ଏଇ ବୋଧେ ଭଲପାଇବା

ଏଇ ବୋଧେ ଭଲପାଇବା

ଓଡ଼ିଶା ସଂସ୍କୃତି ସଚିବ ରଂଜନ କୁମାର ଦାସଙ୍କ କାହାଣୀକୁ ନେଇ କଳିଙ୍ଗ ସୂର୍ଯ୍ୟ ସିନେ ପ୍ରଡକ୍ସନ୍ ପ୍ରସ୍ତୁତ କରୁଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ରର ଶୀର୍ଷକ ରହିଛି ‘ଏଇ ବୋଧେ ଭଲପାଇବା’। ପ୍ରଯୋଜକ ଆଲେକ୍‌ଜାଣ୍ଡର ଦାସ ଓ ସିଦ୍ଧାର୍ଥ ପାତ୍ର, ନିର୍ଦ୍ଦେଶକ ସୁଧାକର ବସନ୍ତ, ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମ୍‌ଦାର ଏବଂ ଏହି ଫିଲ୍ମର କଳାକାର ଓ ଟେକ୍‌ନିସିଆନ୍‌ଙ୍କ ସହ ସଂଳାପକାର ଡ. ରଜନୀ ରଂଜନ, ଓଲିଉଡ୍‌ର କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ପ୍ରମୁଖ ମହୁରତ ଉତ୍ସବରେ ଯୋଗ ଦେଇଥିଲେ।

ଚଳଚ୍ଚିତ୍ରର ନାୟକ ଭୂମିକାରେ ଦୀପକ ଓ ନାୟିକା ଭୂମିକାରେ ଅଛନ୍ତି ଅନୁଭା। ଏମାନଙ୍କ ବ୍ୟତୀତ କୁନା ତ୍ରିପାଠୀ, ସରୋଜ ଦାସ, ନନ୍ସେନ୍ସ ମଣି, ପ୍ରତିଭା ପଣ୍ଡା, ମଧୁ, ନମିତା ଅପା ପ୍ରମୁଖଙ୍କୁ ଦେଖିବାକୁ ମିଳିବ। ଚଳଚ୍ଚିତ୍ରର ପ୍ରଡକ୍ସନ୍ ଡିଜାଇନ୍ କରୁଛନ୍ତି ଚିତ୍ତରଂଜନ ଆଚାର୍ଯ୍ୟ ଏବଂ ଡିଓପି ଭାବେ ଦାୟିତ୍ବ ନିର୍ବାହ କରୁଛନ୍ତି ଅଜିତ କିଶୋର ଦାସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe