ପ୍ରଥମ ଥର ଲାଗି ଏହି ଆଗଧାଡ଼ିର ନାୟକଙ୍କ ନାୟିକା ବନିଲେ ଏଲିନା

Advertisment
ପ୍ରଥମ ଥର ଲାଗି ଏହି ଆଗଧାଡ଼ିର ନାୟକଙ୍କ ନାୟିକା ବନିଲେ ଏଲିନା

ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ନାୟିକା ଏଲିନା ପ୍ରଥମ ଥର ଲାଗି ଜଣେ ଆଗଧାଡ଼ିର ନାୟକଙ୍କ ନାୟିକା ବନିଛନ୍ତି। ଆଗରୁ ତାଙ୍କୁ ଏହି ସୁଯୋଗ ମିଳିନଥିଲା। କିନ୍ତୁ ନିକଟରେ ଏହି ନାୟକଙ୍କ ସହ କାମ କରିବାର ସୁଯୋଗ ପାଇଛନ୍ତି ଏଲିନା। ଏଠାରେ ଯେଉଁ ନାୟକଙ୍କ କଥା କୁହାଯାଉଛି, ସେ ହେଲେ ଅମ୍ଳାନ।

publive-image

ଯେଉଁ ସିନେମାରେ ପ୍ରଥମ ଥର ଲାଗି ଅମ୍ଳାନ ଓ ଏଲିନାଙ୍କୁ ଏକାଠି ଦେଖିବାକୁ ମିଳିବ, ତାର ଶୀର୍ଷକ ହେଲା ‘ପ୍ରିୟେ ତୁ ମୋ ସିଏ’। ଝିଲିକ୍ ମୋସନ୍ ପିକଚର୍ସ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ପ୍ରଯାଜନା କରିଛନ୍ତି ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ। ଏଥିରେ ଭୂପତି ତ୍ରିପାଠୀ, ଈଶା ବେବର୍ତ୍ତା ଓ ବବି ମିଶ୍ର ପ୍ରମୁଖଙ୍କୁ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ସୁଧାଂଶୁ ମୋହନ ସାହୁ ଏହାର ନିର୍ଦ୍ଦେଶକ। ବୈଦ୍ୟନାଥ ଦାଶ ଏହାର ସଙ୍ଗୀତକାର। ଶରଣାରବିନ୍ଦ ଏହି ସିନେମାର ସଂଳାପକାର। ଫିଲ୍ମର ଶୁଭ ମହୁରତ କଟକଠାରେ ଅନୁଷ୍ଠିତ ହୋଇଯାଇଛି। ଏବେ ସୁଟିଂ ଆରମ୍ଭ ହେବ ବୋଲି ସୂଚନା ମିଳିଛି।

publive-image odia360.com

ଉଲ୍ଲେଖଯୋଗ୍ୟ, ଏଲିନା ଇତିମଧ୍ୟରେ ଭିତରେ ଅରିନ୍ଦମ, ବାବୁସାନ୍, ଅନୁଭବ, ସବ୍ୟସାଚୀ, ଜ୍ୟୋତି ଓ ସ୍ବରାଜ ପ୍ରମୁଖ ଜଣାଶୁଣା ନାୟକଙ୍କ ସହ କାମ କରିଛନ୍ତି ଏଲିନା। ଠିକ୍ ସେହିପରି ନବାଗତ ରଣବୀରଙ୍କ ସହ ଏଲିନା ‘ମୁଁ ଖାଣ୍ଟି ଓଡ଼ିଆ ଝିଅ’ ସିନେମାରେ ଦେଖା ଦେଇଥିଲେ।
ନିରଞ୍ଜନ ରଣାଙ୍କ ପ୍ରଯୋଜିତ ତଥା ଏସ୍.କେ.ମୁରଲୀଧରନଙ୍କ ନିର୍ଦେଶିତ ଫିଲ୍ମ ‘ଟାର୍ଗେଟ୍’ରୁ କ୍ୟାରିଅର୍ ଆରମ୍ଭ କରିଥିବା ଅମ୍ଳାନ ଇତିମଧ୍ୟରେ ଝିଲିକ୍, ରୀୟା, ସନମୀରା ଓ ଅନୁଭାଙ୍କ ପରି ନାୟିକାଙ୍କ ପରଦାରେ ସାଥ୍ ପାଇଛନ୍ତି। ହେଲେ ପ୍ରଥମ ଥର ପାଇଁ ଏଲିନାଙ୍କ ସହ ‘ପ୍ରିୟେ ତୁ ମୋ ସିଏ’ ସିନେମାରେ ଅମ୍ଳାନ ନଜର ଆସିବେ।
ସୂଚନାଯୋଗ୍ୟ ୨୦୧୫ରେ ରିଲିଜ୍ ହୋଇଥିବା ‘ଇଶ୍କ ତୁ ହି ତୁ’ରୁ କ୍ୟାରିଅର୍ ଆରମ୍ଭ କରିଥିଲେ ଏଲିନା। ଏହାପରେ ସେ ‘ଜଗା ହାତରେ ପଘା’, ‘ଅଭୟ’, ‘ଲଭ୍ ଷ୍ଟେସନ୍‌’, ‘ମୁଁ ଖାଣ୍ଟି ଓଡ଼ିଆ ଝିଅ’, ‘ଝିଅଟା ବିଗିଡ଼ିଗଲା’, ‘ହାପି ଲକି’, ‘କାବୁଲା ବାରବୁଲା’, ‘ଫୋର୍‌ ଇଡିଅଟ୍‌ସ’, ‘ଟୋକାଟା ଫସିଗଲା’, ‘ମାଲମହୁ ଜୀବନମାଟି ’ ଆଦି ଓଡ଼ିଆ ସିନେମାରେ ନାୟିକା ଭାବେ ନଜର ଆସିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe