ପ୍ରଥମ ଥର ଏହି ଦୁଇ ନାୟକଙ୍କ ସହ ଏଲିନା

Advertisment
ପ୍ରଥମ ଥର ଏହି ଦୁଇ ନାୟକଙ୍କ ସହ ଏଲିନା

ଭୁବନେଶ୍ୱର: : ଓଲିଉଡର ଟପ୍‌ ହରୋଇନ୍‌ ନୂଆ ବର୍ଷରେ ଦେଖା ଦେବେ ଏମିତି ଦୁଇ ନାୟଙ୍କ ସହ ଯାହାଙ୍କ ଦହ ସେ ଆଗରୁ କାମ କରିବାର ସୁଯୋଗ ପାଇ ନଥିଲେ। ଦୁଇ ନାମକରା କଳାକାର ହେଲେ ସବ୍ୟସାଚୀ ଓ ଏଲିନା । ଏ ଦୁହେଁ କେତୋଟି ଛବିରେ କାମ କରିସାରିଲେଣି । ହେଲେ ପ୍ରଥମ ଥର ଲାଗି ସବ୍ୟସାଚୀ -ଏଲିନା ସାର୍ଥକ ମ୍ୟୁଜିକ୍‌ର ୨୩ ତମ ସିନେମାରେ ଏକାଠି ନଜର ଆସିବେ । ଏହା ଏକ ରୋମାଣ୍ଟିକ୍‌ କମେଡ଼ି । ଏହି ସିନେମାର ନିର୍ଦ୍ଦେଶନା ଦେଉଛନ୍ତି ରମେଶ ରାଉତ  ।

publive-image

ଠିକ୍‌ ସେହିପରି ମୁକ୍ତି ପ୍ରତୀକ୍ଷିତ ‘ହାପି-ଲକି’ ସିନେମାରେ ବି ଦର୍ଶକ ଏଲିନାଙ୍କୁ ଅନ୍ୟ ଜଣେ ନାୟକଙ୍କ ବିପକ୍ଷରେ ଭେଟିବେ। ହଁ ଏଥିରେ ଏକ ନୂଆ ଯୋଡ଼ି ନଜର ଆସିବେ । ଏମାନେ ହେଲେ ଜ୍ୟୋତି ଓ ଏଲିନା ।ଏହାର ନିର୍ଦ୍ଦେଶନା ଦେଇଛନ୍ତି ସୁଧାଂଶୁମୋହନ ସାହୁ । ଏହି ଯୋଡ଼ିଙ୍କ ମଧ୍ୟରୁ ଜ୍ୟୋତି ଓ ଏଲିନା ଦୁହେଁ ଓଲିଉଡରେ ବେଶ୍‌ ସକ୍ରିୟ । ଉଭୟେ ନିୟମିତ ବଡ଼ ପରଦାରେ ନଜର ଆସୁଛନ୍ତି ସତ, ମାତ୍ର ଏକାଠି ଆଗରୁ କୌଣସି ସିନେମାରେ କାମ କରିନାହାନ୍ତି । ଏହି ଦୁଇ ନାୟକଙ୍କ ଭିତରୁ କାହା ସହ ଏଲିନାଙ୍କ ଯୋଡି ଜମୁଛି ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe