ଜ୍ୟାକଲିନ ଓ ଚନ୍ଦ୍ରଶେଖରଙ୍କୁ ନେଇ ଇଡିଙ୍କ ଚାଞ୍ଚଲ୍ୟକର ଦାବି

Advertisment
ଜ୍ୟାକଲିନ ଓ ଚନ୍ଦ୍ରଶେଖରଙ୍କୁ ନେଇ ଇଡିଙ୍କ ଚାଞ୍ଚଲ୍ୟକର ଦାବି

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦିଲ୍ଲୀ ଉଚ୍ଚନ୍ୟାୟାଳୟଙ୍କ ନିକଟରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ବିରୋଧରେ ଏକ ଚାଞ୍ଚଲ୍ୟକର ଦାବି କରିଛନ୍ତି।

ଇଡିଙ୍କ କହିବାନୁସାରେ, ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ବିଷୟରେ ସବୁକିଛି ଜାଣିବି ତାଙ୍କ ସହ ଜଡ଼ିତ ଥିଲେ। ଚନ୍ଦ୍ରଶେଖର ଦେଉଥିବା ଉପହାର ସବୁ ଠକେଇ ପଇସାର ଥିବା ବି ଅଭିନେତ୍ରୀ ଜାଣିଥିଲେ। ଏହାପରେ ବି ଜ୍ୟାକଲିନ ସେ ସମସ୍ତ ଉପହାରକୁ ସ୍ବୀକାର କରିଥିଲେ। ଆଜି ପର୍ଯ୍ୟନ୍ତ ଜ୍ୟାକଲିନ ଚନ୍ଦ୍ରଶେଖର ଠାରୁ କ’ଣ କ’ଣ ଉପହାର ନେଇଛନ୍ତି ସ୍ପଷ୍ଟ ଭାବେ ଜଣାଇନାହାନ୍ତି। ଯେପର୍ଯ୍ୟନ୍ତ ପ୍ରମାଣ ମିଳି ନଥାଏ ସେ ସମସ୍ତ କଥାକୁ ଲୁଚାଇ ରଖିଥାଆନ୍ତି। ଏବେ ସବୁ କଥାକୁ ସୁକେଶ ଗୋଟିଗୋଟି କରି ସାମ୍ନାକୁ ଆଣିବା ପରେ ଜ୍ୟାକଲିନ ଏ‌ବେ ତାଙ୍କ ସହିତ ଆଉ କୌଣସି ସମ୍ପର୍କ ରଖିବାକୁ ଚାହୁଁ ନାହାନ୍ତି।

ନିକଟରେ ଜ୍ୟାକଲିନ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିଶନ ଦାଖଲ କରି କହିଥିଲେ କି ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କା ଲଣ୍ଡରିଂ ମାମଲାରେ ତାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ଏଫଆଇଆର ବାତିଲ କରାଯାଉ।

ଏଥିସହିତ ଚନ୍ଦ୍ରଶେଖରଙ୍କୁ ତାଙ୍କ ବିଷୟରେ ଆଉ କୌଣସି ଚିଠି, ବିବୃତ୍ତି କିମ୍ବା ବାର୍ତ୍ତା ପ୍ରଦାନ ନ କରିବାକୁ ଜ୍ୟାକଲିନ ଦିଲ୍ଲୀ ପୁଲିସ ଆର୍ଥିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) କୁ ନିର୍ଦ୍ଦେଶ ମାଗିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe