ଓଲିଉଡର ଲୋକପ୍ରିୟ ନାୟିକା ଏଲିନା ଏବେ ‘ମୋନାଲିସା’

ଓଲିଉଡର ଲୋକପ୍ରିୟ ନାୟିକା ଏଲିନା ଏବେ ‘ମୋନାଲିସା’

ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ନାୟିକା ଏଲିନା ଏଲିନା ତରଙ୍ଗ ସିନେ ପ୍ରଡକସନ୍‌ସ ଦ୍ୱାରା ପ୍ରଯୋଜିତ ‘ଇଶ୍କ ତୁ ହି ତୁ’ରୁ ଓଲିଉଡରେ ଯାତ୍ରା ଆରମ୍ଭ କରିଥିଲେ। ଏହାପରେ ସେ ଜଗା ହାତରେ ପଘା, ଅଭୟ, ଲଭଷ୍ଟେସନ୍‌ ,ମୁଁ ଖାଣ୍ଟି ଓଡ଼ିଆ ଝିଅ, ଝିଅଟା ବିଗିଡ଼ିଗଲା, ହାପି ଲକି, କାବୁଲା ବାରବୁଲା,ଫୋର୍‌ ଇଡିଅଟ୍‌ସ, ଟୋକାଟା ଫସିଗଲା, ଦିସ୍ ଇଜ୍ ସବୁମାୟାରେ ବାୟା, ମାଲ ମହୁ ଜୀବନ ମାଟି ଆଦି ଓଡ଼ିଆ ସିନେମାରେ ନାୟିକା ଭାବେ ନଜର ଆସିଛନ୍ତି।
ଏବେ ଏଲିନା ପୁଣି ଏକ ନୂଆ ରୂପରେ ଆସୁଛନ୍ତି। ହଁ, ସେ ଏବେ ମୋନାଲିସା ନାଆଁରେ ଆସୁଛନ୍ତି ଏକ ସିନେମାରେ। ଏହି ସିନେମାର ଟାଇଟଲ ବି ରହିଛି ‘ମୋନାଲିସା’। ଏହି ଫିଲ୍ମର ନିର୍ଦ୍ଦେଶକ ହେଲେ ଅଶୋକ ପତି। ଏହାର ସଙ୍ଗୀତକାର ହେଲେ ଗୁଡ଼ଲୀ ରଥ।
ଏଣେ ଏଲିନା ‘ଅରୁନ୍ଧତୀ’ ନାଆଁରେ ବି ଆସୁଛନ୍ତି ଅନ୍ୟ ଏକ ସିନେମାରେ। ଏହି ସିନେମାରେ ସେ ପ୍ରଥମ ଥର ଲାଗି ରାଜବୀରଙ୍କ ସହ ନଜର ଆସିବେ। ‘ଅରୁନ୍ଧତୀ’ର ନିର୍ଦ୍ଦେଶନା ଦେଉଛନ୍ତି ରମେଶ ରାଉତ। ରଜନୀ ମୁଭିଜ୍ ବ୍ୟାନରରେ ନିର୍ମିତ ଅଜିତାଭ ମଲ୍ଲିକ ଓ ମୋନିକା ଦାସଙ୍କ ପ୍ରଯୋଜିତ ଏହି ସିନେମାରେ ବବି ମିଶ୍ର ବି ପ୍ରମୁଖ ଭୂମିକାରେ ଅଛନ୍ତି। ଏହାର ସଂଳାପ ଲେଖିଛନ୍ତି ଡକ୍ଟର ରଜନୀରଂଜନ। ଅଭିଜିତ୍ ମଜୁମଦାର ସଙ୍ଗୀତ ନିର୍ଦ୍ଦେଶକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe