାଙ୍କ ଚାଟ୍‌ ସବୁ ଭାଇରାଲ ହେବା ପରେ ସେ ଡ୍ରଗ୍ସ ମାମଲାରେ ଛନ୍ଦି ହୋଇ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe