ଦ୍ବିତୀୟ ଥର ଲାଗି ଏହି ଲୋକପ୍ରିୟ ନିର୍ଦେଶକଙ୍କ ସିନେମାରେ ନାୟିକା ବନିଲେ ଏଲିନା

ଦ୍ବିତୀୟ ଥର ଲାଗି ଏହି ଲୋକପ୍ରିୟ ନିର୍ଦେଶକଙ୍କ ସିନେମାରେ ନାୟିକା ବନିଲେ ଏଲିନା

ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ନାୟିକା ଏଲିନା ଏବେ ପୁଣି ଏକ ସିନେମାରେ କାମ କରୁଥିବାର ଜଣାଯାଇଛି। ଏହି ସିନେମାର ଶୀର୍ଷକ ରହିଛି ‘ପାପ’। ଏହି ଓଡ଼ିଆ ସିନେମାର ନିର୍ଦେଶନା ଦେଉଛନ୍ତି ଓଲିଉଡର ଲୋକପ୍ରିୟ ନିର୍ଦେଶକ ଅଶୋକ ପତି। ଦ୍ବିତୀୟ ଥର ଲାଗି ଅଶୋକଙ୍କ ସହ କାମ କରୁଛନ୍ତି ଏଲିନା। ଏହାପୂର୍ବରୁ ଏଲିନା ଅଶୋକ ପତିଙ୍କ ନିର୍ଦେଶିତ ‘ଲଭ୍ ଷ୍ଟେସନ୍’ ରେ କାମ କରିଥିଲେ, ଯେଉଁଥିରେ ସେ ଜନପ୍ରିୟ ନାୟକ ବାବୁସାନଙ୍କ ବିପକ୍ଷରେ ନଜର ଆସିଥିଲେ । ‘ପାପ’ର କଥାବସ୍ତୁ ମୌଳିକ କାହାଣୀ ଉପରେ ଆଧାରିତ ବୋଲି କୁହାଯାଉଛି।

publive-image image source-en.wikipedia.org

ସୂଚନାଯୋଗ୍ୟ, ଗତ ୫ ବର୍ଷ ହେଲା ବେଶ୍ ସକ୍ରିୟ ଅଛନ୍ତି ଅଭିନୟ କ୍ଷେତ୍ରରେ। ସେ ତରଙ୍ଗ ସିନେ ପ୍ରଡକସନ୍‌ସ ଦ୍ୱାରା ପ୍ରଯୋଜିତ ‘ଇଶ୍କ ତୁ ହି ତୁ’ରୁ ଓଲିଉଡରେ ଯାତ୍ରା ଆରମ୍ଭ କରିଥିଲେ। ଏହାପରେ ସେ କେହି ନୁହେଁ କାହାର,  ଜଗା ହାତରେ ପଘା, ଅଭୟ, ଲଭଷ୍ଟେସନ୍‌ ,ମୁଁ ଖାଣ୍ଟି ଓଡ଼ିଆ ଝିଅ, ଝିଅଟା ବିଗିଡ଼ିଗଲା, ହାପି ଲକି, କାବୁଲା ବାରବୁଲା, ଫୋର୍‌ ଇଡିଅଟ୍‌ସ, ଟୋକାଟା ଫସିଗଲା, ମାଲ ମହୁ ଜୀବନ ମାଟି  ଓ ଦିସ୍ ଇଜ୍ ସବୁ ମାୟାରେ ବାୟା ଆଦି ଓଡ଼ିଆ ସିନେମାରେ ନାୟିକା ଭାବେ ନଜର ଆସିଛନ୍ତି।

ସୂଚନାଯୋଗ୍ୟ, ଏହି ସମୟ ଭିତରେ ଏଲିନା ଅଶୋକ ପତିଙ୍କ ବ୍ୟତୀତ ବସନ୍ତ ସାହୁ,  ସୁଧାଂଶୁ ମୋହନ ସାହୁ, ସୁଶାନ୍ତ ମଣି, ଅବତାର୍ ସିଂହ, ରମେଶ ରାଉତ, ମୁରଲୀକ୍ରୀଷ୍ଣା, ବିନି ପଟ୍ଟନାୟକଙ୍କ ଭଳି  ନିର୍ଦେଶକଙ୍କ ସହ କାମ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe