ଆଡଲ୍ଟ ଭିଡିଓ ଆପ ସହିତ ରାଜଙ୍କ ସମ୍ପର୍କ ବିଷୟରେ ଇଡିକୁ ଏସବୁ ଜଣାଇଲେ ଗେହନା

Advertisment

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା ଆଡଲ୍ଟ ଭିଡିଓ ନିର୍ମାଣ ପାଇଁ କିଛି ବର୍ଷ ହେଲାଣି ବିବାଦରେ ଅଛନ୍ତି। ଏମଧ୍ୟରେ ଅଭିନେତ୍ରୀ ତଥା ନିର୍ମାତା ଗେହେନା ବଶିଷ୍ଟଙ୍କ ବୟାନ ବିବାଦକୁ ଆହୁରି ବଢ଼ାଇଛି।

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା ଆଡଲ୍ଟ ଭିଡିଓ ନିର୍ମାଣ ପାଇଁ କିଛି ବର୍ଷ ହେଲାଣି ବିବାଦରେ ଅଛନ୍ତି। ଏମଧ୍ୟରେ ଅଭିନେତ୍ରୀ ତଥା ନିର୍ମାତା ଗେହେନା ବଶିଷ୍ଟଙ୍କ ବୟାନ ବିବାଦକୁ ଆହୁରି ବଢ଼ାଇଛି।

tgehnabb

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା ଆଡଲ୍ଟ ଭିଡିଓ ନିର୍ମାଣ ପାଇଁ କିଛି ବର୍ଷ ହେଲାଣି ବିବାଦରେ ଅଛନ୍ତି। ଏଥିପାଇଁ ସେ ଜେଲ୍ ମଧ୍ୟ ଯାଇ ସାରିଛନ୍ତି। କିଛି ଦିନ ତଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଅଶ୍ଲୀଳ ଭିଡିଓ ନିର୍ମାଣ ନେଇ ରାଜ କୁନ୍ଦ୍ରାଙ୍କ ବାସଭବନ ତଥା କାର୍ଯ୍ୟାଳୟରେ ଚଢ଼ଉ କରିଥିଲା। ଏହା ପରେ ଅଭିନେତ୍ରୀ ତଥା ନିର୍ମାତା ଗେହେନା ବଶିଷ୍ଟଙ୍କୁ ଇଡି ପଚରାଉଚରା କରିଥିବା ବେଳେ ସେ କିଛି ଆଶ୍ଚର୍ଯ୍ୟଜନକ ଖୁଲାସା କରିଥିବା ଦାବି କରିଛନ୍ତି।

ପଚରାଉଚରା ପରେ ସେ ଗଣମାଧ୍ୟମକୁ ଜଣାଇଛନ୍ତି ଯେ, “ଇଡି ମୋତେ ହଟ୍‌ସଟ୍‌ ଆପ ସହିତ ରାଜ୍ କୁନ୍ଦ୍ରାଙ୍କର ସମ୍ପର୍କ ଥିଲା କି ନାହିଁ ବୋଲି ପ୍ରଶ୍ନ କରିଥିଲା। ମୁଁ ତାଙ୍କୁ ଉତ୍ତର ଦେଇଥିଲି ଯେ, ମୁଁ ରାଜ କୁନ୍ଦ୍ରାଙ୍କ ସହ ସିଧାସଳଖ କଥା ହେଉ ନଥିଲି। କିନ୍ତୁ ଆମେ ବୈଠକ ପାଇଁ ଯେଉଁଠାକୁ ଯାଉଥିଲୁ ତା’ର ପ୍ରବେଶ ଦ୍ୱାରରେ ‘ଭିଆନ୍ ଇଣ୍ଡଷ୍ଟ୍ରିଜ୍’ ଲେଖାଯାଇଥିଲା | ଆମେ ସେଠାରେ ରାଜ କୁନ୍ଦ୍ରାଙ୍କ ପରିବାରର ଫଟୋ ଦେଖିଥିଲୁ । ତେଣୁ, ମୁଁ ଅନୁମାନ କରୁଛି ଯେ, ତାହା ରାଜ କୁନ୍ଦ୍ରାଙ୍କ କମ୍ପାନି ଥିଲା। ନହେଲେ ରାଜ୍ କୁନ୍ଦ୍ରାଙ୍କ ପରିବାରର ଫଟୋ କେହି କାହିଁକି ନିଜ ଘରେ ଲଗାଇବ? ଏହା ପରେ ନଭେମ୍ବର ୨୦୨୦ରେ ହଟସଟ୍ ବନ୍ଦ ହୋଇଯାଇଥିଲା। ମୁଁ ଜାନୁଆରି ୨୦୨୧ରେ ପ୍ରଥମ ଥର ପାଇଁ ରାଜ କୁନ୍ଦ୍ରାଙ୍କୁ ଭେଟିଥିଲି। ରାଜ୍ ୨ଟି ନୂଆ ପ୍ରୋଜେକ୍ଟ ଲଞ୍ଚ କରିବାକୁ ଯୋଜନା କରୁଥିଲେ, ଯାହାର ବ୍ରାଣ୍ଡ ଆମ୍ବାସାଡର ଶିଳ୍ପା ସେଟ୍ଟୀ ହେବେ ବୋଲି ସେ କହିଥିଲେ।"

ଗେହନାଙ୍କ ଏଭଳି ବୟାନ ସାମ୍ନାକୁ ଆସିବା ପରେ ଏବେ ଏହା ଭାଇରାଲ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe