ନୂଆଦିଲ୍ଲୀ: ଦୀପିକା ପାଦୁକୋନ ଓ ରଣବୀର ସିଂହ ଦୁହେଁ ତାଙ୍କର ପ୍ରଥମ ସନ୍ତାନର ଆଗମନ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।
ଇନଷ୍ଟାଗ୍ରାମ ଷ୍ଟୋରୀରେ ପ୍ରଶଂସକଙ୍କ ସହ ଦୀପିକା ନୂଆ ଫଟୋସୁଟର ଭିଡିଓ ସେୟାର କରିଛନ୍ତି । ଭିଡିଓରେ ଅଭିନେତ୍ରୀ ଏକ ସୁନ୍ଦର ହଳଦିଆ ପୋଷାକରେ ଦେଖିବାକୁ ମିଳୁଛନ୍ତି। ଯେଉଁଥିରେ ତାଙ୍କ ବେବିବମ୍ପ ବି ନଜର ଆସୁଛି। ଦୀପିକା ବି ଖୁବ ଖୁସି ଅଛନ୍ତି।
ଚଳିତବର୍ଷ ଫେବ୍ରୁଆରି ୨୯ ତାରିଖରେ ଦୀପିକା ଗର୍ଭବତୀ ଥିବା ଘୋଷଣା କରିବାବେଳେ ପ୍ରଶଂସକମାନଙ୍କୁ ସୂଚନା ଦେଇ କହିଥିଲେ ଯେ ତାଙ୍କର ପ୍ରସବ ତାରିଖ ସେପ୍ଟେମ୍ବରରେ ରହିଛି। ଏହାପରେ ପ୍ରଶଂସକଙ୍କ ଠାରୁ ଅନେକ କଳାକାର ଦୀପିକାଙ୍କୁ ଅଭିନନ୍ଦନ ଜଣାଇଥିଲେ ଓ ଜଣାଉଛନ୍ତି ମଧ୍ୟ।
ଏହାପରେ ଅଭିନେତ୍ରୀଙ୍କୁ ଅନେକ ଥର ଦେଖିବାକୁ ମିଳିଥିଲା। କିନ୍ତୁ ଏହି ସମୟରେ ତାଙ୍କ ବେବିବମ୍ପ ଦୃଶ୍ୟମାନ ହେଉ ନଥିଲା । ନିକଟରେ ଯେତେବେଳେ ସେ ଭୋଟ୍ ଦେବା ପାଇଁ ମୁମ୍ବାଇରେ ସ୍ୱାମୀ ରଣବୀର ସିଂଙ୍କ ସହ ନଜର ଆସିଥିଲେ, ସେତେବେଳେ ତାଙ୍କ ବେବିବମ୍ପ ସ୍ପଷ୍ଟ ଭାବେ ଦେଖାଯାଉଥିଲା।
ଦୀପିକାଙ୍କୁ ଗର୍ଭବତୀ ଅବସ୍ଥା ଦେଖି ତାଙ୍କ ଫ୍ୟାନ୍ସମାନେ ଖୁସି ହୋଇଯାଇଥିବା ବେଳେ କିଛି ଲୋକ ଅଭିନେତ୍ରୀଙ୍କ ମିଥ୍ୟା ବେବିବମ୍ପ କହି ଟ୍ରୋଲ କରିଥିଲେ। ଏହାପରେ ଦୀପିକା ବେବିବମ୍ପ ଦେଖାଇ ପ୍ରଥମଥର ଫଟୋ ସୁଟ କରିଛନ୍ତି।
Follow Us