ଏବେ କେଉଁ ଓଲିଉଡ ନାୟିକାଙ୍କ ହାତରେ ସବୁଠାରୁ ଅଧିକ ସିନେମା 

ଏବେ କେଉଁ ଓଲିଉଡ ନାୟିକାଙ୍କ ହାତରେ ସବୁଠାରୁ ଅଧିକ ସିନେମା 

ଭୁବନେଶ୍ୱର: ଓଲିଉଡରେ ଏବେ ସବୁଠାରୁ ଅଧିକ ସିନେମାରେ ଅଭିନୟ କରୁଥିବା ନାୟିକା କିଏ ବୋଲି ପ୍ରଶ୍ନ କଲେ, ନିଶ୍ଚିତ ଭାବେ ଉତ୍ତର ମିଳିବ ଗୋଟିଏ ନାଆଁ। ଏହି ନାଆଁ ଟି ହେଲା ଏଲିନା ସାମନ୍ତରାୟ। ହଁ ଏଲିନାଙ୍କ ହାତରେ ଫିଲ୍ମ ପରେ ଫିଲ୍ମର ଅଫର୍‌।

ଏଇ ଦେଖୁନାହାନ୍ତି, ଏ ବର୍ଷର ପ୍ରଥମ ସାତ ମାସ ଭିତରେ ଏଲିନାଙ୍କର ତିନି ତିନିଟା ଓଡ଼ିଆ ସିନେମା ରିଲିଜ୍‌ ହୋଇସାରିଲାଣି। ଅନ୍ୟ କୌଣସି ଟପ୍‌ ହିରୋଇନଙ୍କ କ୍ଷେତ୍ରରେ ତାହା ଘଟି ନାହିଁ। ହଁ ,ଏଲିନାଙ୍କ ଅଭିନୀତ, ‘ହାପି ଲକି’,‘ଫୋର୍‌ ଇଡିଅଟ୍‌ସ’ ଓ ‘ଟୋକାଟା ଫସିଗଲା’ ମୁକ୍ତିଲାଭ କରିଛି।

ଏବେ ଏଲିନାଙ୍କ ହାତରେ ରହିଛି ଏକ ନୂଆ ସିନେମା। ରତ୍ନା ଫିଲ୍ମସ ବ୍ୟାନରରେ ନିର୍ମିତ ଏହି ସିନେମାରେ ଏଲିନାଙ୍କୁ ମିଳିଛି ପୁଣି ଏକ ମନପସନ୍ଦର ଭୂମିକା।

ଏଲିନାଙ୍କ ଅନୁଯାୟୀ ଏଥିରେ ତାଙ୍କ ଚରିତ୍ରଟି ଏକଦମ୍‌ ରୋମାଣ୍ଟିକ୍‌। ଜଣେ ଯୁବତୀ ଯେଉଁ ଭଳି ସୁନ୍ଦର ଯୁବକଙ୍କୁ ନିଜର ଜୀବନ ସାଥୀ ବା ମନର ମଣିଷ ଭାବେ ଗ୍ରହଣ କରିବାକୁ ଚାହେଁ। ସେଭଳି ଯୁବକ ତାଙ୍କୁ ମିଳିଯାଇଛନ୍ତି। ଜଣେ ହ୍ୟାଣ୍ଡସମ୍‌ ଯୁବକର ପ୍ରେମରେ ପଡିଲା ପରେ ଯୁବତୀର ଜୀବନରେ କିଭଳି ସବୁ ଘଟଣା ଘଟେ, ତାହା ସିନେମାର ମୁଖ୍ୟ ପ୍ରସଙ୍ଗ।

ତେବେ ଏହି ସିନେମାରେ ଅରିନ୍ଦମ୍‌ ଓ ଏଲିନାଙ୍କ ରୋମାନ୍ସ ସାଙ୍ଗକୁ ଜବରଦସ୍ତ ଆକ୍ସନ ଓ କମେଡି ଅଛି ବୋଲି ନିର୍ଦ୍ଦେଶକ ଜ୍ୟୋତି ଦାସ ସୂଚନା ଦେଇଛନ୍ତି।

publive-image

ରତ୍ନା ଫିଲ୍ମସ ବ୍ୟାନରରେ ନିର୍ମିତ ଏହି ଫିଲ୍ମଟି ଆଗାମୀ ଗଣେଶ ପୂଜା ଅବସରରେ ରିଲିଜ୍‌ ହେବ ବୋଲି କୁହାଯାଉଛି। ଏଥିରେ ଏଲିନା ପୁଣି କମାଲ୍‌ ଦେଖାଉଛନ୍ତି କି ନା, ତାହା ଫିଲ୍ମ ରିଲିଜ୍‌ ହେବା ପରେ ଜଣାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe