ଆଉ ପଛରେ ନାହାନ୍ତି ଓଲିଉଡର ଲୋକପ୍ରିୟ ନାୟିକା ଏଲିନା

Advertisment
ଆଉ ପଛରେ ନାହାନ୍ତି ଓଲିଉଡର ଲୋକପ୍ରିୟ ନାୟିକା ଏଲିନା

ଭୁବନେଶ୍ବର: ଗତ ଦଶହରା ଅବସରରେ ମୁକ୍ତିଲାଭ କରିଥିବା ଆକ୍ସନଧର୍ମୀ ସିନେମା ‘ଅରୁନ୍ଧତୀ’ରେ ଓଲିଉଡର ଲୋକପ୍ରିୟ ନାୟିକା ଏଲିନା ଶୀର୍ଷକ ଭୂମିକାରେ ଦେଖିବାକୁ ପାଇଥିଲେ ଦର୍ଶକ। ରାଜବୀର ଏହାର ନାୟକ। ଏହାର ନିର୍ଦ୍ଦେଶନା ଦେଇଥିଲେ ରମେଶ ରାଉତ।
ଏଣେ ଏଲିନାଙ୍କ ଆଉ କେତୋଟି ଛବି ପଛକୁ ପଛ ଆସୁଥିବା ଜଣାଯାଇଛି । ଏଥିଭିତରୁ ଗୋଟିଏ ହେଲା ‘ସଲାମ୍ ଭୁବନେଶ୍ବର’। ଏହି ସିନେମାରେ ନାୟକ ଚରିତ୍ରରେ ଅଛନ୍ତି ରାଜବୀର। ଏଲିନାଙ୍କ ହାତରେ ଏବେ ଆଉ ଯେଉଁସବୁ ସିନେମା ଅଛି, ସେଥିମଧ୍ୟରେ ରହିଛି ‘ଡୁପ୍ଲିକେଟ୍ ଭଗବାନ’, ‘ପ୍ରେମରେ ମୁଁ ଏମବିବିଏସ୍’, ‘ପ୍ରେମ ଦିୱାନୀ’, ‘ଅନାମିକା ନାୟିକା’ ଓ ‘ଗଜପତି’ ଆଦି। ଏବେ ସେ ଅନ୍ୟ ନାୟିକାମାନଙ୍କଠାରୁ ଆଉ ପଛରେ ନାହାନ୍ତି।

publive-imageସୂଚନାଯୋଗ୍ୟ, ଏଲିନା ତରଙ୍ଗ ସିନେ ପ୍ରଡକସନ୍ସ ଦ୍ୱାରା ପ୍ରଯୋଜିତ ‘ଇଶ୍କ ତୁ ହି ତୁ’ରୁ ଓଲିଉଡରେ ଯାତ୍ରା ଆରମ୍ଭ କରିଥିଲେ। ଏହାପରେ ସେ ଜଗା ହାତରେ ପଘା, ଅଭୟ, ଲଭଷ୍ଟେସନ୍, ମୁଁ ଖାଣ୍ଟି ଓଡ଼ିଆ ଝିଅ, ଝିଅଟା ବିଗିଡ଼ିଗଲା, ହାପି ଲକି, କାବୁଲା ବାରବୁଲା, ଫୋର୍ ଇଡିଅଟ୍ସ, ଟୋକାଟା ଫସିଗଲା, ଦିସ୍ ଇଜ୍ ସବୁମାୟାରେ ବାୟା, ମାଲ ମହୁ ଜୀବନ ମାଟି ଓ ଅରୁନ୍ଧତୀ ଆଦି ଓଡ଼ିଆ ସିନେମାରେ ନାୟିକା ଭାବେ ନଜର ଆସିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe