ଜାଣନ୍ତି , ଆପଣଙ୍କ ପ୍ରିୟ ତାରକା କେତେ ପାଠ ପଢ଼ିଛନ୍ତି?

Advertisment
ଜାଣନ୍ତି , ଆପଣଙ୍କ ପ୍ରିୟ ତାରକା କେତେ ପାଠ ପଢ଼ିଛନ୍ତି?

photo-indiatoday

କରିନା କପୁର:- ଯଦିଓ ମାତ୍ର ଷୋହଳ ବର୍ଷ ବୟସରେ କରିନା ବଲିଉଡ଼୍‍ରେ ହିରୋଇନ୍‌ ରୂପେ କ୍ୟାରିଅର୍‌ ଆରମ୍ଭ କରିଥିଲେ,କିନ୍ତୁ ସେ ପାଠପଢ଼ା ପ୍ରତି ବେଶ୍‌ ସଚେତନ ଥିଲେ। କରିନା କପୁର ବ୍ୟାଚେଲର୍‌ ଡ଼ିଗ୍ରିଧାରୀ ଏବଂ ସେ‘ଲ’ରେ ଆଡ଼ମିସନ୍‌ ନେଇଛନ୍ତି।ମାଇକ୍ରୋକଂପ୍ୟୁଟର୍‌ ଫ୍ରେସ୍‌ କୋର୍ସ ମଧ୍ୟ କରିଛନ୍ତି।
ଆର୍‌.ମାଧବନ୍‌:- ମାଧବନ୍‌ ଜଣେ ଇଲେକ୍ଟ୍ରୋନିକ୍ସ ଇଂଜିନିୟର୍‌।ସେ ମହାରାଷ୍ଟ୍ରର ଶ୍ରେଷ୍ଠ ଏନ୍‌ସିସି କ୍ୟାଡ଼େଟ୍‌ ମନୋନୀତ ହୋଇ ଇଂଲାଣ୍ଡ୍‌ ଯାଇଥିଲେ ଏବଂ ସେଠାରେ ରୟାଲ ଆର୍ମିରେ ପ୍ରଶିକ୍ଷଣ ନେଇଥିଲେ।
ଜନ୍‌ ଆବ୍ରାହମ୍‌ :- ଜନ୍‌ ଏମ୍‌.ବି.ଏ କରିବାପରେ ଏଲାଇନ୍‌ରେ ଚାକିରି ମଧ୍ୟ କରୁଥିଲେ।ପରେ ସୁପର ମଡ଼େଲ୍‌ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଫିଲ୍ମ ଲାଇନ୍‌କୁ ଆସିଥିଲେ।
ଇମ୍ରାନ୍‌ ଖାନ୍‌:- ଅମୀର ଖାନ୍‌ଙ୍କ ଭଣଜା ଇମ୍ରାନ୍‌ ଖାନ୍‌ ସ୍ନାତକ ଡ଼ିଗ୍ରି ଧାରୀ।ତା’ପରେ ସେ ଫିଲ୍ମ ମେକିଙ୍ଗ୍‌ରେ ମଧ୍ୟ ଡ଼ିଗ୍ରି କୋର୍ସ କରିଛନ୍ତି।

publive-image photo-.hindustantimes.com

ରଣବୀର କପୁର:- ରଣବୀର ଜଣେ ସ୍ନାତକ ଧାରୀ।ତା’ପରେ ସେ ନ୍ୟୁୟର୍କର ଲି ଷ୍ଟ୍ରିସ୍ୱମ ର୍ଥିଏଟର୍‌ ଆଣ୍ଡ ୍‌ ଫିଲ୍ମ ଇନ୍‌ଷ୍ଟିଚ୍ୟୁଟ୍‌ରେ ଆକ୍ଟିଙ୍ଗ୍‌ କୋର୍ସ ମଧ୍ୟ କରିଥିଲେ।
ଅଭିଷେକ ବଚ୍ଚନ:-ଅଭିଷେକ ପାଠପଢ଼ା ପ୍ରତି ପିଲାଦିନରୁ ଉଦାସୀନ ଥିଲେ। ସେ ବୋଷ୍ଟନ୍‌ ୟୁନିର୍ଭସିଟିରୁ ଡ୍ରପ୍‌ ଆଉଟ୍‌ ଅଟନ୍ତି।
ଅମିତାଭ ବଚ୍ଚନ:-ସୁପରଷ୍ଟାର୍‌ ଅମିତାଭ ବଚ୍ଚନ ଉଭୟ ବିଜ୍ଞାନ ଓ କଳାରେ ଡ଼ିଗ୍ରି କରିଥିଲେ।ସେ ନୌନିତାଲ୍‌ର ଶେରବୁଡ଼ କଲେଜରୁ ସାଇନ୍‌ସରେ ଗ୍ରାଜୁଏସନ୍‌ କରିଥିଲେ।

publive-image photo--.indianexpress.com

ଶାହରୁଖ୍‌ ଖାନ୍‌ :- ବଲିଉଡ଼୍‍ର ବାଦଶାହା ଶାହରୁଖ୍‌ ଖାନ୍‌ ନୂଆଦିଲ୍ଲୀର ହଂସରାଜ କଲେଜରୁ ଡ଼ିଗ୍ରି କରିବାପରେ ଜାମିୟା କଲେଜ୍‌ରେ ମାସ୍‌ କମ୍ୟୁନିକେସନ୍‌ରେ ମାଷ୍ଟର ଡ଼ିଗ୍ରି କରିବାକୁ ଆଡ଼ମିସନ୍‌ ନେଇଥିଲେ,ମାତ୍ର ଫିଲ୍ମରେ କାମ ମିଳିବା ଯୋଗୁଁ ସେହି ଶିକ୍ଷା ଅସଂପୂର୍ଣ୍ଣ ରହିଗଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe