ମୁମ୍ବାଇ: ଗତ କିଛି ଦିନ ହେବ ହତ୍ୟା ଧମକ ମିଳୁଥିବାରୁ ଚର୍ଚ୍ଚାରେ ଅଛନ୍ତି ବଲିଉଡର ଟାଇଗର ସଲମାନ ଖାନ୍ । ତାଙ୍କ ଘର ଉପରେ ଆକ୍ରମଣ ହେବାରୁ ଏବେ ଅଭିନେତାଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଛି। ହତ୍ୟା ଧମକ ପରେ କିିଛି ଦିନ ସୁଟିଂ ବନ୍ଦ କରିବା ପରେ ଏବେ ସୁଟିଂ ସେଟକୁ ଫେରିଛନ୍ତି ଅଭିନେତା। 

Advertisment

ତେବେ ଫିଲ୍ମ, ରିୟାଲିଟି ସୋ’, ବିଜ୍ଞାପନ ଓ ବ୍ୟବସାୟରୁ କୋଟି କୋଟି ଟଙ୍କା ଆୟ କରୁଥିବା ସଲମାନଙ୍କ ଘରର ବିଜୁଳି ବିଲ୍ କେତେ ଆପଣ ଜାଣନ୍ତି କି? ସଲମାନ ବାନ୍ଦ୍ରାରେ ଥିବା ଗ୍ୟାଲେକ୍ସି ଆପାର୍ଟମେଣ୍ଟରେ ରହନ୍ତି। ଏହି ଆପାର୍ଟମେଣ୍ଟର ମାସିକ ବିଜୁଳି ବିଲ୍ ୨୩-୨୫ଲକ୍ଷ ଟଙ୍କା ବୋଲି ଅନେକ ଜାତୀୟ ଗଣମାଧ୍ୟମ ଦାବି କରିଛନ୍ତି। ଏଥିରେ କେତେ ସତ୍ୟତା ରହିଛି ତାହା ସାମ୍ନାକୁ ଆସିନାହିଁ।

Kajal Aggarwal in Salman Khan starrer Sikandar?

ଏବେ ଅଭିନେତା ନିଜର ଆଗାମୀ ଫିଲ୍ମ 'ସିକନ୍ଦର'କୁ ନେଇ ଚର୍ଚ୍ଚାରେ । ଏଥି‌ରେ ତାଙ୍କ ସହ ପ୍ରଥମ କରି କାମ କରିବେ ଅଭିନେତ୍ରୀ ରଶ୍ମିକା ମନ୍ଦନା। ରଶ୍ମିକାଙ୍କ ବ୍ୟତୀତ ଅଭିନେତ୍ରୀ କାଜଲ ଅଗ୍ରୱାଲ ମଧ୍ୟ ଏହି ଫିଲ୍ମରେ ଏଣ୍ଟ୍ରି  କରିଥିବା କୁହାଯାଉଛି। ତେବେ କାଜଲଙ୍କ ଚରିତ୍ର କ’ଣ ରହିବ, ତାହା ସାମ୍ନାକୁ ଆସିନାହିଁ।

ଏ ଖବର ପଢ଼ନ୍ତୁ- https://sambad.in/entertainment/kangana-ranaut-sells-her-controversial-bungalow-for-this-amount-amid-emergency-row-7058325

ଏ ଖବର ପଢ଼ନ୍ତୁ- https://sambad.in/entertainment/kbc-16-contestant-asked-amitabh-bachchan-a-personal-question-related-to-wife-jaya-bachchan-7057923