ଏହି ଲୋକପ୍ରିୟ ନିର୍ଦେଶକଙ୍କ ସହ ଏଯାଏ କାମ କରିନାହାନ୍ତି ଏଲିନା

Advertisment
ଏହି ଲୋକପ୍ରିୟ ନିର୍ଦେଶକଙ୍କ ସହ ଏଯାଏ କାମ କରିନାହାନ୍ତି ଏଲିନା

odia360.com

ଭୁବନେଶ୍ବର:  ଓଲିଉଡର ଲୋକପ୍ରିୟ ନାୟିକାଙ୍କ ଭିତରୁ ଜଣେ ହେଲେ ଏଲିନା । ସେ ତାପସ ସରଘରିଆଙ୍କ ନିର୍ଦେଶିତ ଫିଲ୍ମ ‘ଇଶ୍କ ତୁ ହି ତୁ’ରୁ  ନାୟିକା ଭାବେ ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏହାପରେ ସେ ବସନ୍ତ ସାହୁ, ଅବତାର ସିଂହ, ସୁଧାଂଶୁ ମୋହନ ସାହୁ, ଅଶୋକ ପତି, ସୁଶାନ୍ତ ମଣି, ରମେଶ ରାଉତ, ବିନି ପଟ୍ଟନାୟକ ଓ ମୁରଲୀକ୍ରୀଷ୍ଣାଙ୍କ ଭଳି ଲୋକପ୍ରିୟ ନିର୍ଦେଶକଙ୍କ ସହ କାମ କରିଛନ୍ତି।

publive-image
ହେଲେ ଆପଣ ଜାଣନ୍ତି କି, ଏଲିନା ପ୍ରାୟ ୭ ବର୍ଷ ଧରି ଓଡ଼ିଆ ସିନେଜଗତରେ ସକ୍ରିୟ ଥିଲେ ବି ଜଣେ ଆଗଧାଡ଼ିର ନିର୍ଦେଶକଙ୍କ କୌଣସି ଛବିରେ ଏଯାଏ ନଜର ଆସିନାହାନ୍ତି। ଏହି ନିର୍ଦେଶକଜଣକ ହେଲେ ମୃତ୍ୟୁଞ୍ଜୟ ସାହୁ, ଯିଏକି ‘ବ୍ୟାଚେଲର୍’ ସିନେମାରୁ ସ୍ବାଧୀନ ଭାବେ ନିର୍ଦେଶନା ଦେବା ଆରମ୍ଭ କରିଥିଲେ। ଏହାପରେ ସେ ଯିଏ ଯାହା କହୁ ମୋର ଢ଼ୋ, ଗୋଟେ ଶୁଆ ଗୋଟେ ଶାରୀ, ଛାତି ତଳେ ଡିଙ୍ଗ ଡଙ୍ଗ, ନାୟକର ନାଆଁ ଦେବଦାସ, ଅଭିମାନ ଓ ତୁ ମୋର ଓକେ ଆଦି ଓଡ଼ିଆ ଛବି ନିର୍ମାଣ କରିଛନ୍ତି। ଏବେ ବି ତାଙ୍କର କେତୋଟି ଫିଲ୍ମ ଫ୍ଲୋରରେ ରହିଛି। ହେଲେ ଏଥିମଧ୍ୟରୁ କୌଣସି ଗୋଟିକରେ ନାହାନ୍ତି ଏଲିନା। ମୃତ୍ୟୁଞ୍ଜୟ ସାହୁ ଅନୁ ଚୌଧୁରୀ, ଅର୍ଚ୍ଚିତା, ବର୍ଷା ପ୍ରିୟଦର୍ଶିନୀ, ଭୂମିକା ଓ ଶୀତଲଙ୍କ ପରି ନାମୀ ନାୟିକାଙ୍କୁ ନିର୍ଦେଶନା ଦେଇସାରିଲେଣି। ଦେଖାଯାଉ କେବେ ଏଲିନାଙ୍କ ପାଳି ପଡ଼ୁଛି!
ସୂଚନାଯୋଗ୍ୟ, ୨୦୧୫ରେ ରିଲିଜ୍ ହୋଇଥିବା ‘ଇଶ୍କ ତୁ ହି ତୁ’ରୁ କ୍ୟାରିଅର୍ ଆରମ୍ଭ କରିଥିଲେ ଏଲିନା। ଏହାପରେ ସେ ‘ଜଗା ହାତରେ ପଘା’, ‘ଅଭୟ’, ‘ଲଭ୍ ଷ୍ଟେସନ୍’, ‘ମୁଁ ଖାଣ୍ଟି ଓଡ଼ିଆ ଝିଅ’, ‘ଝିଅଟା ବିଗିଡ଼ିଗଲା’, ‘ହାପି ଲକି’, ଅଭୟ, ‘କାବୁଲା ବାରବୁଲା’, ‘ଫୋର୍ ଇଡିଅଟ୍ସ’, ‘ଟୋକାଟା ଫସିଗଲା’, ‘ମାଲ ମହୁ ଜୀବନ ମାଟି ’ ଆଦି ଓଡ଼ିଆ ସିନେମାରେ ନାୟିକା ଭାବେ ନଜର ଆସିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe