‘ଚ୍ୟାଲେଞ୍ଜ୍‌’ ସହ ଫେରିଲେ ଏଲିନା

Advertisment

ଓଡ଼ିଆ ଚଳଚ୍ଚିତ୍ରର ଅନ୍ୟତମ ଲୋକପ୍ରିୟ ନାୟିକା ଏଲିନାଙ୍କୁ ପୁଣି ଦର୍ଶକ କେବେ ବଡ଼ ପରଦାରେ ଦେଖିବାକୁ ପାଇବେ ସେ ନେଇ ସିନେପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଥିଲା। ଗତବର୍ଷ ଏଲିନା ବିବାହ ବନ୍ଧନରେ ଆବଦ୍ଧ ହେବା ପରେ ପ୍ରାୟ ବର୍ଷେ ହେବ ତାଙ୍କୁ କୌଣସି ସିନେମାରେ ଦେଖିବାକୁ ମିଳି ନଥିଲା।

ଓଡ଼ିଆ ଚଳଚ୍ଚିତ୍ରର ଅନ୍ୟତମ ଲୋକପ୍ରିୟ ନାୟିକା ଏଲିନାଙ୍କୁ ପୁଣି ଦର୍ଶକ କେବେ ବଡ଼ ପରଦାରେ ଦେଖିବାକୁ ପାଇବେ ସେ ନେଇ ସିନେପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଥିଲା। ଗତବର୍ଷ ଏଲିନା ବିବାହ ବନ୍ଧନରେ ଆବଦ୍ଧ ହେବା ପରେ ପ୍ରାୟ ବର୍ଷେ ହେବ ତାଙ୍କୁ କୌଣସି ସିନେମାରେ ଦେଖିବାକୁ ମିଳି ନଥିଲା।

dsdscxxc

ଓଡ଼ିଆ ଚଳଚ୍ଚିତ୍ରର ଅନ୍ୟତମ ଲୋକପ୍ରିୟ ନାୟିକା ଏଲିନାଙ୍କୁ ପୁଣି ଦର୍ଶକ କେବେ ବଡ଼ ପରଦାରେ ଦେଖିବାକୁ ପାଇବେ ସେ ନେଇ ସିନେପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଥିଲା। ଗତବର୍ଷ ଏଲିନା ବିବାହ ବନ୍ଧନରେ ଆବଦ୍ଧ ହେବା ପରେ ପ୍ରାୟ ବର୍ଷେ ହେବ ତାଙ୍କୁ କୌଣସି ସିନେମାରେ ଦେଖିବାକୁ ମିଳି ନଥିଲା। ବିବାହ ପରେ ଅବଶ୍ୟ ସେ ରିୟାଲିଟି ସୋ’ରେ ବିଚାରକ ଭାବେ ଅଂଶଗ୍ରହଣ କରିଥିଲେ।

ଏଲିନାଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର ହେଲା, ପୁଣି ଏକ ଓଡ଼ିଆ ସିନେମାରେ ଅଭିନୟକୁ ଫେରିଛନ୍ତି ସେ। ଜୀ ସାର୍ଥକ ଓ ଆଦିଲକ୍ଷ୍ମୀ ଏଣ୍ଟର୍‌ଟେନ୍‌ମେଣ୍ଟ୍‌ ବ୍ୟାନର୍‌ରେ ପ୍ରସ୍ତୁତ ଏହି ଓଡ଼ିଆ ଛବି ‘ଚ୍ୟାଲେଞ୍ଜ୍’ରେ ନାୟିକା ଭୂମିକାରେ ଅଭିନୟ କରୁଛନ୍ତି ଏଲିନା। ଏହାର ପ୍ରଥମ ପର୍ଯ୍ୟାୟ ସୁଟିଂ ରାମୋଜି ଫିଲ୍ମସିଟିରେ ଶେଷହୋଇଛି। ଏହି ଛବିରେ ଏଲିନାଙ୍କ ନାୟକ ବନିଛନ୍ତି ‘ଅ ଆ ହର୍ଷେଈ’, ‘ଟପୋରି’, ‘ବ୍ଲାକ୍‌ମେଲ୍’, ‘ମୁଁ ପରଦେଶୀ ଚଢ଼େଇ’ ଓ ‘ଭିଲେନ୍’ ଫେମ୍ ଅର୍ଦ୍ଧେନ୍ଦୁ। ଆଗରୁ ବାବୁସାନ୍, ଅନୁଭବ, ଅରିନ୍ଦମ, ସବ୍ୟସାଚୀ ଓ ଆକାଶଙ୍କ ପରି ଆଗଧାଡ଼ିର ନାୟକଙ୍କ ସହ ପରଦାରେ ନଜର ଆସିଥିବା ଏଲିନା ପ୍ରଥମଥର ଲାଗି ଅର୍ଦ୍ଧେନ୍ଦୁଙ୍କ ସହ ନଜର ଆସିବେ। ଏଣେ ଆଗରୁ ଅନୁଭା ଓ ତମନ୍ନାଙ୍କ ଭଳି ଜଣାଶୁଣା ନାୟିକାଙ୍କ ସହ କାମ କରିଥିବା ଅର୍ଦ୍ଧେନ୍ଦୁ ଏଲିନାଙ୍କ ସହ ପ୍ରଥମକରି ଯୋଡ଼ି ବନାଇଛନ୍ତି। 

‘ଚ୍ୟାଲେଞ୍ଜ୍’ ଏକ ଆକ୍‌ସନ୍ ଫିଲ୍ମ ହେଲେ ବି ଏଥିରେ ରୋମାନ୍ସର ତଡ଼କା ରହିଛି। ସାଇ ମଙ୍ଗରାଜ ଏହି ସିନେମାର ନିର୍ଦ୍ଦେଶକ। ‘ସେଲ୍‌ଫିସ୍ ଦିଲ୍’, ‘କୁହୁଡ଼ି’, ‘ତ୍ରିକନ୍ୟା’ ଓ ‘କର୍ମ’ ଫେମ୍ ମାନସ ପଢ଼ିଆରୀ ଏହାର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି। ପ୍ରତାପ ରାଉତ ସିନେମାଟୋଗ୍ରାଫି କରିଥିବା ‌ବେଳେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୌରବ ଆନନ୍ଦ। ଅର୍ଦ୍ଧେନ୍ଦୁ-ଏଲିନାଙ୍କ ଯୋଡ଼ିକୁ ଦର୍ଶକ କେତେ ପସନ୍ଦ କରୁଛନ୍ତି, ତାହା ‘ଚ୍ୟାଲେଞ୍ଜ୍’ ରିଲିଜ୍ ହେବା ପରେ ଜଣାପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe