ଅନୁ ଚୌଧୁରୀ ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପରେ  ଆଉ ଜଣେ ଓଲିଉଡ୍‌ ନାୟିକାଙ୍କୁ ମିଳିଲା ବଙ୍ଗଳା ସିନେମାରେ ସୁଯୋଗ , ଜାଣିଛନ୍ତି ସେ କିଏ  

Advertisment
ଅନୁ ଚୌଧୁରୀ ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପରେ  ଆଉ ଜଣେ ଓଲିଉଡ୍‌ ନାୟିକାଙ୍କୁ ମିଳିଲା ବଙ୍ଗଳା ସିନେମାରେ ସୁଯୋଗ , ଜାଣିଛନ୍ତି ସେ କିଏ  

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ନାୟିକା ଅନୁ ଚୌଧୁରୀ ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପରେ  ଆଉ ଜଣେ ଓଲିଉଡ୍‌ ନାୟିକାଙ୍କୁ ବଙ୍ଗଳା ସିନେମାରେ ଅଭିନୟ କରିବାର ସୁଯୋଗ ମିଳିଛି। ଏହି ନାୟିକା ଜଣକ ହେଲେ ଏଲିନା । ନିର୍ଦ୍ଦେଶକ ରମେଶ ରାଉତ ଏବେ ଏଲିନାଙ୍କୁ ଏକ ବଙ୍ଗଳା ସିନେମାରେ ନାୟିକା ହେବାର ସୁଯୋଗ ଦେଇଛନ୍ତି।

publive-image

ରମେଶ ନିଜ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେଉଥିବା ବଙ୍ଗଳା ସିନେମା ‘ଭୋକଟି’ରେ ଏଲିନାଙ୍କୁ ଫିମେଲ୍‌ ଲିଡ ରୋଲରେ ନେଇଛନ୍ତି। ଏହି ସିନେମାର ପ୍ରଯୋଜନା କରୁଛନ୍ତି  ଅଶୋକ ଧାନୁକା ଓ ହିମାଂଶୁ ଧାନୁକା। ।

ଏଲିନା ତରଙ୍ଗ ସିନେ ପ୍ରଡକସନ୍‌ସ ଦ୍ୱାରା ପ୍ରଯୋଜିତ ‘ଇଶ୍କ ତୁ ହି ତୁ’ରୁ ଓଲିଉଡରେ ଯାତ୍ରା ଆରମ୍ଭ କରିଥିଲେ। ଏହାପରେ ସେ ଜଗା ହାତରେ ପଘା,ଅଭୟ,ଲଭଷ୍ଟେସନ୍‌ ,ମୁଁ ଖାଣ୍ଟି ଓଡ଼ିଆ ଝିଅ,ଝିଅଟା ବିଗିଡ଼ିଗଲା,ହାପି ଲକି,କାବୁଲା ବାରବୁଲା,ଫୋର୍‌ ଇଡିଅଟ୍‌ସ, ଟୋକାଟା ଫସିଗଲା ଆଦି ଓଡ଼ିଆ ସିନେମାରେ ନାୟିକା ଭାବେ ନଜର ଆସିଛନ୍ତି।

publive-image

ଏବେ ଏଲିନାଙ୍କ ହାତରେ ଅଛି ଏକ ଓଡ଼ିଆ ସିନେମା ଯାହାର ଟାଇଟଲ୍‌ ହେଲା‘ମାଲ୍‌ ମହୁ,ଜୀବନ ମାଟି ଭାଗ୍ୟର ନାହିଁ ଗ୍ୟାରେଣ୍ଟି’।ଏହି ସିନେମାରେ ପୁଣି ଥରେ ସୋବର ବୟ ସବ୍ୟସାଚୀଙ୍କ ବିପକ୍ଷରେ ଏଲିନାଙ୍କୁ ଦେଖିବାକୁ ମିଳିବ। ଏହାର ନିର୍ଦ୍ଦେଶକ ହେଲେ ରମେଶ ରାଉତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe